ଅଗସ୍ତା: ଡଷ୍ଟିନ ଜନସନ ଅନ୍ତିମ ରାଉଣ୍ଡରେ ଚାରି ଅଣ୍ଡର 68ସ୍କୋର ସହ ମାଷ୍ଟର୍ସ ଗଲ୍ପ ଟୁର୍ଣ୍ଣାମେଣ୍ଟର ବିଜେତା ପାଲଟିଛନ୍ତି । ତେବେ ତାଙ୍କର ସର୍ବମୋଟ ସ୍କୋର 20ଅଣ୍ଡର 268 ରହିଥିଲା । ତେବେ ସେ 1997ରେ ଟାଇଗର ଉଡସଙ୍କ ରେକର୍ଡକୁ 2ଟି ସଟ୍ରେ ଭାଙ୍ଗି ଦେଇଛନ୍ତି ।
ଜନସନ 5ଟି ସଟ୍ରେ ବିଜୟ ହାସଲ କରିଛନ୍ତି । କୋଭିଡ କଟକଣା ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ମାସରେ ଆୟୋଜିତ କରାଯାଇ ନଥିଲା ।
ତେବେ ବିଜୟ ପରେ ସେ କହିଛନ୍ତି ଯେ, ମୁଁ ଦିନସରା ନର୍ଭସ ଥିଲି । କିନ୍ତୁ ମୁଁ ନିଜ ମନକୁ ଦୃଢ କରିଲି । ଗଲ୍ଫର ବଲ୍କୁ କଠିନ ସ୍ଥିତିରେ ବି ଭଲ ଭାବରେ ନିୟନ୍ତ୍ରିତ କରିଲି ।
2002ରେ ଉଡସ ପରେ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପ୍ରଥମ ଆମେରକୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଡଷ୍ଟିନ ଜନସନ ।