ETV Bharat / sports

All England Open: କ୍ବାର୍ଟର-ଫାଇନାଲରେ ସେନ, ବାଦ୍‌ ପଡିଲେ ସାଇନା

ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ବର ୩ ନମ୍ବର ଖେଳାଳି ଆଣ୍ଡର୍ସ ଆଣ୍ଟୋନସେନଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ଯୁବ ଭାରତୀୟ ସର୍ଟଲର ଲକ୍ଷ ସେନ । ଅଧିକ ପଢନ୍ତୁ

author img

By

Published : Mar 17, 2022, 8:54 PM IST

All England Open: Lakshya Sen topples world no 3 Anders Antonsen; Saina Nehwal bows out after losing to Yamaguchi
All England Open: କ୍ବାର୍ଟର-ଫାଇନାଲରେ ସେନ, ବାଦ୍‌ ପଡିଲେ ସାଇନା

ବର୍ମିଂହାମ: ଚଳିତ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟରେ ଯୁବ ଭାରତୀୟ ସର୍ଟଲର ଲକ୍ଷ ସେନଙ୍କ ବିଜୟୀ ପ୍ରଦର୍ଶନ ଜାରି । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗୁରୁବାର ବିଶ୍ବର ୩ ନମ୍ବର ଖେଳାଳି ଆଣ୍ଡର୍ସ ଆଣ୍ଟୋନସେନଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।

ଡାନିସ ସର୍ଟଲର ଆଣ୍ଟୋନସେନଙ୍କୁ ୨୧-୧୬, ୨୧-୧୮ ସିଧାସଳଖ ସେଟ୍‌ରେ ହରାଇଛନ୍ତି ଲକ୍ଷ । ୟୁଟିଲିଟା ଏରେନା ବର୍ମିହାଂମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ୫୫ ମିନିଟ୍‌ ଧରି ଖେଳାଯାଇଥିଲା ।

20 ବର୍ଷୀୟ ସେନ ଦମଦାର ପ୍ରଦର୍ଶନ ସହ ମ୍ୟାଚ୍‌ ଆରମ୍ଭ ହିଁ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିଥିଲେ । ପ୍ରଥମ ସେଟ୍‌ରୁ ୨୦-୧୬ରେ ଜିତିବା ପରେ ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେଟ୍‌କୁ ମଧ୍ୟ ୨୧-୧୮ରେ ନିଜ ନାମରେ କରିଥିଲେ । ଏଥିସହ କ୍ବାର୍ଟର-ଟିକେଟ ହାତେଇଥିଲେ ।

ଅନ୍ୟପଟେ ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଜାପାନର ବିଶ୍ବ ନମ୍ବର ୨ ଖେଳାଳି ୟାକାନୀ ୟାମାଗୁଚୀଙ୍କ ଠାରୁ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.