ETV Bharat / sports

ସିରିଜ ଜିତିଲା ଭାରତୀୟ ମହିଳା ହକି ଦଳ

ଭାରତ-ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ହକି ସିରିଜ ଶେଷ ହୋଇଛି । 2-1ରେ ସିରିଜ ହାତେଇଛି ଭାରତୀୟ ମହିଳା ହକି ଦଳ ।

author img

By

Published : May 24, 2019, 8:48 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତ-ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ହକି ସିରିଜ ଶେଷ ହୋଇଛି । 2-1ରେ ସିରିଜ ହାତେଇଛି ଭାରତୀୟ ମହିଳା ହକି ଦଳ । ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଫଳରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଥିଲା ଭାରତ ।

ଶେଷ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆଠୁ 0-4 ଗୋଲରେ ପରାଜିତ ହୋଇଛି । ସିରିଜର ଶେଷ ମ୍ୟାଚରେ ଲଢୁଆ ପ୍ରଦର୍ଶନ କରିଥିଲା ଘରୋଇ ଦକ୍ଷିଣ କୋରିଆ । ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା କୋରିଆ ଖେଳାଳି । ପ୍ରଥମ 29ମିନିଟ ଭିତରେ 5ଟି ପେନାଲିଟି କର୍ଣ୍ଣର ସୁଟ ମିଳିଥିଲା ଦକ୍ଷିଣ କୋରିଆକୁ । ସେଥିରୁ ମାତ୍ର ଗୋଟିଏ ଗୋଲରେ ପରିଣତ ହୋଇଥିଲା ।

ଜାଙ୍ଗ ହିସାନ ପ୍ରଥମ ଗୋଲ ଦେଇଥିଲେ । ପରେ ମ୍ୟାଚର 41ତମ ମିନିଟରେ କିମ ହ୍ୟୁଂଜି କାଙ୍ଗ ଜିନା ଲଗାତାର ଦୁଇଟି ଗୋଲ ଦେଇଥିଲେ । ଲି ୟୁରି ଶେଷ ଗୋଲ ଦେଇ ଦକ୍ଷିଣ କୋରିଆର ଗୋଲ 4-0ରେ ପହଞ୍ଚାଇଥିଲେ । ଫଳରେ ଭାରତ ମ୍ୟାଚକୁ ଫେରିପାରିନଥିଲା । ମ୍ୟାଚ ଶେଷରେ ଭାରତୀୟ କୋଚ ସଜୋର୍ଡ ମାର୍ଜିନ ପ୍ରରାଜୟକୁ ଗ୍ରହଣ କରିଥିଲେ । ଏହି ପରାଜୟ ଦଳକୁ ବହୁତ ଶିକ୍ଷା ଦେବ । ହିରୋସିମାରେ ହେବାକୁ ଥିବା 2019 ମହିଳା ହକି ସିରିଜ ଫାଇନାଲ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ।

Intro:Body:

fghf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.