ETV Bharat / sports

Asian Games 2023: ସଟ୍‌ପୁଟ୍‌ରେ ଇତିହାସ ରଚିଲେ ତଜିନ୍ଦର, ସାଉଦିକୁ ହରାଇ ସ୍ୱର୍ଣ୍ଣ ଆଣିଲା ଭାରତ

ଚୀନର ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ଏଠାରେ ରବିବାର ଖେଳାଯାଇଥିବା ସଟ୍‌ପୁଟ୍‌ ଫାଇନାଲରେ ନିଜ ସାଉଦି ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ତଜିନ୍ଦର ସିଂହ ଟୁର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 1, 2023, 9:40 PM IST

Updated : Oct 1, 2023, 9:46 PM IST

ସଟ୍‌ପୁଟ୍‌ରେ ଇତିହାସ ରଚିଲେ ତଜିନ୍ଦର
ସଟ୍‌ପୁଟ୍‌ରେ ଇତିହାସ ରଚିଲେ ତଜିନ୍ଦର

ହାଙ୍ଗଝୌ: ଏସିଆନ୍ ଗେମ୍ସ ୨୦୨୩ରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ । ସଟପୁଟ୍‌ରେ ନିଜ ସାଉଦି ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ଇତିହାସ ରଚିଲେ ଭାରତର ତଜିନ୍ଦର ସିଂହ ଟୁର । ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ତେବେ ସ୍ବର୍ଣ୍ଣ ପଦକ ପର୍ଯ୍ୟନ୍ତ ଟୁରଙ୍କ ଯାତ୍ରା ଏତେ ସହଜ ନଥିଲା । ଆରମ୍ଭରେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ୨୦ ମିଟର ପର୍ଯ୍ୟନ୍ତ ଥ୍ରୋ କରିଥିଲେ ମଧ୍ୟ ନିରାଶ ହୋଇଥିଲେ ତଜିନ୍ଦର । କାରଣ ଏହାକୁ ଅବୈଧ ଘୋଷଣା କରିଦେଇଥିଲେ ରେଫରୀ । ଏହାପରେ ଦ୍ବିତୀୟ ଥ୍ରୋରେ ବି ସମାନ ପରିସ୍ଥିତର ସାମ୍ନା କରିବାକୁ ପଡ଼ିଥିଲା ।

ଏହା ସତ୍ତ୍ବେ ହାର ନମାନି ତୃତୀୟ ଥ୍ରୋ କରିଥିଲେ । ଏହା ୧୯.୫୧ ମିଟର ଯାଇଥିଲା ଏବଂ ବୈଧ ଥ୍ରୋ ଥିଲା । ତାଙ୍କ ପ୍ରତିଦ୍ବନ୍ଦ୍ବୀ ସାଉଦି ଆରବର ମହମ୍ମଦ ଦାଉଦା ଟୋଲୋ ୧୯.୯୩ ମିଟର ଫିଙ୍ଗି ତଜିନ୍ଦରଙ୍କ ଠାରୁ ଆଗରେ ଥିଲେ । ହେଲେ ଚତୁର୍ଥ ଥ୍ରୋରେ ତଜିନ୍ଦର ୨୦.୦୬ ମିଟର ଫିଙ୍ଗି ପ୍ରତିଦ୍ବନ୍ଦ୍ବୀ ଟୋଲୋଙ୍କୁ କଡ଼ା ଆହ୍ବାନ ଦେଇଥିଲେ । ସେପଟେ ଟୋଲୋ ମଧ୍ୟ ହାର୍ ମାନି ନଥିଲେ । ସେ ପୁଣି ୨୦.୧୮ ମିଟର ଫିଙ୍ଗି ଲିଡ୍ ନେଇଥିଲେ । ଏହାପରେ ତଜିନ୍ଦର ୨୦.୩୬ ମିଟର ଥ୍ରୋ କରି ଟୋଲୋଙ୍କୁ ବହୁ ପଛକୁ ଠେଲିଦେଇଥିଲେ । ଟୋଲୋ ଏହାର ମୁକାବିଲା କରିପାରିନଥିଲେ । ତେଣୁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ମହିଳା ସଟପୁଟରେ କିରଣଙ୍କୁ ବ୍ରୋଞ୍ଜ, 72 ବର୍ଷ ପରେ ଭାରତକୁ ମିଳିଲା ପଦକ

ଏହା ପୂର୍ବରୁ ସଟପୁଟ ମହିଳା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ରଚିଥିଲେ ଭାରତର କିରଣ ବାଲିୟାନ । ମହିଳା ସଟପୁଟରେ ପଦକ ଜିତିବାରେ ପ୍ରଥମ ଆଥଲେଟ ହୋଇଥିଲେ କିରଣ । ସେ ତୃତୀୟ ପ୍ରୟାସରେ ୧୭.୩୬ ମିଟର ସଟପୁଟ ଥ୍ରୋ କରି ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ହାସଲ କରିଥିଲେ ଚୀନର ଲିଜିଆଓ ଏବଂ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ ଜିଆୟୁଆନ ସଙ୍ଗ । ଭାରତର ମନପ୍ରୀତ କୌର ୧୬.୨୫ ମିଟର ସଟପୁଟ ଥ୍ରୋ କରି ପଞ୍ଚମ ସ୍ଥାନରେ ରହିଥିଲେ ।

ପ୍ରକାଶଯୋଗ୍ୟ, ଏସିଆନ୍‌ ଗେମ୍ସରେ ସଟ୍‌ପୁଟ ଟାଇଟଲ ଜିତିବାରେ ତଜିନ୍ଦର ଚତୁର୍ଥ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ପର୍ଦୁମନ ସିଂହ ବ୍ରାର (୧୯୫୪ ଏବଂ ୧୯୫୮), ଯୋଗୀନ୍ଦର ସିଂହ (୧୯୬୬ ଏବଂ ୧୯୭୦) ଏବଂ ବାହାଦୂର ସିଂହ ଚୌହ୍ବାନ (୧୯୭୮ ଏବଂ ୧୯୮୨) ଏହି ଟାଇଟଲ ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2023, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.