ETV Bharat / sports

ସ୍ବର୍ଣ୍ଣ ପଦକ ସମାଲୋଚକଙ୍କ ପାଇଁ ଉତ୍ତର: ଦୂତି - ୱାର୍ଲ୍ଡ ୟୁନିଭରସିଟି ଗେମ୍ସ

ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ରେସ୍‌ରେ ସ୍ବର୍ଣ୍ଣ ହାତେଇ ଦେଶର ପ୍ରଥମ ଧାବିକା ବନିଛନ୍ତି ଦୂତି ଚାନ୍ଦ । ତେବେ ଦୂତିଙ୍କ ଏହି ସଫଳତା ପରେ ଆମ ପ୍ରତିନିଧି ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Jul 16, 2019, 9:20 PM IST

ଭୁବନେଶ୍ବର: ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ରେସ୍‌ରେ ସ୍ବର୍ଣ୍ଣ ହାତେଇ ଦେଶର ପ୍ରଥମ ଧାବିକା ବନିଛନ୍ତି ଦୂତି ଚାନ୍ଦ । ତେବେ ଦୂତିଙ୍କ ଏହି ସଫଳତା ପରେ ଆମ ପ୍ରତିନିଧି ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ । ଏଥିରେ ଦୂତି କହିଛନ୍ତି, ଘାତ ପ୍ରତି ପରେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବା ସମଲୋଚକଙ୍କୁ ମୋର ଉତ୍ତର ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ କିଛି ଦିନ ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚା ପରିସରକୁ ଆସିଥିବା ଦୂତିଙ୍କୁ ବହୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଆଉ ପ୍ରତିଯୋଗିତା ପରେ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି ମନ୍ତବ୍ୟ ନ ଦେବା ପାଇଁ । ସେହିପରି ଟୋକିଓ ଅଲମ୍ପିକ୍‌ ପାଇଁ ସେ ନିଜ ପ୍ରସ୍ତୁତି ଜାରି ରଖିଥିବା କହିଛନ୍ତି । ତେବେ ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ସାହାଯ୍ୟ ବ୍ୟତୀତ୍ ଅନ୍ୟ କୌଣସି ବେସରକାରୀ ସଂସ୍ଥା ଯଦି ତାଙ୍କୁ ସାହାଯ୍ୟ କରନ୍ତି, ତେବେ ବିଦେଶର ତାଙ୍କର ପ୍ରସ୍ତୁତି ଆହୁରି ସହଜ ହୋଇ ପାରିବ ବୋଲି ଦୂତୀ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦୁତିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

Body:ୱାଲଡ଼ ୟୁନିଭରସିଟି ଗେମ 2019 ରେ ଦୁତି ଆଣିଛନ୍ତି ସଫଳତା। 100 ମିଟର ଦୌଡ଼ ରେ ଗୋଲଡ଼ ମେଡାଲ ଆଣିଥିବା ଦୁତି ସାରା ଭାରତ ବର୍ଷ ର ପ୍ରଥମ ଖେଳାଳି ଭାବରେ ଆଜି ପରିଚିତ। ଆଉ ଏହି ସଫଳତା ପରେ ଦୁତି ଆମ ଇଟିଭି ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ। ଦୁତି ଆମ ଟିମ ସମୁଖ ରେ କହିଥିଲେ କିଭଳି ଥିଲା ତାଙ୍କର ଏହି ବିଜୟ।
ଦୁତି ଙ୍କ କହିବା ଅନୁସାରେ ସେ ନିଜର ବେଷ୍ଟ ଦେବା ପାଇଁ ଚେଷ୍ଟା କରି ଥିଲେ ।ଆଉ ସେ ହାର ମାନି ନଥିଲେ ଏହା ହିଁ ତାଙ୍କୁ ସଫଳତା ଆଣିଦେଇ ରହିବାର କହିଛନ୍ତି ଦୁତି। କିଛି ଦିନ ପୂର୍ବରୁ ନିଜର ସମଲିଙ୍ଗୀ ସମ୍ପର୍କ କୁ ନେଇ ଚର୍ଚ୍ଚା ରେ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଲୋକେ ତାଙ୍କୁ ମାନସିକ ସ୍ତର ରେ ଚାପ ପକାଉଥିଲେ ହେଲେ ସେ ସବୁ ଭିତରେ ବି ନିଜ ପାଇଁ ତଥା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆନି ନିଜକୁ ଗର୍ବ ମନେ କରୁଛନ୍ତି ବୋଲି ଦୁତି ପ୍ରକାଶ କରିଥିଲେ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.