ETV Bharat / sports

'ଟୋକିଓ ଅଲମ୍ପିକ୍ସ ପୋଡିୟମରେ ଛିଡ଼ା ହେବା ଯାଏଁ ଏଭଳି ଫର୍ମ ରଖିବୁ' - ଏଫଆଇଏଚ ହକି ପ୍ରୋ ଲିଗ

ଏଫଆଇଏଚ ହକି ପ୍ରୋ ଲିଗର ଚତୁର୍ଥ ମ୍ୟାଚରେ ଆର୍ଜେଣ୍ଟିନା 4-2 ଗୋଲରେ ମାତ ଦେଇଛି ଭାରତ। ଦଳର ଏହି ଫର୍ମକୁ ୟୁରୋପରେ ହେବାକୁ ଥିବା ହକି ପ୍ରୋ ଲିଗ ମ୍ୟାଚକୁ ନେବା ଚାହିଁବ ବୋଲି କହିଛନ୍ତି ଭାରତୀୟ ଅଧନାୟକ ମନପ୍ରୀତ ସିଂହ। ଅଧିକ ପଢ଼ନ୍ତୁ...

'ଟୋକିଓ ଅଲମ୍ପିକ୍ସ ପୋଡିୟମରେ ଛିଡ଼ା ହେବା ଯାଏଁ ଏଭଳି ଫର୍ମ ରଖିବୁ'

author img

By

Published : Apr 15, 2021, 6:57 PM IST

ନୂଆଦିଲ୍ଲୀ: ଏଫଆଇଏଚ ହକି ପ୍ରୋ ଲିଗର ଚତୁର୍ଥ ମ୍ୟାଚରେ ଆର୍ଜେଣ୍ଟିନା 4-2 ଗୋଲରେ ମାତ ଦେଇଛି ଭାରତ। ଏହି ବିଜୟ ସହ ଭାରତ ଆର୍ଜେଣ୍ଟିନା ଗସ୍ତ ଶେଷ ହୋଇଛି। ଦଳର ଏହି ଫର୍ମକୁ ୟୁରୋପରେ ହେବାକୁ ଥିବା ହକି ପ୍ରୋ ଲିଗ ମ୍ୟାଚକୁ ନେବା ଚାହିଁବ ବୋଲି କହିଛନ୍ତି ଭାରତୀୟ ଅଧନାୟକ ମନପ୍ରୀତ ସିଂହ। 4ଟିକିଆ ସିରିଜରେ ଭାରତ ଦୁଇଟିରେ ତିନୋଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆର୍ଜେଣ୍ଟିନା ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

ଏହାକୁ ନେଇ ଭାରତୀୟ ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି ଯେ, "ଶକ୍ତିଶାଳୀ ଆର୍ଜେଣ୍ଟିନା ଦଳକୁ ତାଙ୍କ ଘରୋଇ ପଡ଼ିଆରେ ହରାଇବା ବହୁତ ବଡ଼ ଉପଲବ୍ଧି ଆମ ପାଇଁ। ଏହା ଆମ ମନୋବଳକୁ ସୁଦୃଢ଼ କରିଛି। କିନ୍ତୁ ମ୍ୟାଚ ବେଳର ପରିଣାମ ବିଷୟରେ ଅଧିକ ଭାବିବା ଉଚିତ ନୁହେଁ। ବର୍ତ୍ତମାନ ଆମ ଦୁର୍ବଳତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି। ଟୋକିଓ ଅଲମ୍ପିକ୍ସ ପୋଡ଼ିୟମରେ ଛିଡ଼ା ନହେବା ଯାଏଁ ଆମ କାମ ଶେଷ ହୋଇନାହିଁ।"

ଭାରତୀୟ ଅଧିନାୟକ ମନପ୍ରୀତ ସିଂହଙ୍କ ମୁତାବକ, ଅନ୍ତିମ ସମୟରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଏଭଳି ଖେଳ ଜାରି ରଖିବା ଆବଶ୍ୟକ। ବିପକ୍ଷ ଦଳ ଉପରେ କିଭଳି ଅଧିକ ଚାପ ପକାଯାଇ ପାରିବ ତାହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି।

ଏଫଆଇଏଚ ହକି ପ୍ରୋଲ ଲିଗରେ 6ଟି ମ୍ୟାଚ ଖେଳିବାକୁ ୟୁରୋପ ଗସ୍ତ କରିବ ଭାରତୀୟ ହକି ଦଳ। ଏହା ପୂର୍ବରୁ ବେଙ୍ଗାଲୁରୁ ଜାତୀୟ କ୍ରୀଡ଼ା ପ୍ରାଧିକରଣକୁ ଫେରିବ ଦଳ। ଲଣ୍ଡନରେ ମେ 8 ଓ 9 ତାରିଖରେ ଗ୍ରେଟ ବ୍ରିଟେନ ବିପକ୍ଷରେ ମ୍ୟାଚ ଖେଳିବ ଦଳ। ଏହାପରେ ମେ 15 ଓ 16 ତାରିଖରେ ବାଲୋସିଆରେ ସ୍ପେନ ବିପକ୍ଷରେ ମ୍ୟାଚ ଖେଳିବ ଦଳ। ଶେଷରେ ମେ 22 ଓ 23 ତାରିଖରେ ହେମ୍ବର୍ଗରେ ଜର୍ମାନୀ ସହ ମ୍ୟାଚ ଖେଳିବ ଦଳ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.