ETV Bharat / sports

Asian Mens Hockey 5s World Cup Qualifier: ଓମାନକୁ ହରାଇଲା, ପାକିସ୍ତାନଠୁ ହାରିଲା ଭାରତ

author img

By ETV Bharat Odisha Team

Published : Aug 31, 2023, 7:49 AM IST

ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ତାର ଦ୍ବିତୀୟ ଚତୁର୍ଥ ମୁକାବିଲା ଖେଳି ସାରିଛି । ଓମାନକୁ ପରାସ୍ତ କରିଥିବା ବେଳେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଛି । ଅଧିକ ପଢନ୍ତୁ

Asian Mens Hockey 5s World Cup Qualifier
ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟ

ନୂଆଦିଲ୍ଲୀ: ଓମାନରେ ଚାଲିଥିବା ପୁରୁଷ ଏସିଆନ 5ଏସ ହକିରେ ଭାରତ ବୁଧବାର ଦୁଇଟି ମ୍ୟାଚ ଖେଳିଥିଲା । ପ୍ରଥମଟି ଆୟୋଜକ ଓମାନ ଓ ଦ୍ବିତୀୟଟି ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଏଥିରେ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି ଅର୍ଥାତ ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ଓମାନକୁ ହରାଇଥିବା ବେଳେ ପାକିସ୍ତାନ ବିପକ୍ଷରେ ଭାରତ ପରାସ୍ତ ହୋଇଛି । ଓମାନ ବିପକ୍ଷରେ ହ୍ୟାଟ୍ରିକ ଗୋଲ କରି ପବନ ରାଜଭର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଭାରତ ବନାମ ଓମାନ: ବୁଧବାର ଭାରତ ପ୍ରଥମେ ଓମାନ ବିପକ୍ଷରେ ଖେଳିଥିଲା । ଘରୋଇ ଓମାନକୁ 12-2 ଗୋଲରେ ପରାସ୍ତ କରିଥିଲା ଭାରତ । ପ୍ରଥମାର୍ଦ୍ଧରେ ଭାରତ 5ଟି ଦ୍ବିତୀୟାର୍ଦ୍ଧରେ 7ଟି ଗୋଲ ସ୍କୋର କରିଥିଲା । ଶେଷ 10 ମିନିଟରେ ଭାରତ 6ଟି ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ପବନ ରାଜଭର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓମାନ ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ରାହୀଲ, ମନିନ୍ଦର ସିଂହ ଓ ପବନ ରାଜଭର ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।

Pawan Rajbhar wins the Player of the Match award for scoring a Hattrick against Oman.#HockeyIndia #IndiaKaGame #Hockey5s pic.twitter.com/HaAAv7IvIw

— Hockey India (@TheHockeyIndia) August 30, 2023

ଭାରତ ବନାମ ପାକିସ୍ତାନ: ଘରୋଇ ଓମାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବା ଭାରତ ତାର ଆଉ ଏକ ମ୍ୟାଚରେ ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଏକ କଡା ସଂଘର୍ଷ ମ୍ୟାଚରେ ଭାରତୀୟ ହକି ଦଳ ପାକିସ୍ତାନଠୁ 4-5 ଗୋଲରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଭାରତ ଟିକେ ଧିମା ପଡି ଯାଇଥିଲା । ପରବର୍ତ୍ତୀ ସମୟରେ ଜବରଦସ୍ତ କମବ୍ୟାକ କରିଥିଲା । ଭାରତ ପକ୍ଷରୁ 17 ଓ 29 ମିନିଟରେ ମନୀନ୍ଦର ସିଂ, 12 ମିନିଟରେ ଗୁରଜୋତ ସିଂ ଏବଂ 21 ମିନିଟରେ ମହମ୍ମଦ ରାହୀଲ ଗୋଲ ସ୍କୋର କରିଥିଲେ । ପାକିସ୍ତାନ 2,3, 5,13 ଓ 26 ମିନିଟରେ 5ଟି ଗୋଲ ସ୍କୋର କରିଥିଲା ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ

ପ୍ରକାଶ ଥାଉ କି, ଅଗଷ୍ଟ ସେପ୍ଟେମ୍ବର 29 ତାରିଖରୁ ଓମାନରେ ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏକ ବିଜୟ ହାସଲ କରିଥିଲା । 15-1 ଗୋଲରେ ପ୍ରଥମ ମୁକାବିଲା ଜିତିଥିଲା ଭାରତ । ଦ୍ବିତୀୟ ମ୍ୟାଚରେ ଆୟୋଜକ ଓମାନକୁ ପରାସ୍ତ କରିଥିଲା ମାତ୍ର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଛି । ଆଜି (ଗୁରୁବାର) ମାଲେସିଆ ଓ ଜାପାନକୁ ଭେଟିବ ଭାରତ ।

ନୂଆଦିଲ୍ଲୀ: ଓମାନରେ ଚାଲିଥିବା ପୁରୁଷ ଏସିଆନ 5ଏସ ହକିରେ ଭାରତ ବୁଧବାର ଦୁଇଟି ମ୍ୟାଚ ଖେଳିଥିଲା । ପ୍ରଥମଟି ଆୟୋଜକ ଓମାନ ଓ ଦ୍ବିତୀୟଟି ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଏଥିରେ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି ଅର୍ଥାତ ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ଓମାନକୁ ହରାଇଥିବା ବେଳେ ପାକିସ୍ତାନ ବିପକ୍ଷରେ ଭାରତ ପରାସ୍ତ ହୋଇଛି । ଓମାନ ବିପକ୍ଷରେ ହ୍ୟାଟ୍ରିକ ଗୋଲ କରି ପବନ ରାଜଭର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଭାରତ ବନାମ ଓମାନ: ବୁଧବାର ଭାରତ ପ୍ରଥମେ ଓମାନ ବିପକ୍ଷରେ ଖେଳିଥିଲା । ଘରୋଇ ଓମାନକୁ 12-2 ଗୋଲରେ ପରାସ୍ତ କରିଥିଲା ଭାରତ । ପ୍ରଥମାର୍ଦ୍ଧରେ ଭାରତ 5ଟି ଦ୍ବିତୀୟାର୍ଦ୍ଧରେ 7ଟି ଗୋଲ ସ୍କୋର କରିଥିଲା । ଶେଷ 10 ମିନିଟରେ ଭାରତ 6ଟି ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ପବନ ରାଜଭର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓମାନ ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ରାହୀଲ, ମନିନ୍ଦର ସିଂହ ଓ ପବନ ରାଜଭର ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।

ଭାରତ ବନାମ ପାକିସ୍ତାନ: ଘରୋଇ ଓମାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବା ଭାରତ ତାର ଆଉ ଏକ ମ୍ୟାଚରେ ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଏକ କଡା ସଂଘର୍ଷ ମ୍ୟାଚରେ ଭାରତୀୟ ହକି ଦଳ ପାକିସ୍ତାନଠୁ 4-5 ଗୋଲରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଭାରତ ଟିକେ ଧିମା ପଡି ଯାଇଥିଲା । ପରବର୍ତ୍ତୀ ସମୟରେ ଜବରଦସ୍ତ କମବ୍ୟାକ କରିଥିଲା । ଭାରତ ପକ୍ଷରୁ 17 ଓ 29 ମିନିଟରେ ମନୀନ୍ଦର ସିଂ, 12 ମିନିଟରେ ଗୁରଜୋତ ସିଂ ଏବଂ 21 ମିନିଟରେ ମହମ୍ମଦ ରାହୀଲ ଗୋଲ ସ୍କୋର କରିଥିଲେ । ପାକିସ୍ତାନ 2,3, 5,13 ଓ 26 ମିନିଟରେ 5ଟି ଗୋଲ ସ୍କୋର କରିଥିଲା ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ

ପ୍ରକାଶ ଥାଉ କି, ଅଗଷ୍ଟ ସେପ୍ଟେମ୍ବର 29 ତାରିଖରୁ ଓମାନରେ ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏକ ବିଜୟ ହାସଲ କରିଥିଲା । 15-1 ଗୋଲରେ ପ୍ରଥମ ମୁକାବିଲା ଜିତିଥିଲା ଭାରତ । ଦ୍ବିତୀୟ ମ୍ୟାଚରେ ଆୟୋଜକ ଓମାନକୁ ପରାସ୍ତ କରିଥିଲା ମାତ୍ର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଛି । ଆଜି (ଗୁରୁବାର) ମାଲେସିଆ ଓ ଜାପାନକୁ ଭେଟିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.