ETV Bharat / sports

Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ - ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟ

ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏକ ବଡ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି ।

Asian Mens Hockey 5s World Cup Qualifier
ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟ
author img

By ETV Bharat Odisha Team

Published : Aug 30, 2023, 11:30 AM IST

ନୂଆଦିଲ୍ଲୀ: ଗୋଲ ପରେ ଗୋଲ ବର୍ଷା । ବାୟା ହୋଇଗଲା ବାଂଲାଦେଶ ହକି ଦଳ । କିପରି ଗୋଲ ପରିଶୋଧ କରିବ ଚିନ୍ତାରେ ରହିଲା ଦଳ । ଗୋଲ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ପରେ ବି ବିଫଳ ହେଲା । ଓମାନରେ ଚାଲିଥିବା ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ବାଂଲାଦେଶ ବିପକ୍ଷରେ ଦଳ ଏକ ଦମଦାର ବିରାଟ ଗୋଲ ବ୍ୟବଧାନରେ ଜିତିଛି । ପ୍ରଥମ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି 15-1 ଗୋଲରେ ବିଜୟୀ ହୋଇଛି ଭାରତ । ମହମ୍ମଦ ରାହିଲ ହ୍ୟାଟ୍ରିକ ଗୋଲ ଦେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ଆଧପତ୍ୟ ବିସ୍ତାର କରିଥିଲା । ଭାରତ ପକ୍ଷରୁ ମନିନ୍ଦର ସିଂହ ସର୍ବାଧିକ 4ଟି ଗୋଲ ଦେଇଥିଲେ । ସେ ମ୍ୟାଚର 10ମ, 18ତମ, 28 ତମ ଓ 30 ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଗ ରାହିନ 3ଟି ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ । ଏହା ସହିତ ସୁଖବିନ୍ଦର ସିଂହ 13ତମ ଓ 22ତମ ମିନିଟରେ ଦୁଇଟି ଗୋଲ କରିଥିଲେ । ଗୁରୁଜୋତ ସିଂହ 2ଟି, ପବନ ରାଜଭର 2ଟି ଓ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅନ୍ତିମ 9 ମିନିଟରେ ଓଡିଆ ଖେଳାଳି ଦୀପସାନ ତିର୍କୀଙ୍କ ଷ୍ଟିକରୁ ଏକ ଗୋଲ ହୋଇଥିଲା । ବାଂଲାଦେଶ କେବଳ ଗୋଟିଏ ଗୋଲ କରିବାରେ ସଫଳ ହୋଇଥିଲା । ଆଜି ଭାରତ ଆୟୋଜକ ଓମାନ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ ।

ଏହା ବି ପଢନ୍ତୁ...5s World Cup Qualifier 2023: ଭାରତ ଚମ୍ପିଆନ, ବିଶ୍ବକପ ପାଇଁ ହାସଲ କଲା ଯୋଗ୍ୟତା

ଏହା ବି ପଢନ୍ତୁ...Asian Hockey 5s World Cup Qualifiers: ଭାରତୀୟ ଦଳ ଘୋଷଣା, ଓଡିଶାରୁ 4 ଖେଳାଳି

ପୁରୁଷ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ସେପ୍ଟେମ୍ବର 2 ତାରିଖ ଯାଏଁ ଚାଲିବ । ଏଲିଟି ପୁଲ୍‌ରେ ଭାରତୀୟ ଦଳ ସ୍ଥାନ ପାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଆଜି ଓମାନ ଓ ପାକିସ୍ତାନକୁ ଭେଟିବ । ସେହିପରି ଆସନ୍ତାକାଲି (ଗୁରୁବାର) ମାଲେସିଆ ଓ ଜାପାନ ସହ ଖେଳିବ । ଅନ୍ୟପଟେ 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମହିଳା ଦଳ ଦମଦାର ବିଜୟ ହାସଲ କରି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଜାପାନ, ମାଲେସିଆ, ଥାଇଲାଣ୍ଡକୁ ସମସ୍ତ ମୁକାବିଲାରେ ପରାସ୍ତ କରି ଅପରାଜେୟ ରହି ଚମ୍ପିଆନ ହୋଇଛି । ଫାଇନାଲରେ ଥାଇଲାଣ୍ଡକୁ 7-2 ଗୋଲରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଥିଲା ମହିଳ ହକି ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.