ETV Bharat / sports

Hockey Nations Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ, 3-1ରେ ହାରିଲା ଚିଲି - ଭାରତ ବନାମ ଚିଲି

ମହିଳା ହକି ନେଶନ୍ସ କପରେ ଚିଲି ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ । ପ୍ରଥମ ମୁକାବିଲା ଜିତି ବିଜୟରୁ ଭାରତ ଅଭିଯାନ ଆରମ୍ଭ କରିଛି । ଚିଲିକୁ 3-1ରେ ପରାସ୍ତ କରିଛି ଭାରତ । ଅଧିକ ପଢନ୍ତୁ

Hockey Nations Cup
Hockey Nations Cup
author img

By

Published : Dec 12, 2022, 8:52 AM IST

ଭାଲେନସିଆ (ସ୍ପେନ): ଏଫଏଚଆଇ ମହିଳା ହକି ନେଶନ୍ସ କପରେ ଭାରତୀୟ ଦଳର ଦମଦାର ଆରମ୍ଭ । ଚିଲି ବିପକ୍ଷରେ ଖେଳିଥିବା ପ୍ରଥମ ମୁକାବିଲା ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । 3-1ରେ ଚିଲିକୁ ପରାସ୍ତ କରିଛି ଭାରତ ।

ସବିତା ପୁନିଆଙ୍କ ନେତୃତ୍ବୀଧୀନ ଦଳ ମ୍ୟାଚର ଦ୍ବିତୀୟ ମିନିଟରେ ଗୋଲ କରିଥିଲା । ଭାରତ ପକ୍ଷରୁ କୁମାରୀ ସଙ୍ଗୀତା ପ୍ରଥମ ଗୋଲ କରିଥିଲେ । ସୋନିକା 10ତମ ମିନିଟରେ ଆଉ ଏକ ଗୋଲ କରିଥିଲେ । ଏହାପରେ 31ତମ ମିନିଟରେ ନବନୀତ କୌର ଆଉ ଏକ ଗୋଲ କରିଥିଲେ । ଚିଲି ପକ୍ଷରୁ ଭିଲାଗ୍ରାନ ଫେର୍ନାଣ୍ଡା 43ତମ ମିନିଟରେ ଏକ ପେନାଲ୍ଟି ଜରିଆରେ ସ୍କୋର କରିଥିଲେ । ଭାରତର ସମସ୍ତ ଗୋଲ ଫିଲ୍ଡ ଗୋଲ ଥିଲା । ଚିଲି ଯେତେ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ବି କରି ପାରି ନଥିଲା । ଫଳରେ 3-1ରେ ମ୍ୟାଚକୁ ଜିତି ନେଇଛି ଭାରତ ।

ଏହା ବି ପଢନ୍ତୁ... IND vs AUS Womens 2nd T20I: ସୁପର ଓଭରରେ ଭାରତ ବିଜୟୀ

ଆଜି ଦ୍ବିତୀୟ ପୁଲ ମ୍ୟାଚରେ ଭାରତ ଜାପାନକୁ ଭେଟିବ । 2018 ଏସିଆନ ଗେମ୍ସ ଫାଇନାଲରେ ଜାପାନଠୁ ପରାସ୍ତ ହୋଇଥିବା । ପୂର୍ବ ତ୍ରୁଟିକୁ ସୁଧାରି ନେଶନ୍ସ କପରେ ଜାପାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ ଦଳ । ଏହାର ଶେଷ ଲିଗ ମ୍ୟାଚ ଡିସେମ୍ବର 14 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । 16 ଓ 17ରେ ନକଆଉଟ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ଇଭେଣ୍ଟରେ ଚମ୍ପିଆନ ଦଳ ଏଫଆଇଏଚ ମହିଳା ହକି ଲିଗ୍ 2023-24 ପାଇଁ ଯୋଗ୍ୟତା ଅର୍ଜନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.