ଭୁବନେଶ୍ବର: ବିଜୟରୁ ଆରମ୍ଭ ବିଜୟରେ ଶେଷ । ତୃତୀୟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ଚମ୍ପିଆନ ଭାରତ ହୋଇଛି । ଫଇନାଲ ମୁକାବିଲାରେ ଲେବାନନକୁ 2-0 ଗୋଲରେ ହରାଇ ଦ୍ବିତୀୟ ଟାଇଟଲ ହାସଲ କରିଛି ଭାରତୀୟ ଦଳ । ଭାରତୀୟ ଦଳର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 1 କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ।
-
Hon'ble Chief Minister Shri @Naveen_Odisha handed the coveted #HeroIntercontinentalCup trophy to the champions #India in front of a jubilant crowd.#OdishaForFootball pic.twitter.com/aY2xYu4lUb
— Odisha Sports (@sports_odisha) June 18, 2023 " class="align-text-top noRightClick twitterSection" data="
">Hon'ble Chief Minister Shri @Naveen_Odisha handed the coveted #HeroIntercontinentalCup trophy to the champions #India in front of a jubilant crowd.#OdishaForFootball pic.twitter.com/aY2xYu4lUb
— Odisha Sports (@sports_odisha) June 18, 2023Hon'ble Chief Minister Shri @Naveen_Odisha handed the coveted #HeroIntercontinentalCup trophy to the champions #India in front of a jubilant crowd.#OdishaForFootball pic.twitter.com/aY2xYu4lUb
— Odisha Sports (@sports_odisha) June 18, 2023
ଫାଇନାଲ ଫାଇଟରେ କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ପ୍ରେମୀଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଘରୋଇ ସମର୍ଥକଙ୍କ ଗହଣରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଓ ଲାଲିଆନାଜୁଆନ ଚାଙ୍ଗଟେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ । ଲେବାନନ ଖାତା ଖୋଲି ପାରି ନଥିଲା । ଫଳରେ ଭାରତ ଦ୍ବିତୀୟ ଥର ଲାଗି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଜିତିବାରେ ସଫଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।
ଚମ୍ପିଆନ ଦଳ ଭାରତକୁ ଟ୍ରଫି ସହ 1 କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଭାରତୀୟ ଦଳକୁ 50 ହଜାର ଆମେରିକୀୟ ଡଲାର ବା 40 ଲକ୍ଷ 95 ହଜାର ପ୍ରଦାନ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଥିବା ତଥା ରୌପ୍ୟ ପଦକ ବିଜେତା ଲେବାନନକୁ 25,000 ଡଲାର (20ଲକ୍ଷ 47 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ସନ୍ଦେଶ ଝିଙ୍ଗାନଙ୍କୁ 2, 50,000 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ଏହା ବି ପଢନ୍ତୁ...Intercontinental Cup: ଲେବାନନ୍କୁ ୨-୦ରେ ହରାଇ ଭାରତ ଚମ୍ପିଆନ୍
ପ୍ରକାଶଥାଉ କି, ୨୦୧୮ରେ ମୁମ୍ବାଇରେ ଆୟୋଜିତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ପ୍ରଥମ ସଂସ୍କରଣରେ ଭାରତ ପ୍ରଥମ ଟାଇଟଲ୍ ହାସଲ କରିଥିଲା । ଫାଇନାଲରେ କେନିଆକୁ ୨-୦ ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ଭାରତ । ହେଲେ ୨୦୧୯ ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ତୃତୀୟ ସଂସ୍କରଣ ଫାଇନାଲ୍ ମୁକାବିଲା ଜିତି ଦ୍ବିତୀୟ ଥର ଟାଇଟଲ ହାସଲ କରିଛି ଭାରତ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହି ଅଭିଯାନ ଶେଷ କରିଛି । 4ଟି ଦଳ ଭାରତ, ଲେବାନନ, ଭାନୁଆଟୁ ଓ ମଙ୍ଗୋଲିଆକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଜୁନ 9 ତାରିଖରୁ ଇଣ୍ଟରକଣ୍ଟିନେଣ୍ଟାଲ କପର ତୃତୀୟ ସଂସ୍କରଣ ଆରମ୍ଭ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର