ETV Bharat / sports

ସରିଲା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିୟାନସିପ୍, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 22, 2019, 9:19 PM IST

ଉଦ୍‌ଯାପିତ ହୋଇଯାଇଛି 21ତମ ରାଜ୍ୟଗୋଷ୍ଟୀ ଟେବୁଲ ଟେନିସ୍‌ ଚମ୍ପିୟାନ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି । 7ଟିରୁ 7ଟି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଭାରତୀୟ ଖେଳାଳି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଟକ: ଉଦ୍‌ଯାପିତ ହୋଇଯାଇଛି 21ତମ ରାଜ୍ୟଗୋଷ୍ଟୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଦୀର୍ଘ 6 ଦିନ ଧରି ସ୍ଥାନୀୟ ଜବାହରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାର ଶେଷ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଶେଷ ଦିନରେ ମଧ୍ୟ ଚାମ୍ପିଅନସିପ୍‌ରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଥିଲା । 7ଟିରୁ 7ଟି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଭାରତୀୟ ଖେଳାଳି । ଖେଳାଯାଇଥିବା ଶେଷ ଇଭେଣ୍ଟ ମହିଳା ସିଙ୍ଗଲ୍ସରେ ଆଇକା ମୁଖାର୍ଜୀ ଚାମ୍ପିଅନ ହୋଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ମାଧୁରିକା ପାଟକରଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଅନ୍ୟପଟେ ସେହିପରି ପୁରୁଷ ସିଙ୍ଗିଲରେ ଭାରତର ହରମିତ୍‌ ଦେଶାଇ ଚାମ୍ପିଆନ ସ୍ବର୍ଣ୍ଣ ଜିତିଛନ୍ତି । ସେହିପରି ଜୀ ସାଥିଆନଙ୍କୁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ପଡିଛି ।

ତେବେ ନଜର ପକାନ୍ତୁ ଭାରତୀୟ ଖେଳାଳିଙ୍କ ମେଡାଲ ତାଲିକା ଉପରେ-

  • ମହିଳା ସିଙ୍ଗଲ୍ସ- ଆଇକା ମୁଖାର୍ଜୀ-ସ୍ବର୍ଣ୍ଣ
  • ପୁରୁଷ ସିଙ୍ଗିଲ- ହରମିତ୍‌ ଦେଶାଇ-ସ୍ବର୍ଣ୍ଣ
  • ପୁରୁଷ ଡବଲ୍ସ- ମାନବ ଠକର ଓ ଆନଥୋନି ଅମଲରାଜ- ସ୍ବର୍ଣ୍ଣ
  • ମହିଳା ଡବଲ୍ସ- କ୍ରିତ୍ଵିକା ସିହ୍ନା ରାୟ ଓ ପି ସହଶ୍ର ବୁଦ୍ଧି- ସ୍ବର୍ଣ୍ଣ
  • ଟିମ୍‌ ଇଭେଣ୍ଟରେ 3ଟି ସ୍ବର୍ଣ୍ଣ
  • ଏଥି ସହ 5ଟି ରୌପ୍ୟ ଓ 3ଟି କାଂସ୍ୟ

ସେହିପରି ଇଂଲଣ୍ଡ 2ଟି ରୌପ୍ୟ ଓ 3ଟି କାଂସ୍ୟ, ସିଂଙ୍ଗାପୁର 6ଟି କାଂସ୍ୟ, ମାଲେସିଆ ଗୋଟିଏ କାଂସ୍ୟ, ନାଇଜେରିଆ ଗୋଟିଏ କାଂସ୍ୟ ମିଳିପାରିଛି ।

ବ୍ୟୁରୋ ଇନପୁଟ୍‌ ସହ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଉଦଯାପିତ ହେଲା 21 ତମ କମନୱେଲଥ
ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନସିପ ପ୍ରତିଯୋଗିତା।ଉଦଯାପିତ ଦିବସରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ତେବେ
ମହିଳା ସିଙ୍ଗଲରେ ଆଇକା ମୁଖାର୍ଜୀ ଚାମ୍ପିଅନ ହୋଇଛନ୍ତି।ମାଧୁରିକା ପାଟକର ଙ୍କୁ 4-0 ସେଟ ରେ ହରାଇ ଚାମ୍ପିଅନ।ସେହିପରି ପୁରୁଷ ସିଙ୍ଗିଲରେ ହରମିତ ଡିସାଇ ଚାମ୍ପିଆନ ହୋଇଛନ୍ତି।ଜି ସତିଆନ ଙ୍କୁ 4-3 ସେଟ ରେ ହରାଇ ଚାମ୍ପିଆନ ହୋଇଛନ୍ତି।

ବାଇଟ - ଆଇକା ମୁଖାର୍ଜୀ, ସିଙ୍ଗଲ ମହିଳା ଚାମ୍ପିଅନ।
ବାଇଟ - ହରମିତ ଦିସାଇ,ସିଙ୍ଗଲ ପୁରୁଷ ଚାମ୍ପିଅନ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.