ETV Bharat / sports

Asia Cup Hockey: ଆଜି ଭାରତ-ପାକିସ୍ତାନ ଲଢେଇ

author img

By

Published : May 23, 2022, 7:54 AM IST

ଇଣ୍ଡୋନେସିଆରେ ଆଜିଠୁ (ସୋମବାର) ଆରମ୍ଭ ହେଉଛି ପୁରୁଷ ଏସିଆ ହକି କପ । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଜି ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଭାରତ-ପାକିସ୍ତାନ ଲଢେଇ
ଆଜି ଭାରତ-ପାକିସ୍ତାନ ଲଢେଇ

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଜିଠୁ (ସୋମବାର) ଆରମ୍ଭ ହେଉଛି ପୁରୁଷ ଏସିଆ ହକି କପ । ପ୍ରଥମ ଦିନରେ 4 ଟି ମ୍ୟାଚ ଖେଳାଯିବ । ପୁଲ ଏରେ ସ୍ଥାନ ପାଇଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଜି ପରସ୍ପରକୁ ଭେଟିବେ । ଏହି ହାଇଭୋଲଟେଜ ମ୍ୟାଚକୁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଜାକର୍ତ୍ତାର ଗେଲୋରା ବଙ୍ଗ କର୍ନୋ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅପରାହ୍ନ 5ଟାରେ ମ୍ୟାଚ ଆରମ୍ଭ ହେବ ।

ଭାରତୀୟ ହକି ଦଳର ମଙ୍ଗ ଧରିଛନ୍ତି ଓଡିଆ ହକି ତାରକା ତଥା ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା । ବିରେନ୍ଦ୍ରଙ୍କ ନେତୃତ୍ବରେ ଏସିଆ କପ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଆଗକୁ 2023 ରାଜ୍ୟଗୋଷ୍ଠୀ କ୍ରୀଡାକୁ ଦୃଷ୍ଟିରେ ରଖି ଦଳର ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । 2017 ସଂସ୍କରଣରେ ଭାରତ ଫାଇନାଲରେ ମାଲେସିଆକୁ ହରାଇ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଥିଲା । ଭାରତ ଓ ପାକିସ୍ତାନ ଦଳ 3 ଥର ଲେଖାଏଁ ଏସିଆ କପ ଚାମ୍ପିଆନ ହୋଇଛନ୍ତି । ତେଣୁ ଆଜି ଦୁଇଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।

ପାକିସ୍ତାନ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ଅଛି । ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନ କରି 2023 ବିଶ୍ବକପରୁ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଚାପ ରହିବ । ଚାପ ସମ୍ଭାଳିପାରି ଭଲ ପ୍ରଦର୍ଶନ କଲେ ଭାରତ ପାଇଁ ବିଜୟ ସହଜ ହେବ । ଭାରତ ଏବଂ ପାକିସ୍ତାନ ପରସ୍ପରକୁ 177 ଥର ଭେଟିଛନ୍ତି । ହେଡ ଟୁ ରେକର୍ଡ 82-64 ରେ ପାକିସ୍ତାନ ଆଗୁଆ ରହିଛି । 2018 କମନୱେଲଥ ଗେମ୍ସରେ ଏକମାତ୍ର ଭାରତ ଗତ 13 ଟି ମ୍ୟାଚ ମଧ୍ୟରୁ 12 ଟି ଜିତିଛି । 2016 ଦକ୍ଷିଣ ଏସିଆନ୍ ଗେମ୍ସ ଫାଇନାଲରେ ପାକିସ୍ତାନ ଶେଷ ଥର ପାଇଁ ଭାରତକୁ ପରାସ୍ତ କରିଥିଲା ।

ପ୍ରଥମ ଦିନରେ ପୁଲ ଏ ମ୍ୟାଚରେ ଖେଳାଯିବାକୁ ଥିବା ଅନ୍ୟ 3ଟି ମୁକାବିଲା ଜାପାନ ଓ ଇଣ୍ଡୋନେସିଆ, ଗ୍ରୁପ-ବିରେ ମାଲେସିଆ ଓ ଓମାନ ଏବଂ ଦକ୍ଷିଣ କୋରିଆ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ଦକ୍ଷିଣ କୋରିଆ ସର୍ବାଧିକ 4 ଥର ବିଜେତା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.