ETV Bharat / sports

FIH Pro League: ଆଜି ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା - ଅନ୍ତର୍ଜାତୀୟ ହକି ମହାସଂଘ ପ୍ରୋ ଲିଗ

ଏଫଆଇଏଚ ହକି ପ୍ରୋ ଲିଗରେ ଆଜି ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 11, 2023, 8:47 AM IST

ରାଉରକେଲା: ଅନ୍ତର୍ଜାତୀୟ ହକି ମହାସଂଘ ପ୍ରୋ ଲିଗର ଆଜି ଦ୍ବିତୀୟ ମ୍ୟାଚ । ମୁହାଁମୁହିଁ ହେବେ ବିଶ୍ବର ଦୁଇ ଶକ୍ତିଶାଳୀ ଦଳ ଜର୍ମାନୀ ଓ ଅଷ୍ଟ୍ରେଲିଆ । ସନ୍ଧ୍ୟା 7ଟା 30 ମିନିଟ ସମୟରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ଏହି ମ୍ୟାଚ । ଗତକାଲି ଭାରତ ଠାରୁ 3-2 ଗୋଲରେ ବିଶ୍ବକପ ବିଜେତା ଜର୍ମାନୀ ପରାଜିତ ହୋଇଥିବା ବେଳେ ଆଜି ଅଧିକ ଗୋଲ ଦେଇ ବିଜୟୀ ହେବା ନେଇ ଆଶା ରଖିଛି । ଆଜିର ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ପ୍ରୋ ଲିଗରେ ଜର୍ମାନୀ ଅଷ୍ଟ୍ରେଲିଆ ମଧ୍ୟରେ 6ଟି ମ୍ୟାଚ ହେବ । ଗତକାଲି ଗୋଟିଏ ମ୍ୟାଚ ଶେଷ ହୋଇଛି । 3ଟି ଟିମ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ ।

ଏହା ମଧ୍ୟ ପଢନ୍ତୁ-WPL 2023: ଆରସିବିର ଚତୁର୍ଥ ପରାଜୟ, ଆଲିସା ହିଲିଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଜିତିଲା ୱାରିୟର୍ଜ

ଗତକାଲି ପ୍ରଥମ ଦିନରେ ଭାରତ ଓ ଜର୍ମାନୀ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଜର୍ମାନୀ ବିପକ୍ଷରେ କାମ ଦେଇଥିଲା ଭାରତର ରଣନୀତି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଚମତ୍କାର ପ୍ରଦର୍ଶନ ଫଳରେ ଭାରତ 3-2ରେ ଜର୍ମାନୀକୁ ପରାସ୍ତ କରିଥିଲା । ସୁଖଜିତ ଦୁଇଟି ଗୋଲ କରି ଭାରତୀୟ ଟିମକୁ ଜିତାଇବାରେ ସଫଳ ହୋଇଥିଲେ । ରାଉରକେଲାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପୁଣି ବିଜୟ ଯାତ୍ରା ଆରମ୍ଭ କରିଛି । ମ୍ୟାଚରେ ପ୍ରଥମାର୍ଦ୍ଧରେ ଭାରତ ୦-୦ ଗୋଲରେ ବରାବରରେ ଥିଲା ।

ଏହା ମଧ୍ୟ ପଢନ୍ତୁ-BGT 4th Test, Day-2 Stumps: ଅଷ୍ଟ୍ରେଲିଆ ୪୮୦/10, ଭାରତ ୩6/0 , ପୁଣି ଟେନସନ୍ ଦେଲେ ଟେଲ୍ଏଣ୍ଡର

ଏହାପରେ ଦ୍ୱିତୀୟ କ୍ଵାଟରରେ ପେନାଲ୍ଟି କର୍ଣ୍ଣର ତିଆରି କରିଥିଲେ ଭାରତୀୟ ହକି ଦଳ । ହରମନପ୍ରୀତ କୌର ପେନାଲ୍ଟିକୁ ଗୋଲରେ ପରିଣତ କରି ଟିମକୁ 1-0ରୁ ଆଗୁଆ କରିଥିଲେ । ଦ୍ୱିତୀୟ କ୍ୱାଟର୍ସରେ ଭାରତୀୟ ଦଳ ଆଗୁଆ ଥିଲା । ପୁଣି ତୃତୀୟ କ୍ୱାଟର୍ସରେ ସୁଖଜିତ ସିଂ ଆଉ ଦୁଇଟି ଗୋଲ ଦେଇଥିଲେ । ଅନ୍ୟ ପକ୍ଷରେ ଜର୍ମାନୀ ମଧ୍ୟ ଗେମକୁ ଫେରିବାକୁ ଚେଷ୍ଟା କରିଥିଲା ଏବଂ ତୃତୀୟ କ୍ୱାଟର୍ସରେ ପଲ ଫିଲିପ ଗୋଟିଏ ଗୋଲ ଦେଇଥିଲେ । ଚତୁର୍ଥ କ୍ୱାଟର୍ସରେ ପୁଣି ଲଗାତାର ଆଉ ଗୋଟିଏ ଗୋଲ କରିଥିଲା ଜର୍ମାନୀ ଦଳ । ତେବେ ମ୍ୟାଚଟି ସମ୍ପୂର୍ଣ୍ଣ ଟକ୍କରର ହୋଇଥିଲା । ହରମନ ପ୍ରୀତ ଏବଂ ସୁଖଜିତ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ବିଶ୍ୱ ବିଜୟୀ ଜର୍ମାନୀକୁ ପରାସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.