ETV Bharat / sports

ଖୋଲା ଆକାଶ ତଳେ ଷ୍ଟାମ୍ପ୍‌ ବିକ୍ରି କରୁଛନ୍ତି ଜାତୀୟ ସନ୍ତରଣକାରୀ

କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଆଜି ମଧ୍ୟ ଚନ୍ଦ୍ରଜିତ୍‌ଙ୍କ ପରି ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡାବିତମାନେ ଅଲୋଡ଼ା । ଅଧିକ ପଢନ୍ତୁ

A National level swimmer selling stamps outside Boudh stadium
ଖୋଲା ଆକାଶ ତଳେ ଷ୍ଟାମ୍ପ୍‌ ବିକ୍ରି କରୁଛନ୍ତି ଜାତୀୟ ସନ୍ତରଣକାରୀ
author img

By

Published : Nov 14, 2021, 6:23 PM IST

Updated : Nov 14, 2021, 6:45 PM IST

ବୌଦ୍ଧ: ଜିଲ୍ଲା ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ବିଜୟୀ ଟିମ ଟ୍ରଫି, ପୁରସ୍କାର ରାଶି ନେଇ ଫେରିଯାଇଛନ୍ତି ତ ଆୟୋଜକ ସଫଳ ଆୟୋଜନ ପାଇଁ ପ୍ରଂଶସା ସାଉଁଟିଛନ୍ତି । ତେବେ ସବୁକିଛି ଷ୍ଟାଡିୟମ ଭିତରେ ଚାଲିଥିଲା । ଅନେକ କ୍ରୀଡାବିତ୍‌, କ୍ରୀଡା ପ୍ରଶାସକ ଏକାଠି ହୋଇଥିଲେ ।

ଖୋଲା ଆକାଶ ତଳେ ଷ୍ଟାମ୍ପ୍‌ ବିକ୍ରି କରୁଛନ୍ତି ଜାତୀୟ ସନ୍ତରଣକାରୀ

ମାତ୍ର ଷ୍ଟାଡିୟମ ସମ୍ମୁଖରେ ଖୋଲା ଆକାଶ ତଳେ ବସି ଷ୍ଟାମ୍ପ୍‌ ବିକ୍ରି କରୁଥିବା ଜଣେ ଜାତୀୟ କ୍ରୀଡାବିତଙ୍କୁ କେହି ମଧ୍ୟ ମନେ ପକାଇଲେ ନାହିଁ । ସମସ୍ତେ ତାଙ୍କୁ ପାର୍‌ କରି ନିଜ ବାଟରେ ଚାଲିଗଲେ । ଦୀପତଳ ଅନ୍ଧାର ଭଳି ଜାଣି କାହାର ଦୃଷ୍ଟି ତାଙ୍କ ଉପରେ ପଡିଲାନି ।

କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଆଜି ମଧ୍ୟ ଏଭଳି ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡାବିତମାନେ ଅଲୋଡ଼ା ହୋଇ ରହିଛନ୍ତି । ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଭିତରେ ତିନି ଦିନ ଧରି ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଛି । ଭିତରେ ରାଜ୍ୟ ସ୍ତରର କ୍ରୀଡା ଚାଲିଥିବା ବେଳେ ଷ୍ଟାଡିୟମ ବାହାରେ ଖୋଲା ଆକାଶ ତଳେ ଷ୍ଟାମ୍ପ୍‌ ବିକ୍ରି କରୁଥିଲେ ବୌଦ୍ଧର ଜଣେ ଜାତୀୟ କ୍ରୀଡାବିତ୍‌ ।

ଚନ୍ଦ୍ରଜିତ୍‌ ନାମକ ଏହି ଯୁବକ ସନ୍ତରଣ(ସୁଇମିଂ)କୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଏକାଧିକବାର ପୁରସ୍କୃତ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ । କିନ୍ତୁ ଦୁଃଖର କଥା ଏହି ଜାତୀୟ କ୍ରୀଡାବିତ ବର୍ତ୍ତମାନ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ସରକାର କ୍ରୀଡାବିତଙ୍କ ପାଇଁ ଅନେକ ଯୋଜନା ତଥା ପ୍ରୋତ୍ସାହନ ରଖିଥିବାବେଳେ ଚନ୍ଦ୍ରଜିତଙ୍କ ଭାଗ୍ୟରେ ତାହା ଯୁଟି ପାରି ନାହିଁ ।

ନବେଦଶକରେ ଏକାଧିକ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପଦକ ଓ ମାନପତ୍ର ପାଇ ସେ ରାଜ୍ୟ ଓ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ମାତ୍ର ତାଙ୍କ ପ୍ରତିଭା, ପ୍ରଦର୍ଶନ ଓ ପରାକାଷ୍ଠାର ପ୍ରମାଣପତ୍ର ଗୁଡିକ ତାଙ୍କ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇପାରିନାହାନ୍ତି ।

ଫଳରେ ସେ ଆଜି ମଧ୍ୟ ଷ୍ଟାଡିୟମ ସମ୍ମୁଖରେ ଜମିବାଡ଼ି ଖରିଦ କରୁଥିବା ଲୋକଙ୍କ ପାଇଁ ଷ୍ଟାମ୍ପ ବିକ୍ରି କରି ଚଳୁଛନ୍ତି । ସରକାରଙ୍କ ସୁଦୃଷ୍ଟିରୁ ବଞ୍ଚିତ ହୋଇଛନ୍ତି ସତ ମାତ୍ର ନିରାଶ ହୋଇନାହାନ୍ତି, କ୍ରୀଡାବିତ୍‌ ଟିଏ ହୋଇଥିବାରୁ ହାର୍‌ ମାନିବା ତାଙ୍କ ପାଇଁ ସହଜ ହୋଇନି ଆଖି ସାମ୍ନାରେ ସୁନ୍ଦର ସଫଳ କ୍ରୀଡା ପ୍ରତିଯୋଗିତା ଆୟୋଜନ, କ୍ରୀଡା ଓ କ୍ରୀଡାବିତଙ୍କ ପାଇଁ ଏବେ ବ୍ୟବସ୍ଥା ଦେଖି ନିଜ ଅବସ୍ଥା ବଖାଣିବା ବେଳେ ଚନ୍ଦ୍ରଜିତ୍‌ଙ୍କ ଆଖିରେ ଲୁହ ଜକେଇଆସିଥିଲା । ରାଜ୍ଯସ୍ତରୀୟ କୃତୀ କ୍ରୀଡାବିତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା, ସୁଯୋଗ ରହିଛି । ଫଳରେ କୋହଭରା କଣ୍ଠରେ ଏବେବି ପ୍ରଶାସନ ଓ ସରକାର ତାଙ୍କୁ ସହାୟତା ଯୋଗାଇଦେବେ ବୋଲି ସେ ଆଶା ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 14, 2021, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.