ହାଇଦ୍ରାବାଦ: ବର୍ଷ 2019ରେ ଭାରତୀୟ ମହିଳା ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଏହି ଖେଳାଳିମାନେ ବ୍ୟାଡମିଣ୍ଟନ, କୁସ୍ତି, ଆଥଲେଟ ପରି ଅନେକ ଖେଳରେ ନିଜର ସାନାଦାର୍ ପ୍ରଦର୍ଶନରେ ଦେଶର ନାଁ ଗୌରବାନ୍ବିତ କରିଛନ୍ତି ।
ଆସନ୍ତୁ ଜାଣିବା ଚଳିତବର୍ଷ କ୍ରୀଡାଜଗତରେ ମହିଳା ଖେଳାଳିଙ୍କ କୀର୍ତ୍ତିମାନ ସମ୍ପର୍କରେ..
1. ପିଭି ସିନ୍ଧୁ
ରିଓ ଅଲମ୍ପିକରେ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଚଳିତ ବର୍ଷ ବେଶ୍ ଚର୍ଚ୍ଚାରେ ରହିଥିଲେ । ହାଇଦ୍ରାବଦର ଏହି ଯୁବ ବ୍ୟାଡମିଣ୍ଟନ ଖେଳାଳି ବିଡବ୍ଲୁଏଫ ବ୍ୟାଡମିଣ୍ଟନ ଓ୍ବାର୍ଲ୍ଡ ଚମ୍ପିଆନସିପ୍-2019 ଜିତି ଇତିହାସ ରଚିଛନ୍ତି । 25 ଅଗଷ୍ଟରେ ଖେଳାଯାଇଥିବା ଫାଇନାଲରେ ନୋଜୋମୀଙ୍କୁ ମାତ୍ ଦେଇ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ବ୍ୟାଡମିଣ୍ଟନ ଓ୍ବାର୍ଲ୍ଡ ଚମ୍ପିଆନସିପ୍ ଜିତିବାଥିବା ପ୍ରଥମ ଖେଳାଳି ହୋଇଯାଇଛନ୍ତି । କିନ୍ତୁ କିଛିଦିନ ହେବ ତାଙ୍କର ପ୍ରଦର୍ଶନ ନିରାଶଜନକ ଥିଲା । ଏବେ କିନ୍ତୁ ଆଗାମୀ ଟୋକିଓ ଅଲମ୍ପିକରେ ପଦକ ଜିତିବେ ବୋଲି ସମସ୍ତଙ୍କ ଆଶା ରହିଛି ।
2.ମେରୀ କମ୍
3 ଶିଶୁଙ୍କ ମା' ତଥା ରାଜ୍ୟସଭାର ସାଂସଦ ଏମସି ମେରୀ କମ୍ ଚଳିତବର୍ଷ ଓ୍ବାର୍ଲ୍ଡ ଚମ୍ପିଆନସିପ୍ରେ 6ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ବିଶ୍ବ ଚମ୍ପିଆନସିପ୍ରେ କ୍ୟୁବାର ଫେଲିକ୍ସ ସାବୋନଙ୍କ ସର୍ବାଧିକ 7ପଦକ ହାସଲ ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି 6ଥର ବିଶ୍ବ ଚମ୍ପିଆନ 35ବର୍ଷୀୟ ମେରୀ । ଏହାସହ ଗୌହାଟୀରେ ହୋଇଥବା ଇଣ୍ଡିଆ ଓପନ ଓ ଇଣ୍ଡୋନେସିଆରେ ଆୟୋଜିତ ପ୍ରେସିଡେଣ୍ଟ କପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମେରୀ । ଏବେ ତାଙ୍କର ନଜର ଟୋକିଓ ଅଲମ୍ପିକରେ ।
3. ଦୂତି ଚାନ୍ଦ
ଦୌଡରାଣୀ ଦୂତି ଚାନ୍ଦ ଏହି ବର୍ଷ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ତାଙ୍କର ଏସିଆନ ଗେମ୍ସରେ ସାନଦାର ପ୍ରଦର୍ଶନ ସମସ୍ତଙ୍କ ମନଜିଣିଥିଲେ ଦୂତି । ଚଳିତ ବର୍ଷ ଜୁଲାଇ ମାସରେ 30ତମ ସମର ୟୁନିଭର୍ସିଟି ଗେମ୍ସରେ 100ମିଟର ଦୌଡରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ଏହି ଚମ୍ପିଆନସିପ୍ରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ମହିଳା ହୋଇଯାଇଛନ୍ତି ଦୂତି । ଏଥିସହ 5ତମ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ଟୁର୍ଣ୍ଣାମେଣ୍ଟରେ 100ମିଟର ଦୌଡରେ ଦୂତି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
4.ହିମା ଦାସ
ଢିଙ୍ଗ ଏକ୍ସପ୍ରେସ ନାଁରେ ପରିଚିତ ହିମା ଦାସ ଆଥଲେଟିକ ଚମ୍ପିଆନସିପ୍ରେ ଗୋଲ୍ଡ ଜିତି ଇତିହାସ ରଚିଛନ୍ତି। ଚଳିତବର୍ଷ ସେ ଚେକ ଗଣରାଜ୍ୟ ଓ ପୋଲାଣ୍ଡରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ 20ଦିନରେ କ୍ରମାଗତ ଭାବେ 5ଟି ସ୍ବର୍ଣ୍ଣ ଜିତି ବିଶ୍ବସ୍ତରରେ ଚର୍ଚ୍ଚିତ ଖେଳାଳି ହୋଇଯାଇଛନ୍ତି ହିମା । ସେ 4ଟି ମେଡଲ 200ମିଟର ଦୌଡରେ ଓ 400ମିଟର ରେସ୍ରେ 5ମ ମେଡେଲ ଜିତିଛନ୍ତି ।
5. ବିନେଶ ଫୋଗାଟ
ଫୋଗାଟ ବଂଶର ପରମ୍ପରାକୁ ବଜାୟ ରଖିଛନ୍ତି ହରିଆଣାର 25ବର୍ଷୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗାଟ । ବିଶ୍ବ କୁସ୍ତି ଚମ୍ପିଆନସିପ୍ରେ କାଂସ୍ୟ ପଦକ ହାସଲ କରି ସେ ଟୋକିଓ ଅଲମ୍ପିକର ଟିକେଟ ହାସଲ କରିଛନ୍ତି । ବିଶ୍ବ କୁସ୍ତି ଚମ୍ପିଆନସିପ୍ରେ ଭାରତ ପାଇଁ ପଦକ ହାସଲ କରିଥିବା 5 ମହିଳା କୁସ୍ତି ଯୋଦ୍ଧା ହୋଇଯାଇଛନ୍ତି ବିନେଶ ଫୋଗାଟ । ଏଥିସହ ସେ ଚଳିତ ବର୍ଷ ଏସିଆ କୁସ୍ତି ଚମ୍ପିଆନସିପ୍, ୟାସର ଡୋଗୁ ଇଣ୍ଟରନ୍ୟାସନାଲ ଓ ପୋଲାଣ୍ଡ ଓପନ କୁସ୍ତି ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ 3ଟି ସ୍ବର୍ଣ୍ଣ ହାସଲ କରିଛନ୍ତି ।