ETV Bharat / sports

ସ୍କେଟିଂ ଚମ୍ପିଆନସିପରେ କୃତୀ ପ୍ରତିଯୋଗୀଙ୍କୁ ବ୍ରହ୍ମପୁରରେ ସମ୍ୱର୍ଦ୍ଧନା

ସିବିଏସଇ ପକ୍ଷରୁ ଆୟୋଜିତ ହୋଇଥିବା ଜୋନାଲ ସ୍ତରୀୟ ସ୍କେଟିଂ ଚମ୍ପିଆନସିପରେ ବ୍ରହ୍ମପୁରର କୃତୀ ପ୍ରତିଯୋଗୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
author img

By

Published : Oct 31, 2019, 10:10 PM IST

ବ୍ରହ୍ମପୁର: ସିବିଏସଇ ପକ୍ଷରୁ ଆୟୋଜିତ ହୋଇଥିବା ଜୋନାଲ ସ୍ତରୀୟ ସ୍କେଟିଂ ଚମ୍ପିଆନସିପରେ ବ୍ରହ୍ମପୁରର କୃତୀ ପ୍ରତିଯୋଗୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଗତ ଅକ୍ଟୋବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଛତିଶଗଡ଼ର ରାଇପୁର ଠାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର 6 ଜଣ ସ୍କେଟର ଏଥିରେ ଅଂଶଗ୍ରହଣ କରିଥିଲେ । ତିନୋଟି ସ୍ୱର୍ଣ୍ଣ ଓ ତିନୋଟି କାଂସ୍ୟ ପଦକ ହାସଲ କରିଛନ୍ତି 4 ଜଣ ସ୍କେଟର । ଆୟୋଜିତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଅଲମ୍ପିଆନ ତଥା ଅର୍ଜୁନ ଆୱାଡ ବିଜେତା ଭାରତ୍ତୋଳନକାରୀ କେ.ରବି କୁମାର, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସଭାପତି ତଥା ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ସଭାପତି ଅଶୋକ ସାହୁ, ଓ ଶିକ୍ଷାବିତ୍ ତଥା ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ଉପ-ସଭାପତି ଇ.ଟି ରାଓ ଯୋଗ ଦେଇ ସ୍କେଟର ମାନଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ।

ଚାରି ଜଣ ସ୍କେଟରଙ୍କ ମଧ୍ୟରେ ୮ ବର୍ଷରୁ କମ୍ ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅନ୍ୱେଷା ବିଷୋୟୀ ତିନି ଶହ ମିଟର ଓ ଏକ ହଜାର ମିଟର ରେସରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ, ୧୦ ବର୍ଷ କମ ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ଆଶୁତୋଷ ପାଢୀ ଏକ ହଜାର ମିଟର ରେସରେ ସ୍ୱର୍ଣ୍ଣ ଓ ତିନି ଶହ ମିଟରରେ କାଂସ୍ୟ ପଦକ, ୧୨ ବର୍ଷ ବାଳକ ବର୍ଗରେ କେ.ସି ପବ୍ଲିକ ସ୍କୁଲର ପୁନିତ୍ ଗୌଡ଼ ଏକ ହଜାର ମିଟର ରେସରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଓ ସଙ୍କଳ୍ପ ହାଏର ସେକେଣ୍ଡାରୀ ସ୍କୁଲର ଅନୁଭବ ପଣ୍ଡା ୧୪ ବର୍ଷ ବର୍ଗ ଏକ ହଜାର ମିଟର ରେସରେ କାଂସ୍ୟ ପଦକ ହାସଲ କରିଛନ୍ତି ।

ଅନ୍ୱେଷା ଓ ଆଶୁତୋଷ ନଭେମ୍ୱର ୨୬ରେ କର୍ଣ୍ଣାଟକରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ, ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ସେପଟେ ୫୭ ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ୍ ନଭେମ୍ୱର ୩ରୁ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧସ୍ଥିତ ଗାନ୍ଧୀ ସ୍କୁଲ ଅଫ ଇଂଞ୍ଜିନିୟରିଂ ପରିସରରେ ଅନୁଷ୍ଠିତ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ସିବିଏସଇ ପକ୍ଷରୁ ଆୟୋଜିତ ହୋଇସାରିଥିବା ଜୋନାଲ ସ୍ତରୀୟ ସ୍କେଟିଂ ଚମ୍ପିଆନସିପ୍ ରେ ବ୍ରହ୍ମପୁର ସହରର କୃତି ପ୍ରତିଯୋଗୀ ଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ କରାଯାଇଛି । ଗତ ଅକ୍ଟୋବର ମାସର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ରାଇପୁର ଠାରେ ଆୟୋଜିତ ହୋଇଥିବା ପ୍ରତିଯୋଗୀତାରେ କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର 6 ଜଣ ସ୍କେଟର ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ସ୍କେଟର ଉତ୍ତମ ପ୍ରଦର୍ଶନ କରି ସଫଳତା ପାଇଥିବା ବେଳେ ତିନୋଟି ସ୍ୱର୍ଣ୍ଣ ଓ ତିନୋଟି କାଂସ୍ୟ ପଦକ ହାସଲ କରିଛନ୍ତି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଅଲମ୍ପିଆନ ତଥା ଅର୍ଜୁନ ଆୱାଡି ଭାରତ୍ତୋଳକ କେ.ରବି କୁମାର, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସଭାପତି ତଥା ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ସଭାପତି ଅଶୋକ ସାହୁ, ଓ ଶିକ୍ଷାବିତ୍ ତଥା ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ଉପ-ସଭାପତି ଇ.ଟି ରାଓ ଯୋଗ ଦେଇ ସ୍କେଟର ମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ।ଚାରି ଜଣ ସ୍କେଟରଙ୍କ ମଧ୍ୟରେ ୮ ବର୍ଷରୁ କମ୍ ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅନ୍ୱେଷା ବିଷୋୟୀ ତିନି ଶହ ମିଟର ଓ ଏକ ହଜାର ମିଟର ରେସରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ , ୧୦ ବର୍ଷ କମ ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ଆଶୁତୋଷ ପାଢୀ ଏକ ହଜାର ମିଟର ରେସରେ ସ୍ୱର୍ଣ୍ଣ ଓ ତିନି ଶହ ମିଟରରେ କାଂସ୍ୟ ପଦକ, ୧୨ ବର୍ଷ ବାଳକ ବର୍ଗରେ କେ.ସି ପବ୍ଲକି ସ୍କୁଲର ପୁନିତ୍ ଗୌଡ଼ ଏକ ହଜାର ମିଟର ରେସରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଓ ସଙ୍କଳ୍ପ ହାଏର ସେକେଣ୍ଡାରୀ ସ୍କୁଲର ଅନୁଭବ ପଣ୍ଡା ୧୪ ବର୍ଷ ବର୍ଗ ଏକ ହଜାର ମିଟର ରେସରେ କାଂସ୍ୟ ପଦକ ହାସଲ କରିଛନ୍ତି । ଅନ୍ୱେଷା ଓ ଆଶୁତୋଷ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ନଭେମ୍ୱର ମାସ ୨୬ ରୁ ୩୦ ତାରିଖରେ କର୍ଣ୍ଣାଟକର ବେଲଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଜାତୀୟ ପ୍ରତିଯୋଗୀତାରେ ଭାଗ ନେବାକୁ ଥିବା ଏହି ଦୁଇ କୁନି ସ୍କେଟର କିଭଳି ଉତ୍ତମ ପ୍ରଦର୍ଶନ କରିବେ ସେଥିପାଇଁ ଏହି ଅବସରରେ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ । ସେପଟେ ୫୭ ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ୍ ପାଇଁ ନଭେମ୍ୱର ୩ ତାରିଖରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧସ୍ଥିତ ଗାନ୍ଧୀ ସ୍କୁଲ ଅଫ ଇଂଞ୍ଜିନିୟରିଂ ପରିସରରେ ହେବାକୁ ଥିବା ଓଡିଶା ଟିମ୍ ଚୟନରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ଏକାଡେମୀର କର୍ମକର୍ତ୍ତମାନଙ୍କ ସମେତ ବହୁ ସ୍କେଟର ଓ ଅଭିଭାବକମାନେ ଯୋଗ ଦେଇଥିଲେ ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..

*ଭିଜୁଆଲ ମୋଜୋରେ ଯାଇଛି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.