ETV Bharat / sports

Hockey Nations Cup: ଭାରତର ଲଗାତାର ଦ୍ବିତୀୟ ବିଜୟ, ହାରିଲା ଜାପାନ

ଏଫଆଇଏଚ ମହିଳା ହକି ନେସନ୍ସ କପରେ ( Hockey Nations Cup) ଭାରତୀୟ ଦଳର ଦମଦାର ପ୍ରଦର୍ଶନ । ଜାପାନକୁ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଭାରତ । ପ୍ରଥମ ମୁକାବିଲାରେ ଚିଲିକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା ଦଳ । ଅଧିକ ପଢନ୍ତୁ

author img

By

Published : Dec 13, 2022, 9:28 AM IST

fih hockey-nations-cup india-down-japan-by-2-1-register-second-straight-win-of-tournament
ଭାରତର ଲଗାତାର ଦ୍ବିତୀୟ ବିଜୟ, ହାରିଲା ଜାପାନ

ଭାଲେନସିଆ (ସ୍ପେନ): ମହିଳା ହକି ନେସନ୍ସ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ( Hockey Nations Cup) । ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି ଭାରତୀୟ ଦଳ । ସୋମବାର ଜାପାନ ବିପକ୍ଷ ମୁକାବିଲାରେ ବିଜୟ ହାସଲ କରି ଲଗାତାର ଦ୍ବିତୀୟ ମୁକାବିଲା କବଜାରେ କରିବା ସହ ସେମିଫାଇନାଲ ନିକଟତର ହୋଇଛି ଭାରତ । ଦ୍ବିତୀୟ ପୁଲ ମ୍ୟାଚରେ ଜାପାନକୁ 2-1 ଗୋଲରେ ପରାସ୍ତ କରିଛି ଦଳ । ଏହା ପୂର୍ବରୁ ଚିଲିକୁ 3-1ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ ।

ମ୍ୟାଚର ପ୍ରଥମ 5ମିନିଟ ଭାରତ ପକ୍ଷରୁ ସାଲିମା ଟେଟେ ସ୍କୋର୍‌ କରିଥିଲେ । 40ତମ ମିନିଟରେ ବିୟୁଟି ଡୁଙ୍ଗଡୁଙ୍ଗଙ୍କ ଗୋଲରେ ଭାରତ 2-0ରେ ଆଗୁଆ ରହିଥିଲା । ଅନ୍ତିମ କ୍ବାର୍ଟରରେ ଜାପାନ ଦୃଢ କମବ୍ୟାକ କରିଥିଲା । ଦଳ ପକ୍ଷରୁ ରୁଇ ତାକାଶିମା 49ତମ ମିନିଟରେ ଏକ ଗୋଲ କରିବାରେ ସଫଳ ହୋଇଥିଲେ । ହେଲେ ଆଉ ଏକ ଗୋଲ୍‌ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିବାକୁ ଯେତେ ଚେଷ୍ଟ କରିଥିଲେ ବି ଦଳକୁ ସଫଳତା ମିଳିନଥିଲା । ଫଳରେ ମ୍ୟାଚଟିକୁ 2-1ରେ ଜିତି ନେଇଥିଲା ଭାରତ । ସବୁତା ପୁନିଆଙ୍କ ନେତୃତ୍ବଧୀନ ଦଳ ଏବେ ଦୁଇଟି ମ୍ୟାଚରେ ବିଜୟ ହାସଲ କରି 6 ପଏଣ୍ଟ ସହ ପୁଲ ବି'ର ଶୀର୍ଷରେ ରହିଛି । ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଦଳକୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାକୁ ଜିତିବାକୁ ହେବ ।

ଏହା ବି ପଢନ୍ତୁ...ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ମ୍ୟାଚ, ଭାରତ-ବାଂଲାଦେଶ ମୁକାବିଲା

2018 ଏସିଆନ ଗେମ୍ସ ଫାଇନାଲରେ ଜାପାନଠୁ ପରାସ୍ତ ହୋଇଥିବା ଭାରତ । ପୂର୍ବ ତ୍ରୁଟିକୁ ସୁଧାରି ନେଶନ୍ସ କପରେ ଜାପାନକୁ ହରାଇ ବିଜୟଧାରା ବଜାୟ ରଖିଛି ଦଳ । ଏହାର ଶେଷ ଲିଗ ମ୍ୟାଚ ଡିସେମ୍ବର 14 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । 16 ଓ 17ରେ ନକଆଉଟ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ଇଭେଣ୍ଟରେ ଚମ୍ପିଆନ ଦଳ ଏଫଆଇଏଚ ମହିଳା ହକି ଲିଗ୍ 2023-24 ପାଇଁ ଯୋଗ୍ୟତା ଅର୍ଜନ କରିବ । 8ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.