ETV Bharat / sports

KheloIndia University Games: 200 ମିଟରରେ ଦୂତୀଙ୍କୁ ରୌପ୍ୟ

author img

By

Published : May 3, 2022, 7:06 AM IST

ବେଙ୍ଗାଲୁରୁରେ ଚାଲୁଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ମହିଳା ବର୍ଗ 200ମିଟର ଦୌଡରେ ରୌପ୍ୟ ପଦକ ଜିତିଛନ୍ତି ଦୂତୀ । ଅଧିକ ପଢନ୍ତୁ

Khelo India University Games
Khelo India University Games

ଭୁବନେଶ୍ବର: ବେଙ୍ଗାଲୁରୁରେ ଚାଲୁଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ୍‌ ଦେଖାଇଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । କର୍ଣ୍ଣାଟକର ଜୈନ ବିଶ୍ବ ବିଦ୍ୟାଳୟରେ ଚାଲିଥିବା ବିଶ୍ବ ବିଦ୍ୟାଳୟ କ୍ରୀଡାରେ ଓଡିଶାକୁ ଆଉ ଏକ ପଦକ ଭେଟି ଦେଇଛନ୍ତି ଦୂତୀ । ମହିଳା ବର୍ଗ 200 ମିଟର ଦୌଡରେ ରୌପ୍ୟ ପଦକ ଜିତିଛନ୍ତି ଦୂତୀ ଚାନ୍ଦ । 200 ମିଟରରେ ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରିୟା ମୋହନ । ସେ ନିର୍ଦ୍ଧାରିତ ଦୂରତାକୁ 23. 90 ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ 200 ମିଟର ଦୌଡ ଇଭେଣ୍ଟରେ ଭାଗ ନେଇଥିଲେ ଦୂତୀ । ନିର୍ଦ୍ଧାରିତ ଦୂରତାକୁ 24.02 ସେକେଣ୍ଡରେ ଅତିକ୍ରମ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଥଲେଟିକରେ ଚଳିତ ସଂସ୍କରଣରେ ଓଡିଶାକୁ ଏହା ଦ୍ବିତୀୟ ପଦକ । ଏହା ପୂର୍ବରୁ 100 ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

100 ମିଟର ଦୂରତାକୁ 11. 68 ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହି ଇଭେଣ୍ଟରେ ପୂର୍ବରୁ ଦୂତୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଫେଡେରେସନ କପ୍‌ରେ 11. 49 ଏବଂ ରାଜ୍ୟ ଆଥଲେଟିକ୍‌ ମିଟ୍‌ରେ 11.40 ସେକେଣ୍ଡ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.