ETV Bharat / sports

ବିଜୁ ପଟ୍ଟନାୟକ ପୁରସ୍କାର; ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ୍, କାଳୁ ଚୌଧୁରୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ - କାଳୁ ଚରଣ ଚୌଧୁରୀ

ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ହକି ଖେଳାଳି ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ କ୍ରୀଡାବିତ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ ଆୱାର୍ଡ, ଅଲମ୍ପିକ୍ସରେ ଦେଖାଇଥିଲେ ଦମଦାର ପ୍ରଦର୍ଶନ

author img

By

Published : Aug 29, 2021, 3:58 PM IST

ଭୁବନେଶ୍ବର: ଚଳିତ ଟୋକିଓ ଅଲମ୍ପିକ୍ସରେ ହକିରେ ଦମଦାର ପ୍ରଦର୍ଶନ କରିଥିବା ଅମିତ ରୋହିଦାସଙ୍କୁ ମିଳିଛି ବିଜୁ ପଟ୍ଟନାୟକ ଆୱାର୍ଡ । ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି । ଆୱାର୍ଡ ସହିତ ତାଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହାସହିତ ହକିକୁ ଭଲ ପାଉଥିବା ଓ ହକି ପାଇଁ ଜୀବନ ଉତ୍ସର୍ଗୀକୃତ କରିଥିବା କୋଚ୍‌ କାଳୁ ଚରଣ ଚୌଧୁରୀଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ ସହିତ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବ୍ୟାଡମିଣ୍ଟନରେ ପ୍ରଶଂସନୀୟ କୋଚିଂ ପାଇଁ ଶିବ ପ୍ରସାଦ ଦାସଙ୍କୁ ଆୱାର୍ଡ଼ ସହିତ ୧ ଲକ୍ଷ ଟଙ୍କାର ଆର୍ଥିକ ରାଶି ଦିଆଯାଇଛି । ତା ସହିତ କଟକ ପୋଲିସ ASI ତ୍ରୈଲୋକ୍ୟ ନାଥ ପରିଡାଙ୍କୁ ବିଜୁ ପଟ୍ଟନାୟକ ବ୍ରାଭେରି ଆୱାର୍ଡ଼ରେ ସମ୍ମାନିତ କରାଯିବା ସହିତ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଛି ।

ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ ଆୱାର୍ଡ, ଅଲମ୍ପିକ୍ସରେ ଦେଖାଇଥିଲେ ଦମଦାର ପ୍ରଦର୍ଶନ

ଏହି ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ମଧ୍ୟ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ରୋମାଞ୍ଚକର ଓ ଦମଦାର ପ୍ରଦର୍ଶନ ବାସ୍ତବରେ ଧ୍ୟାନଚାନ୍ଦଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କୋଚ କାଳୁ ଚରଣଙ୍କୁ ମିଳିଥିବା ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ନିଜର ଖୁସିବ୍ୟକ୍ତ କରିଛନ୍ତି । ଏହି ଆୱାର୍ଡ ଜିତିଥିବା ଅନ୍ୟ ଖେଳାଳିଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ବାର୍ଷିକ ପୁରସ୍କାର ବିତରଣରେ ଓଡିଶା ହକି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କିଙ୍କ ସମେତ କାର୍ଯ୍ୟନିର୍ବାହୀ ତଥା ରାଜ୍ୟ କଲ୍ୟାଣ ଯୁବ ବୋର୍ଡ ଅଧ୍ୟକ୍ଷ ବିଜୟା ନାୟକ ଏବଂ କ୍ରୀଡା ଏବଂ ଯୁବ ସେବା ବିଭାଗର କମିଶନର ତଥା ସଚିବ ଆର ଭିନେଲ କୃଷ୍ଣ ଉପସ୍ଥିତ ଥିଲେ । ଏହାସହିତ କ୍ରୀଡ଼ା ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.