ETV Bharat / sports

Durand Cup 2023: ଫୁଟବଲ କେବଳ ଏକ ଖେଳ ନୁହେଁ, ଶାନ୍ତିର ପ୍ରତୀକ ମଧ୍ୟ କହିଲେ ରାଜନାଥ

author img

By

Published : Aug 5, 2023, 10:49 PM IST

ଆସାମର କୋକରାଝରରେ ଡୁରାଣ୍ଡ କପ ୨୦୨୩ର ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଫୁଟବଲ ଶାନ୍ତିର ପ୍ରତୀକ ଏବଂ ଏହା ଲୋକଙ୍କୁ ଏକତ୍ର କରିଥାଏ ବୋଲି କହିଛନ୍ତି ରାଜନାଥ ସିଂ । ଅଧିକ ପଢ଼ନ୍ତୁ

Durand Cup 2023
Durand Cup 2023

ଗୌହାଟୀ: ଶନିବାର ଆସାମର କୋକରାଝରରେ ଡୁରାଣ୍ଡ କପ ୨୦୨୩ର ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମାରୋହ ଉଦ୍‌ଘାଟନ ସହ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ଖେଳ ପ୍ରତି ଉତ୍ସାହ ପାଇଁ ଜଣାଶୁଣା ବୋଲି ମୁଁ ଶୁଣିଥିଲି ବୋଲି କହିଛନ୍ତି ରାଜନାଥ । ହେଲେ ଡୁରାଣ୍ଡ କପ୍‌ ବିଷୟରେ ମୁଁ ସମସ୍ତଙ୍କ ମଧ୍ୟରେ ଥିବା ଉତ୍ସାହ ଦେଖିବା ପରେ ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ମାଧ୍ୟମରେ ଲୋକଙ୍କ ହୃଦୟରେ ପହଞ୍ଚି ପାରିଛି ବୋଲି ମୁଁ ନିଶ୍ଚିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ସେ କହିଛନ୍ତି, "ଫୁଟବଲ ପ୍ରତି ଏହି ଉତ୍ସାହ ଭାରତର ବହୁତ କମ ସ୍ଥାନରେ ଦେଖାଯାଏ । ଫୁଟବଲ କେବଳ ଏକ ଖେଳ ନୁହେଁ, ବରଂ ଏହା ଏକ ଭାବନା । ନାଇଜେରିଆରେ ୧୯୭୦ ଦଶକରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ସେହି ଗୃହଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ସେତେବେଳେ ନାଇଜେରିଆର ପରିବେଶ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା । କିନ୍ତୁ ଯେତେବେଳେ ବ୍ରାଜିଲର ଖେଳାଳି ପେଲେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ସେଠାରେ ପହଞ୍ଚିଥିଲେ, ସେତେବେଳେ ଉତ୍ତେଜନାପୂର୍ଣ୍ଣ ଦେଶରେ ଦେଶରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଶାନ୍ତି ରହିଥିଲା । ତେବେ କଳ୍ପନା କରନ୍ତୁ, ଫୁଟବଲ କିପରି ଚମତ୍କାର ଭାବରେ ପରିସ୍ଥିତିକୁ ସ୍ବାଭାବିକ କଲା ।" ଏହାର ଅର୍ଥ ହେଉଛି ଫୁଟବଲ ଶାନ୍ତିର ପ୍ରତୀକ ଏବଂ ଏହା ଲୋକଙ୍କୁ ଏକତ୍ର କରିଥାଏ ବୋଲି କହିଛନ୍ତି ରାଜନାଥ ସିଂ ।

ଏହା ମଧ୍ୟ ପଢ଼ନ୍ତୁ...Asian games: ଏସୀୟ କ୍ରୀଡାରେ ଭାଗ ନେବେ ଭାରତୀୟ ଫୁଟବଲ ଦଳ, ଅନୁମତି ଦେଲା କ୍ରୀଡା ମନ୍ତ୍ରଣାଳୟ

ସେ ଆହୁରି କହିଛନ୍ତି, "କ୍ରୀଡା ହେଉ କିମ୍ବା ସମାଜ ବା ରାଷ୍ଟ୍ର, ଏଥିରେ ନିୟମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେହିଭଳି ସମସ୍ତ ନିୟମକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ବ ।" ଜଣେ ପ୍ରକୃତ କ୍ରୀଡ଼ାବିତ୍‌ ଏବଂ ଜଣେ ପ୍ରକୃତ ନାଗରିକ ଖେଳ ଏବଂ ସମାଜର ନିୟମ ଅନୁଯାୟୀ ନିଜର କର୍ତ୍ତବ୍ୟ କରନ୍ତି ବୋଲି କହି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ଡୁରାଣ୍ଡ କପ ୨୦୨୩ ଉଦ୍‌ଘାଟନୀ ଉତ୍ସବରେ ଅନେକ ଦର୍ଶକଙ୍କର ସମାଗମ ହୋଇଛି । ଶୃଙ୍ଖଳା ତଥା ପ୍ରତିରକ୍ଷାମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.