ETV Bharat / sports

ପୁରୁଷ ଜୁନିୟର ହକି ବିଶ୍ବକପ; ମଉଳିଲା ଭାରତର ଫଇନାଲ ଆଶା, ସେମିଫାଇନାଲରେ ଜର୍ମାନୀଠୁ ପରାସ୍ତ - ମଉଳିଲା ଭାରତର ଫଇନାଲ ଆଶା

FIH Men's Junior World Cup 2023: ସେମିଫାଇନାଲରେ ଜର୍ମାନୀଠୁ ପରାସ୍ତ ହେଲା ଭାରତ । 4-1 ଗୋଲ୍‌ରେ ହାରିଲା ଭାରତ । ଅଧିକ ପଢ଼ନ୍ତୁ

ପୁରୁଷ ଜୁନିୟର ହକି ବିଶ୍ବକପ
FIH Hockey Mens Junior World Cup
author img

By ETV Bharat Odisha Team

Published : Dec 15, 2023, 9:07 AM IST

କ୍ବାଲାଲୁମ୍ପୁର: ଏଫଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ବକପରେ ସେମିଫାଇନାଲରେ ଭାରତର ଅଭିଯାନ ଶେଷ ହୋଇଛି । ଧୂଳିଶାତ ହେଲା ଫାଇନାଲ ଖେଳିବାର ଆଶା । ସେମିଫାଇନାଲରେ 4-1 ଗୋଲରେ ଭାରତ ପରାସ୍ତ ହୋଇଛି । ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ । 2021ରେ ପୁରୁଷ ଜୁନିୟର ହକି ବିଶ୍ବକପରେ ଭାରତ ସେମିରେ ଜର୍ମାନୀଠାରୁ ପରାସ୍ତ ହୋଇଥିବା ବେଳେ ଚଳିତ ବିଶ୍ବକପରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଜର୍ମାନୀର ରଣନୀତି ଆଗରେ ଫେଲ ମାରିଥିଲା ଭାରତୀୟ ଖେଳାଳିଙ୍କ ହକି ଷ୍ଟିକ । ଫଳରେ ଦ୍ବିତୀୟ ଥର ପାଇଁ ଭାରତର ଫାଇନାଲ ଖେଳିବା ଆଶା ଚୂରମାର ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-ପୁରୁଷ ଜୁନିୟର ହକି ବିଶ୍ବକପ; ଫାଇନାଲ ପାଇଁ ଆଜି ଜର୍ମାନୀ ଓ ଭାରତ ମଧ୍ୟରେ ହେବ ଜୋରଦାର ଫାଇଟ

ଗତକାଲି (ଗୁରୁବାର) ଏଫଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ବକପର ସେମି ଫାଇନାଲରେ ଦୁଇଟି ମ୍ୟାଚ ରହିଥିଲା । କ୍ବାଲାଲୁମ୍ପୁରର ହକି ଷ୍ଟାଡିୟମରେ ପ୍ରଥମେ ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ପରେ ଦ୍ବିତୀୟ ସେମିଫାନାଲ ସ୍ପେନ୍‌ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା । ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରଥମ କ୍ବାଟର ଆରମ୍ଭ ହୋଇଥିଲା । ଏହି କ୍ବାଟରରେ ଜର୍ମାନୀ ଗୋଟିଏ ଗୋଲ ଦେଇଥିବା ବେଳେ ଭାରତୀୟ ହକି ତାରକା ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିଲେ। ଫଳରେ 1-1ରେ ଗୋଲ ବରାରବର ହୋଇଥିଲା । କିନ୍ତୁ ପରବର୍ତ୍ତି ତିନୋଟି କ୍ବାଟରରେ ଭାରତ ଗୋଟିଏବି ଗୋଲ ଦେବାକୁ ସମର୍ଥ ହୋଇନଥିଲା । 12ଟି ପେନାଲ୍ଟି ସୁଯୋଗ ପାଇଥିଲେ ମଧ୍ୟ ଭାରତ ସବୁଥିରେ ବିଫଳ ହୋଇଥିଲା । ଜର୍ମାନୀ 3ଟି ଗୋଲ ଦେଇ 4-1ରେ ବିଜୟୀ ହେବା ସହ ସିଧା ଫାଇନାଲରେ ପ୍ରବେଶ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଡୋପ ଟେଷ୍ଟରେ ଏକ୍ସପାରି ନଥିବା କିଟ୍‌ ବ୍ୟବହାର କରୁଛି NADA: ବଜରଙ୍ଗ ପୁନିଆ

ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ସ୍ପେନକୁ ପରାସ୍ତ କରିଥିଲା ଫ୍ରାନ୍ସ । ପ୍ରାନ୍ସ 3-1 ଗୋଲରେ ସ୍ପେନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । ତେବେ ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ ଲଢେଇ ହେବ । ସ୍ପେନ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ । ଡିସେମ୍ବର 12 ତାରିଖରେ ନେଦରଲାଣ୍ଡ୍ସ ଓ ଭାରତ ମଧ୍ୟରେ କ୍ବାଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଭାରତୀୟ ଦଳ 4-3 ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ସେମିରେ ପହଞ୍ଚିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.