ETV Bharat / sports

ଅନ୍ତର୍ଜାତୀୟ ହକିକୁ ଅଚାନକ ଅଲବିଦା କହିଲେ ରୁପିନ୍ଦର ପାଲ୍‌ ସିଂହ - Hockey news

ଭାରତୀୟ ହକି ଟିମ୍‌ରେ ଆଉ ଦେଖିବାକୁ ମିଳିବନି ଡ୍ରାଗ୍‌ ଫ୍ଲିକର୍‌ ରୁପିନ୍ଦର ପାଲ୍‌ ସିଂହଙ୍କ ଜଲୱା । ଅଧିକ ପଢନ୍ତୁ...

Star drag-flicker Rupinder Pal Singh announces surprise retirement from international hockey
ଅନ୍ତର୍ଜାତୀୟ ହକିକୁ ଅଚାନକ ଅଲବିଦା କହିଲେ ରୁପିନ୍ଦର ପାଲ୍‌ ସିଂହ
author img

By

Published : Sep 30, 2021, 3:06 PM IST

Updated : Sep 30, 2021, 3:58 PM IST

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍‌ରେ ଆଉ ଦେଖିବାକୁ ମିଳିବନି ଡ୍ରାଗ୍‌ ଫ୍ଲିକର୍‌ ରୁପିନ୍ଦର ପାଲ୍‌ ସିଂହଙ୍କ ଜଲୱା । ଅନ୍ତର୍ଜାତୀୟ ହକିରୁ ରୁପିନ୍ଦର ପାଲ୍‌ ସିଂହଙ୍କ ଅବସର ଘୋଷଣା । ରୁପିନ୍ଦରଙ୍କ ଅଚାନକ ଏହି ନିଷ୍ପତ୍ତି ସମସ୍ତ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ରୁପିନ୍ଦର ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ହକି ଟିମ ଇଣ୍ଡିଆର ପ୍ରମୁଖ ସଦସ୍ୟ ରହିଥିଲେ ।

ଗୁରୁବାର ଟ୍ବିଟ ଯୋଗେ ନିଜର ଅବସର ଘୋଷଣା କରିଛନ୍ତି ରୁପିନ୍ଦର । ଅବସରକାଳୀନ ବାର୍ତ୍ତାରେ ରୁପିନ୍ଦର ଲେଖିଛନ୍ତି, "ଭାରତୀୟ ହକି ଟିମରୁ ଅବସର ଘୋଷଣା କରୁଛି । ଗତ କିଛି ମାସର ସମୟ ଜୀବନର ଶ୍ରେଷ୍ଠ ଓ ସ୍ମରଣୀୟ ଦିନ ହୋଇରହିବ । ସାଥୀ ଖେଳାଳିଙ୍କ ସହିତ ଟୋକିଓ ଅଲମ୍ପିକ୍‌ର ପଦକ ପୋଡିୟମରେ ଠିଆହେବାର ମୁହୂର୍ତ୍ତ ଜୀବନର ଅଦ୍ଭୁତ ଅନୁଭୂତି ଓ ସବୁଦିନ ପାଇଁ ଏହା ଅଭୁଲା ହୋଇ ରହିବ । ସମୟ ଆସିଛି ଯୁବ ପ୍ରତିଭାବାନ ଖେଳାଳିଙ୍କ ପାଇଁ ପଥ ପରିଷ୍କାର କରିବାର । ଗତ ୧୩ ବର୍ଷ ଧରି ଭାରତକୁ ପ୍ରତିନିଧିତ୍ବ କରିପାରିଥିବାରୁ ଗର୍ବିତ ଓ ଏହା ଏକ ନିଆରା ଉପଲବ୍ଧି । ୨୨୩ଟି ମ୍ୟାଚ୍‌ରେ ଭାରତୀୟ ଜର୍ସି ପିନ୍ଧିବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ସୌଭାଗ୍ୟବାନ ମନେକରୁଛି । ପ୍ରତ୍ୟେକ ମ୍ୟାଚ୍‌ ସ୍ବତନ୍ତ୍ର ଓ ଖେଳକୁ ଭଲପାଉଥିବା ମହାନ ଦେଶ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ।"

ନିଜର ଅବସରକାଳୀନ ବାର୍ତ୍ତାରେ ରୁପିନ୍ଦର, ହକି ଇଣ୍ଡିଆ, କୋଚ୍‌ ଓ ହକି କ୍ୟାରିୟରର ଯାତ୍ରାରେ ପ୍ରମୁଖ ଭୂମିକା ନିଭାଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଲମ୍ପିକ୍‌ରେ ଜର୍ମାନୀକୁ ୫-୪ରେ ହରାଇ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ବିଜୟୀ ହେବାକୁ ପ୍ରାୟ ଗୋଟିଏ ମାସରୁ ଅଧିକ ସମୟ ହୋଇସାରିଛି । କ୍ୟାପଟେନ ମନପ୍ରୀତ ସିଂହ କହିସାରିଛନ୍ତି, ଟୋକିଓରେ ମିଳିଥିବା ଐତିହାସିକ ସଫଳତାକୁ ସ୍ମରଣ କରିବା ବନ୍ଦ କରିବାର ସମୟ ଆସିଛି । ଆଗାମୀ ବର୍ଷ ଅର୍ଥାତ ବର୍ଷ ୨୦୨୨ରେ ବ୍ୟସ୍ତବହୁଳ କ୍ୟାଲେଣ୍ଡର ରହିଥିବାରୁ ଅଧିକ ଫୋକସ କରିବାର ଆବଶ୍ୟକତା ରହିଛି ।

ଆଗାମୀ ବର୍ଷ ଗୁରୁତ୍ବପୂର୍ଣ୍ଣ ଏସିଆନ ଗେମ୍ସ, ଚାଇନାର ହାଙ୍ଗଜୋଉ, ଝେଜିଆଙ୍ଗ୍‌ରେ ସେପ୍ଟେମ୍ବର ୧୦-୧୫, ୨୦୨୨ରେ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟ ସହିତ ଆଗାମୀ ପ୍ୟାରିସ ଅଲମ୍ପିକ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହକି ଟିମ ଇଣ୍ଡିଆର ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2021, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.