ETV Bharat / sports

All England Open: ଦ୍ବିତୀୟ ରାଉଣ୍ଡରୁ ବାଦ ପଡିଲେ ସିନ୍ଧୁ - ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ

ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟରେ ଭାରତୀୟ ସର୍ଟଲର ପିଭି ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ପରାସ୍ତ । ଜାପାନର ସୟାକା ତାକାହସିଙ୍କ ଠାରୁ ୨୧-୧୯, ୧୬-୨୧, ୨୧-୧୭ ସେଟ୍‌ରେ ପରାସ୍ତ । ଅଧିକ ପଢନ୍ତୁ

All England Open: PV Sindhu bow out after defeat from japan's  Sayaka Takahashi
All England Open: ଦ୍ବିତୀୟ ରାଉଣ୍ଡରୁ ବାଦ୍‌ ପଡିଲେ ସିନ୍ଧୁ
author img

By

Published : Mar 17, 2022, 10:15 PM IST

ବର୍ମିଂହାମ: ଚଳିତ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟରେ ଭାରତୀୟ ସର୍ଟଲର ପିଭି ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଜାପାନର ସୟାକା ତାକାହସିଙ୍କ ଠାରୁ ୨୧-୧୯, ୧୬-୨୧, ୨୧-୧୭ ସେଟ୍‌ରେ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହେବାପରେ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି । ପୂର୍ବରୁ ୟୁଟିଲିଟା ଏରେନାରେ ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ସିନ୍ଧୁ ।

ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ, ପ୍ରଥମ ରାଉଣ୍ଡରେ ଚାଇନାର ୱାଙ୍ଗ ଝି ୟିଙ୍କୁ ୨୧-୧୮, ୨୧-୧୩ରେ ହରାଇଥିଲେ । ଏହି ମୁକାବିଲା ୪୨ ମିନିଟ୍‌ ଧରି ଖେଳାଯାଇଥିଲା ।

ଅନ୍ୟପଟେ ୱାର୍ଲ୍ଡ ଚାମ୍ପିୟନସିପ ରୌପ୍ୟ ବିଜେତା ଶ୍ରୀକାନ୍ତ ଥାଇଲାଣ୍ଡର କାଣ୍ଟାଫନ ୱାଙ୍ଗଚାରୋଏନଙ୍କୁ ୨୧-୧୮, ୨୧-୧୪ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ତେବେ ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଜାପାନର ବିଶ୍ବ ନମ୍ବର ୨ ଖେଳାଳି ୟାକାନୀ ୟାମାଗୁଚୀଙ୍କ ଠାରୁ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.