ETV Bharat / sports

FIH Women's Junior WC: ଜୋହାନ୍ସବର୍ଗ ଅଭିମୁଖେ ଭାରତୀୟ ହକି ଟିମ

ଭାରତୀୟ ଜୁନିୟର ମହିଳା ହକି ଟିମ ଆଗାମୀ FIH ମହିଳା ଜୁନିୟର ବିଶ୍ବକପ ୨୦୨୧ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଶୁକ୍ରବାର ଉଡାଣ ଭରିଛି । ଭାରତୀୟ ଟିମ ୱେଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଏପ୍ରିଲ ୨ରୁ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

author img

By

Published : Mar 25, 2022, 10:58 PM IST

FIH Women's Junior WC: Indian hockey team leave for Johannesburg

ଭୁବନେଶ୍ବର: ଭାରତୀୟ ଜୁନିୟର ମହିଳା ହକି ଟିମ ଆଗାମୀ FIH ମହିଳା ଜୁନିୟର ବିଶ୍ବକପ ୨୦୨୧ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଶୁକ୍ରବାର ଉଡାଣ ଭରିଛି । ଏହି ମେଗା ଇଭେଣ୍ଟ COVID-19 ସଂକ୍ରମଣ ଭୟ କାରଣରୁ ୨୦୦୨କୁ ସ୍ଥଗିତ ହୋଇଥିଲା । ଆସନ୍ତା ଶୁକ୍ରବାର(ଏପ୍ରିଲ ୧)ରୁ ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାର ପୋଟଚେଷ୍ଟ୍ରୋମରେ ଖେଳାଯିବ । ୨୦୨୧ରେ ଚିଲେ ଗସ୍ତରେ ଅପରାଜେୟ ରହିବା ପରେ ଏହା ଭାରତୀୟ ଜୁନିୟର ଟିମର ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟ ହେବ । ଓଡିଆ ଝିଅ ସାଲିମା ଟେଟେଙ୍କ ନେତୃତ୍ବରେ ବିଶ୍ବକପ ଖେଳିବ ଭାରତୀୟ ଟିମ ।

  • 𝗦𝗔𝗩𝗘 𝗬𝗢𝗨𝗥 𝗗𝗔𝗧𝗘𝗦 🗓️
    1-12 Apr'22

    The Junior Indian Women's Hockey Team is all set to compete in the FIH Hockey Women's Junior World Cup.

    Wishing the team the very best as they take flight for #SouthAfrica to play in the biggest Jr. women's hockey tournament. pic.twitter.com/B2Og9MtPZJ

    — Odisha Sports (@sports_odisha) March 25, 2022 " class="align-text-top noRightClick twitterSection" data=" ">

ଟିମର ପ୍ରସ୍ତୁତି ନେଇ ସାଲିମା କହିଛନ୍ତି, "ବହୁ ଦିନର ଅପେକ୍ଷାର ଶେଷ ହୋଇଛି, ଜୁନିୟର ବିଶ୍ବକପରେ ଆମେ ଅଂଶଗ୍ରହଣ କରିବାକୁ ଉତ୍ସାହିତ । ସିନିୟର ଟିମ ସହିତ ଅଭ୍ୟାସ କରିଥିବାରୁ ଭଲ ପ୍ରସ୍ତୁତି ହୋଇଛି । ସବୁ ଚ୍ୟାଲେଞ୍ଜ୍‌କୁ ପାର୍‌ କରି ବିଜେତା ହେବା ଲକ୍ଷ୍ୟ ରହିଛି ।" ସାଲିମା ଆହୁରି ମଧ୍ୟ କହିଛନ୍ତି, ଆଶାଲତା ଆବାସୋ ଢେକାଲେ, ଦୀପିକା, ସଙ୍ଗୀତା କୁମାରୀ, ବିଚୁ ଦେବୀ ଖାରିବାମ ଓ ଇଶିତା ଚୌଧୁରୀଙ୍କ ଭଳି ଖେଳାଳି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ନିକଟରେ FIH ପ୍ରୋ-ଲିଗ ୨୦୨୧/୨୧ ମ୍ୟାଚ୍‌ରେ ସିନିୟର ଟିମରେ ଡେବ୍ୟୁ କରିଛନ୍ତି । ଫଳରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ରହିବା ନେଇ ଆଶାବାଦୀ ।

ଟିମ ଇଣ୍ଡିଆ ଗ୍ରୁପ୍‌ D'ରେ ରହିଛି । ପ୍ରଥମ ମ୍ୟାଚ୍‌ ୱେଲ୍ସ ବିପକ୍ଷରେ ଓ ଦ୍ବିତୀୟ ମ୍ୟାଚ୍‌ ଜର୍ମାନୀ ବିପକ୍ଷରେ ଏପ୍ରିଲ ୩ରେ ରହିଛି । ସେହିପରି ଶେଷ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ମାଲେସିୟା ବିପକ୍ଷରେ ଏପ୍ରିଲ ୫ରେ ରହିଛି । ଭାରତୀୟ ଟିମ ୱେଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଏପ୍ରିଲ ୨ରୁ ଅଭିଯାନ ଆରମ୍ଭ କରିବ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.