ETV Bharat / sports

FIFA World Cup: 24 ବର୍ଷ ପରେ ତୃତୀୟ ସ୍ଥାନରେ କ୍ରୋଏସିଆ

author img

By

Published : Dec 17, 2022, 11:06 PM IST

Updated : Dec 18, 2022, 12:57 PM IST

ଫିଫା ବିଶ୍ବକପ ୨୦୨୨ରେ କ୍ରୋଏସିଆ ତୃତୀୟ ସ୍ଥାନ ହାସଲ କରିଛି । ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ ଗତକାଲି (ଶନିବାର ) କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ଜିତିଛି କ୍ରୋଏସିଆ । ଅଧିକ ପଢନ୍ତୁ

FIFA World Cup
24ବର୍ଷ ପରେ ତୃତୀୟ ସ୍ଥାନ ଅଧିକାର କଲା କ୍ରୋଏସିଆ

ହାଇଦ୍ରାବାଦ: ଫିଫା ବିଶ୍ବକପ ୨୦୨୨ରେ କ୍ରୋଏସିଆ ତୃତୀୟ ସ୍ଥାନ ହାସଲ କରିଛି । ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ ଗତକାଲି(ଶନିବାର ) କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହୋଇଥିଲେ । ଏହି ମୁକାବିଲାରେ କ୍ରୋଏସିଆ ୨-୧ ଗୋଲରେ ମରକ୍କୋକୁ ପରାସ୍ତ କରିଛି । ଏହା ସହିତ 24 ବର୍ଷ ପରେ ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ଅଧିକାର କରିଛି କ୍ରୋଏସିଆ । କ୍ରୋଏସିଆ ସେମିଫାଇନାଲରେ ଆର୍ଜେଣ୍ଟିନାଠୁ ପରାସ୍ତ ହୋଇଥିଲା ଫଳରେ ଟାଇଟଲ ହାତେଇବା ଆଶା ମଉଳି ଯାଇଥିଲା ।

ଖଲିଫା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ଆରମ୍ଭରୁ ରୋମାଞ୍ଚକର ହୋଇଥିଲା । ସପ୍ତମ ମିନିଟରେ କ୍ରୋଏସିଆ ଗୋଲ ଖାତା ଖୋଲିଥିଲା । ଲୁକା ମୋଡ୍ରିକଙ୍କ ଏକ ଫ୍ରି କିକକୁ ଇଭାନ ପେରିସିକ ଗୋଲ ପୋଷ୍ଟ ପର୍ଯ୍ୟନ୍ତ ନେବା ପରେ ବକ୍ସରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ । ନିକଟରେ ଥିବା ଜୋସ୍କୋ ଗଭାର୍ଡିଓଲ ହେଡ କରି ଏହାକୁ ଗୋଲରେ ପରିଣତ କରିଥିଲେ । ଏହାର 2 ମିନିଟ ମଧ୍ୟରେ ମରକ୍କୋ ଗୋଲ ପରିଶୋଧ କରିଥିଲା । ହାକିମ ଜିୟେଚଙ୍କ ଏକ ଫ୍ରି-କିକ କ୍ରୋଏସିଆ ଗୋଲ ପୋଷ୍ଟ ନିକଟତର ହେଉଥିବାବେଳେ ଅଚରଫ ହେଡ କରି ବଲକୁ ବକ୍ସରେ ପହଞ୍ଚାଇ ଦେଇଥିଲେ । ଫଳରେ 1-1 ସ୍ଥିତିରେ ବରାବର ହୋଇଥିଲା ।

ଏହାପରେ ଉଭୟ ଦଳ ଆକ୍ରମଣ ସ୍ଥିତିରେ ରହିଥିଲେ । ଶେଷରେ 42ତମ ମିନିଟରେ କ୍ରୋଏସିଆ ଦ୍ବିତୀୟ ଗୋଲ କରିଥିଲା । ଦ୍ବିତୀୟାର୍ଦ୍ଧରେ ମରକ୍କୋ ମ୍ୟାଚକୁ ଫେରିବାକୁ ଚେଷ୍ଟା କରିଥିଲା । ହେଲେ ଦଳ ବିଫଳ ହୋଇଥିଲା । ମରକ୍କୋର ସବୁ କୌଶଳ ଫେଲ ମାରିଥିଲା । ମ୍ୟାଚରେ ମରକ୍କୋ ପାଇଁ ଏକାଧୀକ ସୁଯୋଗ ସୃଷ୍ଟି ହୋଇଥିଲେ ବି ଦଳ କେବଳ ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲା । ଆଜି (ରବିବାର) ଫିଫା ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ । ବ୍ରାଜିଲ ନାମରେ ସର୍ବାଧିକ ଫିଫା ବିଶ୍ବକପ ଟାଇଟଲ ରହିଛି । ଏଥର କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ

Last Updated : Dec 18, 2022, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.