ହାଇଦ୍ରାବାଦ: ମେ 2021 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ହକି ଫେଡେରେସନ(FIH) ସଭାପତି ପଦରେ ରହିବେ ନରିନ୍ଦର ବାତ୍ରା । ଚଳିତ ବର୍ଷ ଅକ୍ଟୋବରରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା । ମାତ୍ର କାର୍ଯ୍ୟକାଳ ଅବଧିକୁ ଆସନ୍ତାବର୍ଷ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ FIH ପକ୍ଷରୁ ଘୋଷଣା କରାଯାଇଛି ।

ଅନ୍ତର୍ଜାତୀୟ ହକି ଫେଡେରେସନର କାର୍ଯ୍ୟନିବାହୀ ବୋର୍ଡର ଅନଲାଇନ କନଫରେନ୍ସିଂରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ 47ତମ FIH କଂଗ୍ରେସ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ଘୋଷଣା କରାଯାଇଛି ।

ଅକ୍ଟୋବର 28ରୁ ନଭେମ୍ବର 2020ରେ ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ହେବାନେଇ ପୂର୍ବରୁ ସୂଚୀ ରହିଥିଲା। ଏଥିରେ ନୂଆସଭାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା । ମାତ୍ର କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି FIH କଂଗ୍ରେସ ସ୍ଥଗିତ ସହ ବର୍ତ୍ତମାନର ସଭାପତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।