ETV Bharat / sports

ହକିରୁ ଷ୍ଟ୍ରାଇକର ଏସଭି ସୁନୀଲଙ୍କ ସନ୍ୟାସ

ହକିରୁ ସନ୍ୟାସ ଘୋଷଣା କରିଲେ ହକି ଟିମ ଇଣ୍ଡିଆର ଭେଟେରାନ ଷ୍ଟ୍ରାଇକର ଏସଭି ସୁନୀଲ । ଅଧିକ ପଢନ୍ତୁ..

author img

By

Published : Oct 1, 2021, 4:08 PM IST

Updated : Oct 1, 2021, 4:33 PM IST

India hockey striker SV Sunil retires
ହକିରୁ ଷ୍ଟ୍ରାଇକର ଏସଭି ସୁନୀଲଙ୍କ ସନ୍ୟାସ

ନୂଆଦିଲ୍ଲୀ: ହକିକୁ ଅଲବିଦା କହିଲେ ଆଉଜଣେ ଭାରତୀୟ ହକି ତାରକା । ଗୁରୁବାର ଡ୍ରାଗ୍‌-ଫ୍ଲିକର ରୁପିନ୍ଦର ପାଲ୍‌ ସିଂହ ଓ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ହକିକୁ ଅଲବିଦା କହିବା ପରେ ଆଜି ସନ୍ୟାସ ଘୋଷଣା କରିଛନ୍ତି ଭେଟେରାନ ଷ୍ଟ୍ରାଇକର ଏସଭି ସୁନୀଲ ।

ଭେଟେରାନ ଭାରତୀୟ ପୁରୁଷ ହକି ଟିମର ଷ୍ଟ୍ରାଇକର ସୁନୀଲ ଶୁକ୍ରବାର ଅନ୍ତର୍ଜାତୀୟ ଅବସର ଘୋଷଣା କରିବା ପରେ ଦୀର୍ଘ ୧୪ ବର୍ଷର ଲମ୍ବା ହକି କ୍ୟାରିୟର ଶେଷ ହୋଇଛି । ୨୦୧୪ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଭାରତୀୟ ଟିମର ସେ ସଦସ୍ୟ ଥିଲେ ।

  • 2️⃣6️⃣4️⃣Caps
    7️⃣2️⃣Goals
    🏅 Arjuna Award Winner

    The Indian Hockey Team Forward has decided to hang his boots after an illustrious career. 👏

    Happy Retirement, SV Sunil. 🙌#IndiaKaGame pic.twitter.com/om6YnPSPhM

    — Hockey India (@TheHockeyIndia) October 1, 2021 " class="align-text-top noRightClick twitterSection" data=" ">

୩୨ ବର୍ଷୀୟ ସୁନୀଲଙ୍କ ଘର କର୍ଣ୍ଣାଟକରେ । ସଦ୍ୟ ସମାସ୍ତ ଟୋକିଓ ଅଲମ୍ପିକ୍‌ସରେ ସେ ଭାରତୀୟ ଟିମର ସଦସ୍ୟ ନଥିଲେ । ହକି ଟିମ ଇଣ୍ଡିଆ ପାଇଁ ସେ ୨୬୪ଟି ମ୍ୟାଚ୍‌ ଖେଳିଥିବାବେଳେ ୭୨ଟି ଗୋଲ୍‌ ସ୍କୋର କରିଛନ୍ତି । ଶୁକ୍ରବାର ଟ୍ବିଟ ଯୋଗେ ନିଜର ଅବସର ଘୋଷଣା କରିବା ସହ ଟୋକିଓରେ ବ୍ରୋଞ୍ଜ ବିଜେତା ଟିମର ସଦସ୍ୟ ହୋଇପାରି ନଥିବାରୁ ଦୁଃଖିତ ବୋଲି କହିଛନ୍ତି । ତେବେ ଆଗାମୀ ପ୍ୟାରିସ ଅଲମ୍ପିକ୍‌ସକୁ ୩ ବର୍ଷ ଥିବାରୁ ପ୍ରସ୍ତୁତି ପୂର୍ବକ ଯୁବ ପ୍ରତିଭାବାନ ଖେଳାଳିଙ୍କ ପାଇଁ ରାସ୍ତା ଉନ୍ମୁକ୍ତ କରିବାକୁ ଅବସର ଘୋଷଣା କରିବାର ଏହା ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି ।

  • ଦୁଇ ଥରର ଅଲମ୍ପିଆନ (୨୦୧୨ ଓ ୨୦୧୬) ସୁନୀଲ, ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ଫରୱାର୍ଡ ୟୁନିଟ୍‌ର ପ୍ରମୁଖ ସଦସ୍ୟ ରହଥିଲେ ।
  • ୨୦୧୧ ଏସିଆନ ଚମ୍ପିଆନ୍ସ ଟ୍ରଫି ସ୍ବର୍ଣ୍ଣ ବିଜେତା ଓ ୨୦୧୨ ଏସିଆନ ଚମ୍ପିଆନ୍ସ ଟ୍ରଫି ରୌପ୍ୟ ବିଜେତା ଭାରତୀୟ ଟିମର ସେ ପ୍ରମୁଖ ସଦସ୍ୟ ରହିଥିଲେ ।
  • ଅର୍ଜୁନ ଆୱାର୍ଡରେ ସମ୍ମାନିତ ସୁନୀଲ, ବର୍ଷ ୨୦୦୭ ଏସିଆ କପ୍‌ରେ ଅନ୍ତର୍ଜାତୀୟ ହକିରେ ଡେବ୍ୟୁ କରିଥିଲେ । ଏହି ସଂସ୍କରଣର ଏସିଆ କପ୍‌ରେ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଚମ୍ପିଆନ ହୋଇଥିଲା ।
  • ୨୦୧୬ ଓ ୨୦୧୮ ସଂସ୍କରଣର FIH ଚମ୍ପିଆନ୍ସ ଟ୍ରଫିରେ ଐତିହାସିକ ରୌପ୍ୟ ପଦକ ବିଜୟରେ ତାଙ୍କର ବିଶେଷ ଭୂମିକା ରହିଥିଲା ।
  • ୨୦୧୫ ୱାର୍ଲ୍ଡ ଲିଗ୍‌ ଫାଇନାଲରେ ଭାରତର ବ୍ରୋଞ୍ଜ ବିଜୟ ଓ ୨୦୧୭ ସଂସ୍କରଣରେ ଭୁବନେଶ୍ବରରେ ଖେଳାଯାଇଥିବା ସମାନ ଇଭେଣ୍ଟରେ ବ୍ରୋଞ୍ଜ ବିଜୟରେ ମଧ୍ୟ ସେ ଟିମର ପ୍ରମୁଖ ସଦସ୍ୟ ଥିଲେ ।
  • ୨୦୧୪ କମନୱେଲ୍ଥ ଗେମ୍ସରେ ରୋପ୍ୟ ବିଜେତା ଟିମରେ ମଧ୍ୟ ତାଙ୍କର ଭୁମିକା ସ୍ବତନ୍ତ୍ର ରହିଥିଲା ।

ଅବସରକାଳୀନ ବାର୍ତ୍ତାରେ ସୁନୀଲ, ହକି ଇଣ୍ଡିଆ, କୋଚ୍‌, ସାଥୀ ଖେଳାଳି, ପ୍ରଶଂସକ, ପରିବାର ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ସୁନୀଲଙ୍କ ଅବସର ଘୋଷଣା ପରେ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ କହିଛନ୍ତି, ଯୁବ ହକି ଖେଳାଳିଙ୍କ ପାଇଁ ସୁନୀଲ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.