ETV Bharat / sports

CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଅଚିନ୍ତ ସିଉଳି ଦେଲେ ତୃତୀୟ ସ୍ବର୍ଣ୍ଣ - କମନୱେଲଥ ଗେମ୍ସ 2022

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ପ୍ରତିଯୋଗିତାରେ ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । 73 କିଲୋ ଭାରୋତ୍ତୋଳନ ଇଭେଣ୍ଟରେ (Weight Lifting Event) ଅଚିନ୍ତ ସିଉଳି ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଅଚିନ୍ତା ସିଉଲି ଜିତିଲେ ତୃତୀୟ ସ୍ବର୍ଣ୍ଣ

author img

By

Published : Aug 1, 2022, 6:37 AM IST

Updated : Aug 1, 2022, 7:20 AM IST

ବର୍ମିଂହାମ(ଇଂଲଣ୍ଡ): କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ପ୍ରତିଯୋଗିତାରେ ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ପଦକ ଭେଟି ଦେଉଛନ୍ତି ଆଥଲେଟ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ(Gold) ପଦକ । 73 କିଲୋ ଭାରୋତ୍ତୋଳନ ଇଭେଣ୍ଟରେ (Weight Lifting Event) 20 ବର୍ଷୀୟ ଅଚିନ୍ତ ସିଉଳି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...CWG 2022: ଭାରତ ଖାତାରେ ଦ୍ବିତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ଜେରେମି ଲାଲରିନୁଙ୍ଗା

ଫାଇନାଲ ରାଉଣ୍ଡରେ 313 କିଲୋଗ୍ରାମ ଭାର ଉଠାଇ ଆଉ ଜଣେ ସୁନାପୁଅ ପାଲଟିଛନ୍ତି । ଭାରତ ଏଯାବତ 6ଟି ପଦକ ଜିତିଥିବାବେଳେ 3ଟି ସ୍ବର୍ଣ୍ଣ ପଦକ ରହଛି । ସମସ୍ତ ପଦକ ଭାରୋତ୍ତୋଳନ ହିଁ ଜିତିଛି ଭାରତ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କମନୱେଲ୍ଥ ଗେମ୍ସରେ ଏଯାବତ ଖେଳାଯାଇଥିବା ଭାରୋତ୍ତୋଳନ ଇଭେଣ୍ଟରେ ସର୍ବାଧିକ ପଦକ ଜିତିଛି ଭାରତ । ପ୍ରଥମେ ସ୍ନାଚ୍‌ରେ ସେ 137 ଭାରୋତ୍ତଳନ କରି ଦମଦାର ଆରମ୍ଭ କରିଥିଲେ ।

ଦ୍ବିତୀୟ ପ୍ରୟାସରେ 140କିଲୋ ଉଠାଇଥିଲେ । ତୃତୀୟ ତଥା ଫାଇନାଲ ରାଉଣ୍ଡରେ ସଫଳତାର ସହ 143 କିଲୋ ଉଠାଇ ଏକ ନୂଆ କମନୱେଲଥ ରେକର୍ଡ କରିଛନ୍ତି ଅଚିନ୍ତା । କ୍ଲିନ୍‌ ଓ ଜର୍କରେ ପ୍ରଥମ ପ୍ରୟାସରେ ସେ 166 କେଜି ଉଠାଇଥିଲେ । ଦ୍ବିତୀୟ ପ୍ରୟାସରେ ସେ 170କିଲୋ ଉଠାଇବାକୁ ଭାବିଥିଲେ ମାତ୍ର ବିଫଳ ହୋଇଥିଲେ । କ୍ଲିନ୍‌ ଓ ଜର୍କ ଅନ୍ତିମ ରାଉଣ୍ଡରେ ସେ 170କେଜି (143+170) ଉଠାଇଥିଲେ । ସଫଳତାର ସହ 170କେଜି ଉଠାଇ ଅଚିନ୍ତା ମୋଟ 313 (143କେଜି+170କେଜି) ଉଠାଇ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

Last Updated : Aug 1, 2022, 7:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.