ETV Bharat / sports

Asian Games 2023: ନବମ ଦିନରେ ଭାରତକୁ 7 ପଦକ, 60 ଛୁଇଁଲା ମୋଟ ମେଡାଲ - ଏସୀୟ କ୍ରୀଡାରେ ଭାରତର ପଦକ

19ତମ ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା 60 ଛୁଇଁଛି । ନବମ ଦିନରେ ଜାଣନ୍ତୁ କେଉଁଥିରେ କିଏ ହାତେଇଛନ୍ତି କେଉଁ ପଦକ । ଅଧିକ ପଢନ୍ତୁ

India Medal tally in asian games
Asian Games 2023
author img

By ETV Bharat Odisha Team

Published : Oct 3, 2023, 9:03 AM IST

ନୂଆଦିଲ୍ଲୀ: ଚୀନରେ ହାଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ପଦକ ଭେଟି ଦେଉଛନ୍ତି ଭାରତୀୟ କ୍ରୀଡାବିତ୍ । ନବମ ଦିନର ଭାରତକୁ ମୋଟ 7ଟି ପଦକ ମିଳିଥିଲା । ସ୍ବର୍ଣ୍ଣ ପଦକ ଶୂନ ରହିଥିଲେ ବି 3ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ମିଳିଥିଲା । ଏହା ସହିତ ଭାରତର ପଦକ ସଂଖ୍ୟା 60ରେ ପହଞ୍ଚିଛି । ଆଗକୁ ଭାରତର ଏହିପରି ପ୍ରଦର୍ଶନ ଜାରି ରହିଲେ ଏଥରେ ପଦକ ସଂଖ୍ୟା 100ପାର କରିବାର ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି । ନବମ ଦିନରେ ଉଭୟ ପୁରୁଷ ଓ ମହିଳା ସ୍ପିଡ୍‌ ସ୍କେଟିଂ ରିଲେ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଷ୍ଟିପଲଚେଜ, ଟିଟିରେ ଭାରତକୁ ପଦକ ମିଳିଥିଲା । ସମସ୍ତଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।

ଟିଟି ମହିଳା ଡବଲ୍ସରେ ପ୍ରଥମ ପଦକ: ଏସୀୟ କ୍ରୀଡାର ଟେବୁଲ ଟେନିସରେ ଭାରତୀୟ ପ୍ରତିଯୋଗୀ ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି । ବେଙ୍ଗଲର ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ ଟିଟିରେ ଏହି ପଦକ ହାସଲ କରିଛନ୍ତି । ସେମିଫାଇନାଲରେ ହାରିଯିବା ପରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଦୁଇ ସାଙ୍ଗ ସୁତୀର୍ଥା ଓ ଆହିକା 7 ସେଟ ବିଶିଷ୍ଟ ସେମିଫାଇନାଲ ମୁକାବିଲାରେ ଉତ୍ତର କୋରିଆ ପ୍ରତିଯୋଗୀଙ୍କଠୁ ପରାଜିତ ହୋଇଥିଲେ । କ୍ବାର୍ଟର ଫାଇନାଲରେ ଏହି ଯୋଡି ଚୀନ ପ୍ରତିଯୋଗୀଙ୍କୁ ହରାଇଥିଲେ ।

  • SMASHING IN STYLE: THE MUKHERJEE SISTERS🏓

    🇮🇳's Table Tennis phenomenal duo, Ahyika Mukherjee and Sutirtha Mukherjee script history at #AsianGames2022 by clinching the BRONZE MEDAL 🏓🥉 in the women's doubles event! 🙌💫

    They've broken the barrier in style, getting India's… pic.twitter.com/FDVUgnD06p

    — SAI Media (@Media_SAI) October 2, 2023 " class="align-text-top noRightClick twitterSection" data=" ">

ଲଙ୍ଗ ଜମ୍ପରେ ରୌପ୍ୟ ଜିତିଲେ ଆନସି: ମହିଳା ଲମ୍ବ ଡିଆଁରେ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରି ଭାରତର ଆନସି ସୋଜାନ ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଆନସି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ପ୍ରଥମେ 6.56 ଓ ଦ୍ବିତୀୟରେ 6. 63 ଲମ୍ବ ଡିଆଁ ମାରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଚୀନର ଶିକି ଜିଓଙ୍କ 6.73 ମିଟର ଡେଇଁ ସ୍ବର୍ଣ୍ଣ ପଦକ ଓ ଭିଏତନାମରେ ଏନଗା ୟାନ ହୁଏ 6.50 ମିଟର ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ମିକ୍ସଡ ରିଲେ ଦଳକୁ ରୌପ୍ୟ: 4ଗୁଣା 400ମିଟର ମିକ୍ସଡ ରିଲେ ଦଳ ରୌପ୍ୟ ପଦକ ଜିତିଛନ୍ତି । ଦଳରେ ଥିବା ମହମ୍ମଦ ଅଜମାଲ, ବିଥ୍ୟା ରାମରାଜ, ରାଜେଶ ରମେଶ ଓ ଭେଙ୍କଟେସନ ସୁଭ ରୌପ୍ୟ ପଦକ ଭେଟି ଦେଇଥିଲେ । 3:14.34 ଟାଇମିଂ ନେଇ ଦ୍ବିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି ମିକ୍ସଡ ରିଲେ ଦଳ ।

  • 🥈it is for the the Indian 4X400 m Mixed Relay Team at #AsianGames2022

    The quartet of Muhammed Ajmal, Ramraj Vithya, Ramesh Rajesh & #KheloIndia Athlete Venkatesan Subha clocked a new National Record timing of 3:14.34 to grab the🥈

    Many congratulations to the team! Well… pic.twitter.com/KVcC6b4kR0

ପାରୁଲଙ୍କୁ ରୌପ୍ୟ ପଦକ: 3000 ମିଟର ଷ୍ଟିପଲଚେଜରେ ଭାରତର ପାରୁଲ ଚୌଧୁରୀଙ୍କୁ ରୌପ୍ୟ ପଦକ ମିଳିଛି । ବାହାରିନର ୱିନଫ୍ରେଡ ୟାଭି 9:18:28 ଟାଇମିଂ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ । ପାରୁଲ ଚୌଧୁରୀ 9:27:63 ଟାଇମିଂ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ସଫଳତା ହାସଲ କରିଛନ୍ତି । ପାରୁଲ ଏସୀୟ କ୍ରାଡୀର ରେକର୍ଡ ଅତିକ୍ରମ କରିଥିଲେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନରେ ପହଞ୍ଚି ପାରିନଥିଲେ ।

  • Parul Chaudhary set the track ablaze, clinching a🥈at #AsianGames2022

    The unstoppable Parul gave a beautiful second place finish in Women's 3000m Steeplechase event with a timing of 9:27.63

    Three cheers for our girl Parul! Well done, many congratulations 🥳💪🏻#Cheer4Indiapic.twitter.com/HGQ7h8llbG

ପ୍ରୀତୀଙ୍କୁ କାଂସ୍ୟ ପଦକ: 3000 ମିଟର ଷ୍ଟିପଲଚେଜରେ ଭାରତକୁ ମିଳିଥିବା 2ଟି ପଦକୁ ଗୋଟିଏ ପାରୁଲଙ୍କୁ ମିଳିଥିଲା ବେଳେ ଅନ୍ୟଟି ପ୍ରୀତି ଲାମ୍ବାଙ୍କୁ ମିଳିଛି । ପ୍ରୀତି କାଂସ୍ୟ ପଦକ ବିଜୟୀ ହୋଇଛନ୍ତି । ଶେଷ ଭାଗରେ ପ୍ରୀତି 9ମିନିଟ 43.32 ସେକେଣ୍ଡ ସମୟରେ ଦୂରତା ଅତିକ୍ରମ କରି ସିଜନର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ତୃତୀୟ ସ୍ଥାନରେ ରହିଥିଲେ ।

ଏହା ବି ପଢନ୍ତୁ...Asian Games 2023: ପୁରୁଷ ଓ ମହିଳା ସ୍ପିଡ ସ୍କେଟିଂ ରିଲେ ଦଳକୁ ବ୍ରୋଞ୍ଜ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ପ୍ରାୟ ସମସ୍ତ ଇଭେଣ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 60ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ 24ଟି ରୌପ୍ୟ ପଦକ ଓ 23ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସର୍ବାଧିକ 269 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.