ETV Bharat / sports

Asian Games: ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ - ଏସୀୟା କ୍ରୀଡା 2023

19ତମ ଏସୀୟ କ୍ରୀଡ଼ାର ଷଷ୍ଠ ଦିନରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଅଧିକ ପଢନ୍ତୁ

Asian Games 2023
Asian Games
author img

By ETV Bharat Odisha Team

Published : Sep 28, 2023, 8:29 AM IST

ହାଙ୍ଗଝୌ: ଏସୀୟ କ୍ରୀଡ଼ାର ଆଉ ଏକ ସ୍ବର୍ଣ୍ଣିମ ସଫଳତା । ସୁଟିଂରେ ପୁଣି ମିଲିଳା ସ୍ବର୍ଣ୍ଣ ପଦକ । ଷଷ୍ଠ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଉଷୁରେ ଭାରତକୁ ରୌପ୍ୟ ପଦକ ପରେ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ । ପୁରୁଷ 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହିତ ଭାରତର ପଦକ ସଂଖ୍ୟା 24କୁ ବୃଦ୍ଧି ହୋଇଛି । ସେଥିରେ ମୋଟ 6ଟି ସ୍ୱର୍ଣ୍ଣ ପଦକ ରହିଛି । ପୁରୁଷ 10 ମିଟର ଏୟାର ପିସ୍ତଲ ଟିମର ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ବି ପଢନ୍ତୁ...Asian Games: ଉଷୁରେ ରୌପ୍ୟ ଜିତିଲେ ରୋଶିବିନା

ପୁରୁଷ 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଅର୍ଜୁନ ଚିମା, ସରବଜୌତ ସିଂ ଓ ଶିବ ନରୱାଲ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଗତକାଲି ମଧ୍ୟ ବନ୍ଧୁକଚାଳକଙ୍କ କମାଲ ଦେଖିବାକୁ ମିଳିଥିଲା । ମହିଳା 25 ମିଟର ଏୟାର ପିସ୍ତଲ ଦଳକୁ ସ୍ବର୍ଣ୍ଣ ପଦକ ଜିତିଥିଲା । 25 ମିଟର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ ଈଶା ସିଂ । ସେହିପରି ମହିଳା 50 ମିଟର ରାଇଫଲରେ ଦଳ ରୌପ୍ୟ ପଦକ ହାସଲ କରିିଥିଲା । ଆଜି ଉଷୁ ମହିଳା 60 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ରୋଶିବିନା ଦେବୀ ନାଓରେମ । ସେପଟେ ଟେନିସରେ ପଦକ ପକ୍କା ହୋଇଛି । ବକ୍ସିଂ କ୍ବାର୍ଟରେ ପ୍ରବେଶ କରିଚନ୍ତି ଜରିନ ।

ଏହା ବି ପଢନ୍ତୁ...Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପିସ୍ତଲ ଇଭେଣ୍ଟରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଜି ଷଷ୍ଠ ଦିନରେ ପଦକ ଅଭିଯାନ ଆରମ୍ଭ ହୋଇଛି । ଏଯାବତ ଭାରତ 6ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 10ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛି । ମୋଟ 24 ପଦକ ସହି ଭାରତ ତାଲିକାରେ ସପ୍ତମ ସ୍ଥାନରେ ରହିଛି । 141 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥରେ ଉଜବେକିସ୍ତାନ୍‌, ପଞ୍ଚମରେ ଥାଇଲାଣ୍ଡ ଓ ଷଷ୍ଠରେ ହଂକଂ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.