ବର୍ମିଂହାମ: ଚଳିତ ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପ ୨୦୨୨ର ମହିଳା ସିଙ୍ଗଲ୍ସ ଟାଇଟେଲ ହାତେଇଲେ ଜାପାନର ଆକାନୀ ୟାମାଗୁଚୀ । ଦକ୍ଷିଣ କୋରିଆର ଅନ ସିୟଙ୍ଗଙ୍କୁ ୨୧-୧୫, ୨୧-୧୫ ସିଧାସଳଖ ସେଟ୍ରେ ହରାଇ ଚାମ୍ପିୟନ ହୋଇଛନ୍ତି ୟାମାଗୁଚୀ । ଏହି ମ୍ୟାଚ୍ ୪୩ ମିନିଟ୍ ଧରି ଖେଳାଯାଇଥିଲା ।
ଟୋକିଓ ଅଲମ୍ପିକ୍ସ ଠାରୁ ୨୦୨୧ ଶେଷ ପର୍ଯ୍ୟନ୍ତ, BWF ୱାର୍ଲ୍ଡ ଟୁର୍ ଫାଇନାଲ୍ସ ଓ ୱାର୍ଲ୍ଡ ଚାମ୍ପିୟନସିପ ସମେତ ୬ଥ ମୁହାଁମୁହିଁ ହୋଇଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ଏହି ଦୁଇ ଶ୍ରେଷ୍ଠ ପ୍ରତିନ୍ଦ୍ବନ୍ଦ୍ବୀ । ଏଥିରେ ୟାମାଗୁଚୀ ୩ଥର ବିଜେତା ରହିଛନ୍ତି ।
ଜାପାନିଜ ସର୍ଟଲର ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ନିଜର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲେ । ଫାଇନାଲ ମ୍ୟାଚ୍ରେ ମଧ୍ୟ ଏକତରଫା ବିଜୟ ହାସଲ କରି ଟାଇଟେଲ ବିଜେତା ହୋଇଛନ୍ତି । ଏହା ୨୦୨୧ ୱାର୍ଲ୍ଡ ଚାମ୍ପିୟନ ରହିଥିବା ୟାମାଗୁଚୀଙ୍କ କ୍ୟାରିୟରର ୧୮ତମ ଟାଇଟାଲ ଓ ନବମ ଟୁର୍ ଟାଇଟେଲ ।