ETV Bharat / sports

ଗୋଆରେ ଆୟୋଜିତ ହେବ 2023 ଜାତୀୟ କ୍ରୀଡା

author img

By

Published : Oct 9, 2022, 12:12 PM IST

ଆସନ୍ତା ବର୍ଷ ଅର୍ଥାତ 2023ରେ ହେବାକୁ ଥିବା 37ତମ ଜାତୀୟ କ୍ରୀଡା ଗୋଆରେ ଅନୁଷ୍ଠିତ ହେବ । ଏନେଇ ଆଇଓଏ ପକ୍ଷରୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ଗୋଆରେ ଆୟୋଜିତ ହେବ 2023 ଜାତୀୟ କ୍ରୀଡା
ଗୋଆରେ ଆୟୋଜିତ ହେବ 2023 ଜାତୀୟ କ୍ରୀଡା

ନୂଆଦିଲ୍ଲୀ: ଜାତୀୟ କ୍ରୀଡାର ପରବର୍ତ୍ତୀ ସଂସ୍କରଣ ଗୋଆରେ ଆଯୋଜିତ ହେବ । ଆସନ୍ତା ବର୍ଷ ଅର୍ଥାତ 2023ରେ ହେବାକୁ ଥିବା 37ତମ ଜାତୀୟ କ୍ରୀଡା ଗୋଆରେ ଅନୁଷ୍ଠିତ ହେବ । ଏନେଇ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଜୁରାଟରେ 36 ତମ ଜାତୀୟ କ୍ରୀଡା ଅନୁଷ୍ଠିତ ହୋଇଛି ।

ଗୋଆ ସରକାର ଜାତୀୟ କ୍ରୀଡା 2023 ଆୟୋଜନ ନେଇ ଆଇଓଏକୁ ପ୍ରସ୍ତାବ ଦେଇଥିଲା । ଆଇଓଏ ପ୍ରସ୍ତାବକୁ ଗ୍ରହଣ କରି ଗୋଆକୁ 2023 ଜାତୀୟ କ୍ରୀଡା ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି । ଆସନ୍ତା ବର୍ଷ ଅକ୍ଟୋବରରେ 37ତମ ସଂସ୍କରଣ ଜାତୀୟ କ୍ରୀଡା ଗୋଆରେ ଆୟୋଜନ କରିବାକୁ ପ୍ରସ୍ତୁତି ହୋଇଛି । ଆଇଓଏ ମହାସଚିବ ରାଜୀବ ମେହେଟା କହିଛନ୍ତି, ''ଗୋଆ ସରକାର ପରବର୍ତ୍ତୀ ଜାତୀୟ କ୍ରୀଡା ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ସରକାରଙ୍କ ସହ ଆଲୋଚନା କରିବା ପରେ ଗୋଆକୁ ଅନୁମତି ପ୍ରଦାନ କରାଯାଇଛି । ଗୁଜୁରାଟରେ ଚାଲିଥିବା 36 ତମ ଜାତୀୟ କ୍ରୀଡା ଆସନ୍ତା 12 ତାରିଖରେ ଶେଷ ହେବ । ଉଦଯାପନୀ ଉତ୍ସବରେ ଆଇଓଏ ଅଧିକାରୀ ପତାକା ଗ୍ରହଣ କରିବେ ।''

ଏହା ବି ପଢନ୍ତୁ...BCCI President Election: ଫୋକସରେ ପ୍ରତିଷ୍ଠିତ କ୍ରିକେଟ ପ୍ରଶାସକଙ୍କ ୫ ପୁଅ

2008ରେ ଜାତୀୟ କ୍ରୀଡା ଆୟୋଜନ ପାଇଁ ଗୋଆକୁ ଅଧିକାର ମିଳିଥିଲା । ବିଭିନ୍ନ କାରଣରୁ ରାଜ୍ୟ ଜାତୀୟ କ୍ରୀଡା ଆୟୋଜନ କରିବାକୁ ବିଫଳ ହୋଇଥିଲା । ଶେଷ ଜାତୀୟ କ୍ରୀଡା 2015ରେ କେରଳରେ ହୋଇଥିଲା । 2016 ସଂସ୍କରଣ ଗୋଆରେ ହେବାର ଥିଲା । ଦୁଇବର୍ଷ ବିଳମ୍ବ ପରେ 2018 ଓ 2019 2020କୁ ସ୍ଥଗିତ ରଖାଯାଇଥିଲା । ମାତ୍ର କୋଭିଡ ପାଇଁ ଏହାକୁ ଗୁଜୁରାଟରେ ଆଯୋଜନ କରାଯାଇଥିଲା । 12 ତାରିଖରେ 36ତମ ଜାତୀୟ କ୍ରୀଡା ଉଦଯାପିତ ହେବ । ପ୍ରକାଶ ଥାଉ କି, 36ତମ ଜାତୀୟ କ୍ରୀଡାରେ ଓଡିଶା ରେକର୍ଡ ସଂଖ୍ୟକ ପଦକ ହାସଲ କରିଛି । 2015ରେ ଓଡିଶାକୁ 15ଟି ପଦକ ମିଳିଥିବା ଏହାର ତୁଳନାରେ ଏଥର ପଦକ ସଂଖ୍ୟା ବଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.