ETV Bharat / sports

ବ୍ରିଟିଶ ଓପନରେ ଦମ ଦେଖାଇବେ ଗୋଲଫର ଅଦିତି ଅଶୋକ

author img

By

Published : Aug 17, 2021, 9:06 PM IST

ବ୍ରିଟିଶ ଓପନ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଟୋକିଓ ଅଲମ୍ପିକ୍‌ରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଯୁବ ମହିଳା ଗୋଲଫର ଅଦିତି ଅଶୋକ । ଅଧିକ ପଢନ୍ତୁ...

Aditi Ashok qualifies for Women's British Open
ବ୍ରିଟିଶ ଓପନରେ ଦମ ଦେଖାଇବେ ଅଦିତି ଅଶୋକ

ମୁମ୍ବାଇ: ଭାରତର ଯୁବ ମହିଳା ଗୋଲଫର ଅଦିତି ଅଶୋକ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିଛନ୍ତି । ସମ୍ମାନଜନକ ବ୍ରିଟିଶ ଓପନ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଟୋକିଓ ଅଲମ୍ପିକ୍‌ରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଅଦିତି । ଅଗଷ୍ଟ ୧୯ରୁ ୨୨ ପର୍ଯ୍ୟନ୍ତ ସ୍କଟଲାଣ୍ଡରେ ଏହି ମେଗା ପ୍ରତିଯୋଗିତା ଖେଳାଯିବ ।

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲେ ଅଦିତି । ବ୍ରିଟିଶ ଓପନ ଟିକେଟ ଅଦିତି ପଞ୍ଚମ ଥର ହାତେଇଥିବାବେଳେ, ସର୍ବମୋଟ ୧୯ତମ ବଡ ପ୍ରତିଯୋଗିତା ହେବ । ଟୋକିଓ ଅଲମ୍ପିକ୍‌ ପୂର୍ବରୁ ଅଦିତି ବିଶ୍ବ ମାନ୍ୟତାର ୨୦୦ତମ ସ୍ଥାନରେ ରହିଥିଲେ । ମାତ୍ର ଅବିଶ୍ବସନୀୟ ପ୍ରଦର୍ଶନ ସହିତ ଅଲମ୍ପିକ ପଦକ ନିକଟତର ହୋଇଥିଲେ ଓ ବର୍ତ୍ତମାନ ମାନ୍ୟତାର ୧୫୭ତମ ସ୍ଥାନରେ ପହଞ୍ଚିଯାଇଛନ୍ତି ।

ଟୋକିଓ ଅଲମ୍ପିକ ଭଳି ମହିଳା ବ୍ରିଟିଶ ଓପନରେ ଦମଦାର ପ୍ରଦର୍ଶନ ଜାରି ରଖିଲେ ଅଦିତିଙ୍କ ବିଶ୍ବ ମାନ୍ୟତାରେ ଆହୁରି ସୁଧାର ଆସିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.