ETV Bharat / sports

ସୁଲତାନ ଆଜଲାନ ଶାହ କପ: ବିଜୟରୁ ଭାରତର ଅଭିଯାନ ଆରମ୍ଭ - ଜାପାନ ପରାସ୍ତ

ଅନେକ ବରିଷ୍ଠ ଓ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଏହି ମ୍ୟାଚରେ ଭାରତ ଚତ୍ମକାର ପ୍ରଦର୍ଶନ କରିଥିଲା । ଭାରତୀୟ ଯୁବ ଖେଳାଳିଙ୍କ ଆଗରେ ଫିକା ପଡିଥିଲା ଏସିଆନ ଗେମ୍ସ ଚମ୍ପିଆନ ଦଳର ପ୍ରଦର୍ଶନ ।

ଫାଇଲ ଫଟୋ
author img

By

Published : Mar 23, 2019, 8:33 PM IST

Updated : Mar 23, 2019, 10:27 PM IST

ମାଲେସିଆ: ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ହକି ଦଳ । ଇଫୋରେ ଖେଳାଯାଉଥିବା 28 ତମ ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଏହା ବିଜୟ ହାସଲ କରିଛି । ଏସିଆନ ଗେମ୍ସ ଚମ୍ପିଆନ ଜାପାନକୁ ଏହା 2-0 ଗୋଲରେ ପରାସ୍ତ କରିଛି ।

ଆଜି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାବେଳେ ଉଦଘାଟନୀ ମ୍ୟାଚରେ ମୁକାବିଲା କରିଥିଲେ ଭାରତ-ଜାପାନ । ତେବେ ଅନେକ ବରିଷ୍ଠ ଓ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଏହି ମ୍ୟାଚରେ ଭାରତ ଚତ୍ମକାର ପ୍ରଦର୍ଶନ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ଆଘାତ ଯୋଗୁଁ ଭାରତୀୟ ଦଳରୁ ବହୁ ପ୍ରମୁଖ ଖେଳାଳି ବାଦ ପଡିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଯୁବ ଦଳକୁ ପଠାଇଛି ।

ତେବେ ଭାରତୀୟ ଯୁବ ଖେଳାଳିଙ୍କ ଆଗରେ ଫିକା ପଡିଥିଲା ଏସିଆନ ଗେମ୍ସ ଚମ୍ପିଆନ ଦଳର ପ୍ରଦର୍ଶନ । ଭାରତ ପକ୍ଷରୁ ଖେଳର ପ୍ରଥମାର୍ଦ୍ଧରେ ପ୍ରଥମ ଗୋଲ ସ୍କୋର ହୋଇଥିଲା । 24ତମ ମିନିଟ୍‌ରେ ଭାରତକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲା । ଏହାକୁ ସହଜରେ ଗୋଲରେ ପରିଣତ କରିଥିଲେ ବରୁଣ କୁମାର । ଏହାପରେ ଆଉ କୌଣସି ଗୋଲ ହୋଇନଥିବାବେଳେ ଉଭୟ ଦଳ ପକ୍ଷରୁ ସ୍କୋର କରିବାକୁ କଡା ଉଦ୍ୟମ ହୋଇଥିଲା ।

ଦ୍ବିତୀୟାର୍ଦ୍ଧରେ 56 ତମ ମିନିଟ୍‌ରେ ଭାରତକୁ 2ୟ ସଫଳତା ମିଳିଥିଲା । ସିମ୍ରଜିତ ସିଂହ ଭାରତ ପକ୍ଷରୁ ଏକ ଫିଲ୍ଡ ଗୋଲ ଦେଇ ସ୍କୋରକୁ 2-0 କରିଥିଲେ । ଏହାପରେ ଜାପାନ ଭାରତୀୟ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇନଥିଲା । ରବିବାର ଭାରତ 2ୟ ମ୍ୟାଚ ଦକ୍ଷିଣ କୋରିଆ ସହ ଖେଳିବ ।

SLUG-ACCIDENT
AVO-MRUTYUNJAY SENAPATI,MAYURBHANJ
DATE-16.03.2019
ANCHOR-ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବଶୋଳ ଠାରେ ରାତି ୯.୪୦ ସମୟରେ ଦୁଇ ବାଇକ ମୁହଁ। ମୁହଁ ଧକ୍କା । ଦୁର୍ଘଟଣା ରେ ୩ ଜଣ ସାମାନ୍ୟ ଆହତ ଥିବାବେଳେ ୩ ଜଣ ଗୁରୁତର  ହୋଇଛନ୍ତି ।  ୩ ଜଣ ଗୁରୁତର ମାନେ ହେଲେ ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟାପାଳ ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତର ମୁଣ୍ଡ ,ଗୋଡ ଓ ହାତ ରୁ ପ୍ରବଳ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ତେବେ  ସ୍ଥାନୀୟ ଲୋକଙ୍କ ସହାୟତା ରେ ପ୍ରଥମେ ନିକଟସ୍ଥ ରାସଗୋବିନ୍ଦପୁର ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ଆଣାଯାଇଥିଲା । ଅବସ୍ଥା ଗୁରୁତର ଦେଖି ପ୍ରାଥମିକ ଚିକିତ୍ସା କରିବା ପରେ ବାରିପଦା ଡାକ୍ତରଖାନା କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଂଚି ବାଇକ ଦୁଇ ଟିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।
Last Updated : Mar 23, 2019, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.