ETV Bharat / sports

ଟୋକିଓ ଅଲମ୍ପିକ ଟିକେଟ ହାତେଇଲେ ଗୋଲଫର ଅଦିତି ଅଶୋକ

ଦେଶର ପ୍ରଥମ ମହିଳା ଗୋଲଫର ଭାବେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଅଦିତି ଅଶୋକ । ଅଧିକ ପଢନ୍ତୁ...

author img

By

Published : Jun 29, 2021, 9:14 PM IST

Aditi Ashok becomes 1st female Indian golfer to qualify for Tokyo Olympics
ଟୋକିଓ ଅଲମ୍ପିକ ଟିକେଟ ହାତେଇଲେ ଗୋଲଫର ଅଦିତି ଅଶୋକ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଗୋଲଫର ଭାବେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଅଦିତି ଅଶୋକ । ମଙ୍ଗଳବାର ପ୍ରକାଶିତ ଚୁଡାନ୍ତ ଅଲମ୍ପିକ ର୍ୟାକିଂରେ ଗୋଲ୍‌ଫର ଅଦିତି ଅଶୋକ ଇତିହାସ ରଚିଛନ୍ତି । 45ତମ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିବା ସହ ନିଜର ଦ୍ବିତୀୟ ଅଲମ୍ପିକ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ସଫଳତା ପରେ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ଅଦିତିଙ୍କୁ ଶୁଭେଚ୍ଛା ଜଣାଇଛି । କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ବିଟ ଯୋଗେଁ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଗତ ସପ୍ତାହରେ ଭାରତୀୟ ଷ୍ଟାର ଗୋଲଫର ଅର୍ନୀବାଣ ଲାହିରି ଦ୍ବିତୀୟ ଥର ଅଲମ୍ପିକ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଟୋକିଓ ଅଲମ୍ପିକ୍ସର ଚୁଡାନ୍ତ ର୍ୟାକିଂରେ ଭାରତୀୟ ଗୋଲଫର ଭାବେ ଲାହିରି ଶୀର୍ଷ ସ୍ଥାନରେ ରହି ଟୋକିଓ ଟିକେଟ ହାସଲ କରିଥିଲେ ।

ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ୍ସ ଖେଳାଯିବ । ଗତବର୍ଷ ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟ କୋରୋନା ମହାମାରୀ ପାଇଁ ସ୍ଥଗିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.