ETV Bharat / sports

Hockey World Cup 2023: କୋରିଆର ଶୋଚନୀୟ ପରାଜୟ, ୫-୦ରେ ଜିତିଲା ବେଲଜିୟମ - Belgium vs Korea

କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିବା ମ୍ୟାଚ୍‌ରେ ୫-୦ ଗୋଲ୍‌ରେ କୋରିଆକୁ ପରାସ୍ତ କରିଛି ବେଲଜିୟମ । କୋରିଆକୁ ୬ ଥର ପେନାଲ୍‌ଟି ଗୋଲ ଦେବାର ସୁଯୋଗ ମିଳିଥିଲେ ମଧ୍ୟ ଏହାର ଖେଳାଳିମାନେ ଏହାକୁ ଉପଯୋଗ କରିପାରି ନଥିଲେ । ଅଧିକ ପଢ଼ନ୍ତୁ

କୋରିଆକୁ ୫-୦ ଗୋଲ୍‌ରେ ପରାସ୍ତ କଲା ବେଲଜିୟମ
କୋରିଆକୁ ୫-୦ ଗୋଲ୍‌ରେ ପରାସ୍ତ କଲା ବେଲଜିୟମ
author img

By

Published : Jan 14, 2023, 7:57 PM IST

ଭୁବନେଶ୍ବର: ଜାରି ରହିଥିବା ହକି ବିଶ୍ବକପ ୨୦୨୩ର ଷଷ୍ଠ ମ୍ୟାଚରେ ଶନିବାର କୋରିଆକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି ବେଲଜିୟମ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟ‌ମରେ ହୋଇଥିବା ଏହି ମୁକାବିଲାରେ କୋରିଆ ବିପକ୍ଷରେ ବେଲଜିୟମ ଏକତରଫା ବିଜୟ ହାସଲ କରିଛି ।

ମ୍ୟାଚରେ ବେଲଜିୟମ ପକ୍ଷରୁ ହେଣ୍ଡରିକ୍ସ ଆଲେକଜାଣ୍ଡର ୩୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ । ୪୨ ମିନିଟରେ କୋସନି ଟାଙ୍ଗୁଏ ଫିଲ୍ଡ ଗୋଲ୍‌ ଦେଇଥିବାବେଳେ ଭାନ ଆଉବେଲ ଫ୍ଲୋରେଣ୍ଟ ୪୯ ମିନିଟରେ ପେନାଲ୍ଟି ଗୋଲ୍‌ ଦେଇଥିଲେ । ସେବଷ୍ଟାଇନ୍‌ ଡକ୍‌ଏର ୫୧ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ । ଏହାପରେ ୫୭ ମିନିଟରେ ବେଲଜିୟମର ଅର୍ଥୁର ଡି ସ୍ଲୋଭର ଆଉ ଏକ ଗୋଲ ଦେଇଥିଲେ । କୋରିଆକୁ ୬ ଥର ପେନାଲ୍‌ଟି ଗୋଲ ଦେବାର ସୁଯୋଗ ମିଳିଥିଲେ ମଧ୍ୟ ଏହାର ଖେଳାଳିମାନେ ଏହାକୁ ଉପଯୋଗ କରିପାରି ନଥିଲେ ।

ଏହା ପୂର୍ବରୁ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳା ଯାଇଥିଲା । ଏଥିରେ ନେଦରଲାଣ୍ଡ ୪-୦ରେ ମାଲେସିଆକୁ ପରାସ୍ତ କରିଥିଲା । ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିଶ୍ବକପରେ ପଦାର୍ପଣ କରିଥିବା ଚିଲିକୁ ୩-୧ ଗୋଲ୍‌ରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ସାମ୍‌ ଲେନ୍‌ ବିବେଚିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.