ETV Bharat / sports

ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ମୂଳ ଲକ୍ଷ୍ୟ: ମନଦୀପ ସିଂହ

ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ପ୍ରସ୍ତୁତ ହେଉଛି। ଏକ ସାକ୍ଷାତକାରରେ ଏହା କହିଛନ୍ତି ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ମନଦୀପ ସିଂହ। ଅଧିକ ପଢ଼ନ୍ତୁ...

Team shaping up very well for Olympics, says Mandeep Singh
ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ମୂଳ ଲକ୍ଷ୍ୟ: ମନଦୀପ ସିଂହ
author img

By

Published : Feb 3, 2021, 9:07 PM IST

ବେଙ୍ଗାଲୁରୁ: "ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ପ୍ରସ୍ତୁତ ହେଉଛି।" ଏକ ସାକ୍ଷାତକାରରେ ଏହା କହିଛନ୍ତି ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ମନଦୀପ ସିଂହ। ଚଳିତ ବର୍ଷ ଜୁଲାଇ ମାସରେ ଜାପାନରେ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହେବାକୁ ଯାଉଛି। ଏହାକୁ ନେଇ ଭାରତୀୟ ହକି ଖେଳାଳି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି।

ଟୋକିଓ ଅଲିମ୍ପିକ୍ସ ପାଇଁ ସାମ୍ଭାବ୍ୟ ପୁରୁଷ ଓ ମହିଳା ହକି ଦଳ ଗତ 3 ସପ୍ତାହ ହେଲା ବେଙ୍ଗାଲୁରୁର ଜାତୀୟ କ୍ରୀଡ଼ା ପ୍ରାଧୀକରଣ ସଂସ୍ଥାନରେ ଅଭ୍ୟାସ ଆରମ୍ଭ କରିଛି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ଦଳର ପ୍ରତ୍ୟେକ ଖେଳାଳି ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଜାତୀୟ କ୍ରୀଡ଼ା ପ୍ରାଧୀକରଣ ସଂସ୍ଥାନ ପ୍ରଶିକ୍ଷକ ମଧ୍ୟ ସାହାଯ୍ୟ କରୁଥିବା କହିଛନ୍ତି ମନଦୀପ ସିଂହ।

ପୁରୁଷ ହକି ଫରୱାର୍ଡ ଖେଳାଳି ମନଦୀପ ସିଂହ କହିଛନ୍ତି ଯେ, "ଜାତୀୟ କୋଚିଂ ଶିବିରରେ ଆମେ ଆମର ସର୍ବଶ୍ରେଷ୍ଠ ଅଭ୍ୟାସ ଜାରି ରଖିଛୁ । ଯଦିଓ ଆଗକୁ କୌଣସି ଟୁର୍ଣ୍ଣାମେଣ୍ଟ ନାହିଁ, ତଥାପି ଆମେ ପଡ଼ିଆରେ ଝାଳ ବୁହାଇବା ସହ ଆମ କୌଶଳ ଆହୁରି ଉନ୍ନତ କରିବାକୁ ଚେଷ୍ଟା କରୁଛୁ । ବିଶେଷ କରି ସ୍ପିଡ ଓ ସଠିକ ଖେଳ ଖେଳିବାକୁ ଆମେ ଚେଷ୍ଟା ଜାରି ରଖିଛୁ।"

ଭାରତ ପକ୍ଷରୁ 157ଟି ମ୍ୟାଚ ଖେଳିଛନ୍ତି ମନଦୀପ ସିଂହ। ଅଲିମ୍ପିକ୍ସ ପାଇଁ ସେ ମଧ୍ୟ ଜାତୀୟ କ୍ରୀଡ଼ା ପ୍ରାଧୀକରଣ ସଂସ୍ଥାନରେ ଅଭ୍ୟାସ ଜାରି ରଖିଛନ୍ତି । ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ବର୍ତ୍ତମାନ ପୁରୁଷ ହକି ଦଳର ମୂଳ ଲକ୍ଷ୍ୟ ଥିବା କଥା କହିଛନ୍ତ ମନଦୀବ।

ଚଳିତ ବର୍ଷ ଜୁଲାଇ ଅଗଷ୍ଟ ମାସରେ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । 2020ରେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଏହାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.