ETV Bharat / sports

ଶେଷ ମିନିଟ୍‌ରେ ଗୋଲ ଛଡାଇନେଲା ବିଜୟ, ଦକ୍ଷିଣ କୋରିଆ-ଭାରତ ମ୍ୟାଚ ଡ୍ର - ଭାରତୀୟ ପୁରୁଷ ହକି ଦଳ

ସୁଲତାନ ଆଜଲାନ ଶାହ କପ ହକିରେ ଭାରତ ତାର ଦ୍ବିତୀୟ ମ୍ୟାଚକୁ ଡ୍ର ରଖିଛି । ଶନିବାର ପ୍ରଥମ ମ୍ୟାଚରେ ଜାପାନକୁ ହରାଇଥିବା ଭାରତ ଦ୍ବିତୀୟ ମୁକାବିଲାରେ ଦକ୍ଷିଣ କୋରିଆକୁ ଭେଟିଥିଲା । ଶେଷ ମିନିଟରେ ଗୋଲ ବରଣ ଲଗାତାର ଦ୍ବିତୀୟ ବିଜୟରୁ ବଞ୍ଚିତ କଲା ।

ଫାଇଲ ଫଟୋ
author img

By

Published : Mar 25, 2019, 9:40 AM IST

ମାଲେସିଆ: ଇପୋହରେ ଚାଲିଥିବା 28ତମ ସୁଲତାନ ଆଜଲାନ ଶାହ କପ ହକିରେ ଭାରତ 2ୟ ମ୍ୟାଚ ଡ୍ର ରଖିଛି । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ସହ 1-1 ଗୋଲରେ ଡ୍ର ରଖିଛି । ତେବେ ଶେଷ ମିନିଟ୍‌ରେ ଗୋଲ ବରଣ ଦଳ ପାଇଁ କାଳ ସାଜିଛି ।

ଶନିବାର ପ୍ରଥମ ମ୍ୟାଚରେ ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ସହ ମୁକାବିଲା କରିଥିଲା । ତେବେ ଶେଷ ମିନିଟରେ ଗୋଲ ବରଣ ଲଗାତାର ଦ୍ବିତୀୟ ବିଜୟରୁ ବଞ୍ଚିତ କଲା । ଏହି ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଭାରତ ପରବର୍ତ୍ତୀ ମ୍ୟାଚ ୨୬ ତାରିଖରେ ଆୟୋଜକ ମାଲେସିଆକୁ ଭେଟିବ ।

ଆରମ୍ଭରୁ ଭାରତ ପ୍ରଭାବ ବିସ୍ତାର କରି ଖେଳ ଆରମ୍ଭ କରିଥିଲା ।କୋରିଆ ମଧ୍ୟ ଭାରତ ଉପରେ ଚାପ ପକାଇବାକୁ ଜୋରଦାର ପ୍ରୟାସ କରିଥିଲା ।ଉଭୟ ଦଳ ମଧ୍ୟରେ ତୀବ୍ର ସଂଘର୍ଷ ଜାରି ରହିଥିବା ‌ବେଳେ ୨୮ ମିନିଟ୍‌ରେ ମନଦୀପ୍‌ ସିଂହଙ୍କ ଫିଲ୍ଡ ଗୋଲ ବଳରେ ଭାରତ ଆଗୁ୍ଆ ହୋଇଥିଲା । ଏହାପରେ ପ୍ରଥମାର୍ଦ୍ଧରେ ଉଭୟ ଦଳ ଏକାଧିକ ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ କରିବାରେ ସମର୍ଥ ହୋଇନଥିଲେ ।

ତେବେ ମ୍ୟାଚ ଶେଷ ହେବାକୁ ୮ ମିନିଟ୍‌ ବାକି ଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳ ସ୍ଥଗିତ ରଖାଯାଇଥିଲା । ବର୍ଷା ଛାଡିବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । ଏଥିରେ କୋରିଆ ଲଗାତାର ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେଇପାରିନଥିଲା ।

ତେବେ ଶେଷ ମୂହୁର୍ତ୍ତରେ କୋରିଆ ଗୋଲ ସୁଝିବାରେ ସମର୍ଥ ହୋଇଥିଲା । ୫୯ ମିନିଟ୍‌ରେ କୋରିଆକୁ ମିଳିଥିଲା ଆଉ ଏକ ପେନାଲଟି କର୍ଣ୍ଣର । ଜଙ୍ଗ୍‌ହ୍ୟୁନ୍‌ ଜାଙ୍ଗ୍‌ଙ୍କ ଶକ୍ତିଶାଳୀ ଡ୍ରାଗ ଫ୍ଲିକ୍‌କୁ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେସଅଟକାଇ ଦେଇଥିଲେ । କିନ୍ତୁ ସେହି ମିନିଟ୍‌ରେ କୋରିଆ ଆଉ ଏକ ପେନାଲଟି କର୍ଣ୍ଣର ପାଇଥିଲା । ଯାହାକୁ ଜଙ୍ଗ୍‌ହ୍ୟୁନ୍‌ ଜାଙ୍ଗ୍‌ ଗୋଲରେ ପରିଣତ କରିଥିଲେ । ଏହାସହ ମ୍ୟାଚ 1-1ରେ ଡ୍ର ରହିଥିଲା ।

For Braking

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ଵାମୀର ବିଭତ୍ସ କାଣ୍ଡ । ସମ୍ପର୍କୀୟ ଶଳା ର ଯୌନାଙ୍ଗ କାଟି ହତ୍ୟା କରିବା ପରେ ସ୍ତ୍ରୀ ଓ ଶାଶୁକୁ କରିଛି ମରଣାତ୍ମକ ଆକ୍ରମଣ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁ ରେ । ଗାଁ ର ରୁଦ୍ର ନାରାୟଣ ନାୟକ ନିଜ ସମ୍ପର୍କୀୟ ଶଳା ନଗେଶ ରାଉତ ର କଟୁରୀରେ ହାଣି ହତ୍ୟା କରିଛନ୍ତି।  ନଗେଶଙ୍କ ବେକ ଓ ଯୌନାଙ୍ଗକୁ କାଟି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ନାଗେଶ କୁ ଉଦ୍ଧାର କରିବାକୁ ଯାଇଥିବା ରୁଦ୍ରର ସ୍ତ୍ରୀ ଓ ଶାଶୂ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ରୁଦ୍ର ଫେରାର ଥିବା ବେଳେ ପୋଲିସ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 Visual On FTP 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.