ETV Bharat / sports

Women's Junior Hockey World Cup: ଜର୍ମାନୀକୁ ୨-୧ରେ ହରାଇ କ୍ବାର୍ଟର-ଫାଇନାଲରେ ଭାରତ

ଜର୍ମାନୀକୁ ୨-୧ରେ ହରାଇ ଜୁନିୟର ମହିଳା ହକି ବିଶ୍ବକପ କ୍ବାର୍ଟର-ଫାଇନାଲରେ ଭାରତ । ଅଧିକ ପଢନ୍ତୁ

author img

By

Published : Apr 3, 2022, 7:42 PM IST

Updated : Apr 3, 2022, 7:56 PM IST

FIH Hockey Women's Jr World Cup: India through to QFs after goalie Bichu Devi heroics against Germany in 2-1 win
Women's Junior Hockey World Cup: ଜର୍ମାନୀକୁ ୨-୧ରେ ହରାଇ କ୍ବାର୍ଟର-ଫାଇନାଲରେ ଭାରତ

ପୋଟ୍‌ଚେଫଷ୍ଟ୍ରୋମ(ଦକ୍ଷିଣ ଆଫ୍ରିକା): ଜୁନିୟର ମହିଳା ହକି ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ । ଜର୍ମାନୀକୁ ୨-୧ରେ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଭାରତ ପ୍ରଥମ ମ୍ୟାଚ୍‌ରେ ୱେଲ୍ସକୁ ୫-୧ ବଡ ବ୍ୟବଧାନରେ ହରାଇବା ପରେ ରବିବାର ଖେଳାଯାଇଥିବା ପୁଲ୍‌ D ଦ୍ବିତୀୟ ମ୍ୟାଚ୍‌ରେ ଜର୍ମାନୀକୁ ମଧ୍ୟ ପରାସ୍ତ କରିଛି । ଫଳରେ ଏହି ବିଜୟ ସହିତ ସମ୍ମାନଜନକ ବିଶ୍ବକପ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲରେ ଟିକେଟ ହାତେଇଛି ।

ଭାରତୀୟ ଗୋଲକିପର ବିଚୁଦେବୀ ଗୋଲପୋଷ୍ଟ ସାମ୍ନାରେ ଚମତ୍କାର ପ୍ରଦର୍ଶନ ସହ ବିଜୟରେ ପ୍ରମୁଖ ଭୁମିକା ନିଭାଇଛନ୍ତି । ଲାଲ୍ରେସିଆମି ଓ ମୁମତାଜ ଖାନ ଭାରତ ପକ୍ଷରୁ ଗୋଲ୍‌ ସ୍କୋର କରିଛନ୍ତି । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଟିମ ଆକ୍ରମଣାତ୍ମକ ରଣନୀତି ନେଇ ଖେଳିଥିଲା । ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଲାଲ୍ରେସିଆମି ଆକର୍ଷଣୀୟ ଗୋଲ୍‌ କରିବା ସହ ଭାରତକୁ ୧-୦ରେ ଆଗୁଆ କରାଇଥିଲେ ।

ପରେ ଜର୍ମାନୀର ଏକ ପେନାଲିଟି ସୁଟ୍‌ ଗୋଲ୍‌ ପ୍ରୟାସକୁ ବିଫଳ କରିଦେଥିଲେ ଗୋଲ୍‌କିପର ବିଚୁଦେବୀ । ଏହାର ସୁଯୋଗ ନେଇ ଭାରତୀୟ ଟିମ ଜର୍ମାନ ଖେଳାଳିଙ୍କ ଉପରେ ଅଧିକ ଚାପ ପକାଇଥିଲା ଓ ପରେ ମୁମତାଜ ଆଉ ଏକ ପେନାଲିଟି କର୍ଣ୍ଣରରେ ଗୋଲ୍‌ କରିବା ପରେ ଭାରତ ୨-୦ରେ ଆଗୁଆ ହୋଇଥିଲା । ତେବେ ମ୍ୟାଚ୍‌ର ଶେଷ କ୍ବାର୍ଟରରେ ୫୭ତମ ମିନିଟ୍‌ରେ ଜର୍ମାନୀ ଏକମାତ୍ର ଗୋଲ୍‌ କରିଥିଲେ ମଧ୍ୟ ପରାଜୟ ଏଡାଇ ପାରିନଥିଲା । ମଙ୍ଗଳବାର ଭାରତୀୟ ଜୁନିୟର ମହିଳା ହକି ଟିମ ମାଲେସିୟାକୁ ଭେଟିବ ।

ANI

Last Updated : Apr 3, 2022, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.