ଭୁବନେଶ୍ବର: ଗିନିଜ ବୁକ୍ ଅଫ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ସ୍କେଟିଂ ଏକାଡେମୀର 19ଜଣ କ୍ରୀଡାବିତଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍କେଟିଂ କଳା ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ରୂପା ତାରକସିର ଏକ ଉପହାର ଦେଇଛନ୍ତି ।
ସୂଚନା ଅନୁସାରେ ୨୦୧୮ ନଭେମ୍ବର ୧୦ ତାରିଖରେ କର୍ଣ୍ଣାଟକରେ ଆୟୋଜିତ ରୋଲର ସ୍କେଟିଂ ପ୍ରତିଯୋଗିତାରେ ଶିବଗଙ୍ଗା ରୋଲର୍ସ ସ୍କେଟିଂ କ୍ଲବ ପକ୍ଷରୁ ୫୫୪ ଜଣ କ୍ରୀଡାବିତ୍ ନିରନ୍ତର ୪୮ ଘଣ୍ଟା ସ୍କେଟିଂ କରି ବିଶ୍ଵ ରେକର୍ଡ କରିଥିଲେ ।
ଏହି ଇଭେଣ୍ଟରେ ବ୍ରହ୍ମପୁର ସ୍ପୋର୍ଟିଂ ଏକାଡେମୀର ଏହି ୧୯ ଜଣ କ୍ରୀଡାବିତ୍ ଅଂଶଗ୍ରହଣ କରି ସଫଳ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡାମନ୍ତ୍ରୀ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ