ETV Bharat / sports

ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ପରେ ଚମିକିଲା ୧୬ ବର୍ଷୀୟ କ୍ରିକେଟରଙ୍କ ଭାଗ୍ୟ

author img

By

Published : Jul 30, 2022, 9:43 PM IST

ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ବଦଳାଇ ଦେଲା ଜଣେ ୧୬ ବର୍ଷୀୟ କ୍ରିକେଟରଙ୍କ ଭାଗ୍ୟ । ରାହୁଲ, ଭରତଙ୍କର ଏକ ଭିଡଓକୁ ରିଟ୍ବିଟ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସହଯୋଗ କରିବାକୁ ଦାବି କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଗେହଲଟ ଭରତଙ୍କୁ ନିଜ ବାସଭବନକୁ ଡାକି ତାଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ରିଟ୍ବିଟରେ ଚମିକିଲା ୧୬ ବର୍ଷୀୟ କ୍ରିକେଟରଙ୍କ ଭାଗ୍ୟ

ଜୟପୁର: ରାହୁଲ ଗାନ୍ଧୀଙ୍କ ଟ୍ବିଟ ବଦଳାଇ ଦେଲା ଜଣେ ୧୬ ବର୍ଷୀୟ କ୍ରିକେଟରଙ୍କ ଭାଗ୍ୟ । ରାଜସ୍ଥାନର କ୍ରିକେଟର ଭରତଙ୍କ କ୍ରୀଡା ସମୟର ଏକ ଭିଡିଓକୁ ରିଟ୍ବିଟ କରି ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିବାରୁ ରାଜ୍ୟ ପ୍ରଶାସନର ଦୃଷ୍ଟି ପଡିଛି ଭରତଙ୍କ ଉପରେ । ମୁଖ୍ୟମନ୍ତ୍ରୀ ଭରତଙ୍କୁ ନିଜ ବାସଭବନକୁ ଡାକି ତାଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ତାଙ୍କ ତାଲିମ ବାବଦରେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସୂଚନା ଅନୁଯାୟୀ, ରାଜସ୍ଥାନର ଜଣେ କ୍ରିକେଟର ଭରତ ସିଂ ଖରୱଡଙ୍କ ଏକ ଭିଡିଓକୁ ରିଟ୍ବିଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ, ଭରତଙ୍କର ଏକ ଭିଡଓକୁ ରିଟ୍ବିଟ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସହଯୋଗ କରିବାକୁ ଦାବି କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଗେହଲଟ ଭରତଙ୍କୁ ନିଜ ବାସଭବନକୁ ଡାକି ତାଙ୍କୁ ଭେଟିଛନ୍ତି । ୧୬ ବର୍ଷୀୟ ଭରତଙ୍କ ରହିବା, ଖାଇବା ଏବଂ ତାଲିମ ପାଇଁ ରାଜ୍ୟ ସରକାର ସମସ୍ତ ଦାୟିତ୍ବ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

ଏଥିସହ ସାବାଇ ମାନସିଂହ ଷ୍ଟାଡିୟମରେ ପରିଚାଳିତ କ୍ରିକେଟ୍ ଏକାଡେମୀରେ ପ୍ରଶିକ୍ଷକ ଭରତଙ୍କୁ ତାଲିମ ପ୍ରଦାନ କରିବାର ବନ୍ଦୋବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ତେବେ ଭରତ, ବାପା ଏବଂ ମାମୁଁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ଭେଟିଥିଲେ । ଏହିସମୟରେ ରାଜସ୍ଥାନ କ୍ରିକେଟ୍ ଏକାଡେମୀ (ଆରସିଏ) ସଭାପତି ବୈଭବ ଗେହଲଟ୍ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.