ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ଧରାପଡିବା ପରେ 21 ମାସ ପାଇଁ ଜିମନାଷ୍ଟ ଦୀପା କର୍ମାକରଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆଇଟିଏ । ଯାହା ଆସନ୍ତା ଜୁଲାଇ 10, 2023 ପର୍ଯ୍ୟନ୍ତ ବଳବତ୍ତର ରହିବାର ଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ତାରିଖକୁ ପରିବର୍ତ୍ତନ କରିଦିଆଯାଇଛି । ତାଙ୍କର ନିଲମ୍ବିତ ସମୟକୁ ଅଢ଼େଇ ମାସ କମ୍ କରି ଦିଆଯାଇଛି । ସେ ୨.୫ ମାସ ପୂର୍ବରୁ ସେ ମ୍ୟାଟ୍କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଅନୁମତି ଦିଆଯାଇଛି । ପୂର୍ବରୁ ଜୁଲାଇ ୧୦, ୨୦୨୩ ପର୍ଯ୍ୟନ୍ତ ତାଙ୍କର ନିଲମ୍ବିତ ତାରିଖକୁ ବଳବତ୍ତର ରଖାଯାଇଥିଲା । ତେବେ ନିଲମ୍ବିତ ସମୟକୁ କମ୍ କରିିଦିଆଯିବା ପରେ ସେ ଜୁଲାଇ ୨୦୨୩ରେ ଖେଳରେ ଯୋଗ ଦେଇପାରିବେ ।
- — Dipa Karmakar (@DipaKarmakar) February 4, 2023 " class="align-text-top noRightClick twitterSection" data="
— Dipa Karmakar (@DipaKarmakar) February 4, 2023
">— Dipa Karmakar (@DipaKarmakar) February 4, 2023
ନିଶା ସେବନ ବାବଦରେ ସେ କହିଛନ୍ତି ଯେ, "ମୁଁ ଅଜାଣତରେ ନିଷିଦ୍ଧ ନିଶା ପଦାର୍ଥ ସେବନ କରିଥିଲି । ଯଦି ମୋତେ ଏହା ଜଣାଥାନ୍ତା ତେବେ କେବେବି ମୁଁ ଏପରି ଭୁଲ କରିନଥାନ୍ତି । ଅଜାଣତରେ ହାଇଜେନାମାଇନ ଏସ 3 ବେଟା 2 ଡ୍ରଗ୍ସ ସେବନ କରିଥିଲି । ଯାହା ବିଶ୍ବ ଡୋପିଂ ନିରୋଧ ଏଜେନ୍ସିର ପ୍ରତିବନ୍ଧକ ସୂଚୀରେ ରହିଛି ।"
ଗତ 2021 ଅକ୍ଟୋବର 11 ତାରିଖରେ ଆଉଟଅଫ କମ୍ପିଟିସନ କଣ୍ଟ୍ରୋଲ ଜରିଆରେ ଫେଡେରେସନ ଇଣ୍ଟରନ୍ୟାସନାଲ ଡେ ଜିମନାଷ୍ଟିୟୁକ ତରଫରୁ ଦୀପା କର୍ମାକରଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଏଫଆଇଜି ଆଣ୍ଟି-ଡୋପିଂ ନିୟମ ଅନୁଯାୟୀ ଧାରା 10.8.2 ଅନୁଯାୟୀ କେସ୍ ରିଜୋଲ୍ୟୁସନ୍ ଚୁକ୍ତିନାମା ମାଧ୍ୟମରେ ଏହି ମାମଲାର ସମାଧାନ କରାଯାଇଥିଲା । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ 11 ଅକ୍ଟୋବର 2021 ପରଠାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେଣୁ 2023 ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ଆଇଟିଏ ସ୍ପଷ୍ଟ କରିଥିଲା । ଏକ ବିବୃତ୍ତି ଜାରି କରି ଏହାକୁ ନେଇ ସୂଚନା ଦେଇଥିଲା ଆଣ୍ଟି ଡୋପିଂ ବଡି । ଏହି ଦଣ୍ଡକୁ ଅଢ଼େଇ ମାସ କମାଇ ଦିଆଯାଇଛି । ସେ ଜୁଲାଇରେ ଦୁନିଆକୁ କମବ୍ୟାକ କରିପାରିବେ ।
ଏହା ମଧ୍ୟ ପଢନ୍ତୁ-ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିରୋଧରେ ପତ୍ନୀ ଆଣିଲେ ମାରପିଟ୍ ଅଭିଯୋଗ
ଗତ 2016ରେ ଜିମନାଷ୍ଟ ଦୀପା କର୍ମାକର ରିଓ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଦୀପା ରିଓ ଅଲମ୍ପିକରେ ପ୍ରଥମ ଥର ପାଇଁ ଅତ୍ୟନ୍ତ କଠିନ ହ୍ୟାଣ୍ଡଫ୍ରଣ୍ଟ 540 ଭଲ୍ଟରେ ଭାଗ ନେଇ ଦମଦାର ପ୍ରଦର୍ଶନ କରିଥିଲେ । 2019ରେ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ବିଶ୍ୱକପ୍ ଭଲ୍ଟ ଫାଇନାଲରେ ପ୍ରବେଶ କରିକ୍ୱାଲିଫାଇଂ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ସହିତ ତୃତୀୟ ସ୍ଥାନ ଅଧିକାର କରି ଦୀପା ଫାଇନାଲରେ ସ୍ଥାନ ପକ୍କା କରିଥିଲେ ।