ETV Bharat / sports

Asian Games 2023: ତୀରନ୍ଦାଜୀ ମହିଳା ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Oct 5, 2023, 10:39 AM IST

19ତମ ଏସୀୟ କ୍ରୀଡାର 12ତମ ଦିନରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ତୀରନ୍ଦାଜୀ ମହିଳା ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଅଧିକ ପଢନ୍ତୁ

Archery compound womens team wins gold
Asian Games 2023

ହଙ୍ଗଝୌ: ଚୀନରେ ଚାଲିଥିବା ଏସୀୟ କ୍ରୀଡାର 11ତମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ସ୍ବର୍ଣ୍ଣରୁ ପଦକୁ ଅଭିଯାନ ଆରମ୍ଭ କରିଛି ଭାରତ । ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା ମିଳିଛି । ମହିଳା ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଚାଇନିଜ ତାଇପେଇ ଦଳକୁ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଏହା ସହିତ ଭାରତର ପଦକ ସଂଖ୍ୟା 82ରେ ପହଞ୍ଚିଛି । ସେଥିରେ 19ଟି ସ୍ବର୍ଣ୍ଣ ପଦକ ରହିଛି ।

ତୀରନ୍ଦାଜୀ ମହିଳା ଟିମ ଇଭେଣ୍ଟରେ ଜ୍ୟୋତି, ଅଦିତି ଓ ପରନୀତ କୌର ସ୍ବର୍ଣ୍ଣିମ ସଫଳତା ଆଣିଛନ୍ତି । 230-220 ପଏଣ୍ଟ ହାସଲ କରି ଚାଇନିଜ ତାଇପେଇ ଦଳକୁ ମାତ ଦେଇଛନ୍ତି ଭାରତୀୟ ତୀରନ୍ଦାଜୀ ମହିଳା ଦଳ । ତୀରନ୍ଦାଜୀ ଭାରତର ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ । ଏହାସହିତ ଏହି ଇଭେଣ୍ଟରେ ମୋଟ 5ଟି ପଦକ ମିଳିଛି ।

ଏହା ବି ପଢନ୍ତୁ...Asian Games 2023: ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ, ପଦକ ସଂଖ୍ୟା 71 ଛୁଇଁଲା

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ 3 ପଦକ, ବକ୍ସିଂରେ ଲଭଲିନାଙ୍କୁ ରୌପ୍ୟ

ପ୍ରକାଶ ଥାଉ କି, ପୂର୍ବରୁ ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ ମିଳିଥିଲା । ମିକ୍ସଡ ଟିମ ଇଭେଣ୍ଟରେ ଏହି ସଫଳତା ମିଳିଥିଲା । ଜ୍ୟୋତି ଭେନମ ଓ ଓଜାସ ଡିଓଟାଲେ ସ୍ବର୍ଣ୍ଣ ପଦକ ସଫଳତା ହାସଲ କରିଥିଲେ । 159-158 ସ୍କୋର କରି ଦକ୍ଷିଣ କୋରିଆ ଯୋଡିକୁ ପରାସ୍ତ କରି ଏହି ଭାରତୀୟ ଯୋଡି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

ପ୍ରକାଶ ଥାଉ କି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ମୋଟ 82 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସେଥିରେ 19ଟି ସ୍ବର୍ଣ୍ଣ ଓ 31ଟି ରୌପ୍ୟ ଓ 32ଟି ବ୍ରୋଞ୍ଜ ମେଡାଲ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡା ଶେଷ ସୁଦ୍ଧ ଯଦି ଭାରତର ଏହି ପ୍ରଦର୍ଶନ ଜାରି ରୁହେ ତେବେ ଏଥର ପଦକ ସଂଖ୍ୟା 100 ପାର ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.