ହାଇଦ୍ରାବାଦ: ଅଲମ୍ପିକ ଟେଷ୍ଟ ଇଭେଣ୍ଟ ପାଇଁ ଭାରତୀୟ ହକି ଟିମର ଅଧିନାୟକ ଦାୟିତ୍ବ ଦଳର ଯୁବ ଡିଫେଣ୍ଡର ହରମନପ୍ରୀତ ସିଂକୁ ଦିଆଯାଇଛି । ଏନେଇ ସେ ବେଶ୍ ଉତ୍ସାହିତ ।
ଜାପନରେ ଅଲମ୍ପିକ ଟେଷ୍ଟ ଇଭେଣ୍ଟ 17 ଅଗଷ୍ଟରୁ ଆରମ୍ଭ ହେବ । ନିୟମିତ ଅଧିନାୟକ ମନପ୍ରୀତ ସିଂଙ୍କ ଅନୁପସ୍ଥିତିରେ ଡିଫେଣ୍ଡର ହରମନପ୍ରୀତ ସିଂଙ୍କ କାନ୍ଧରେ ଦଳର ଭାର ନ୍ୟସ୍ତ ହୋଇଛି । ତେବେ ଏହି ଦାୟିତ୍ବ ମିଳିବା ପରେ ଏନେଇ ହରମନପ୍ରୀତ କହିଛନ୍ତି ଯେ, ମୁଁ ଯେତେବେଳେ ଜାଣିଲି ଦଳର ନେତୃତ୍ବ ମୁଁ ନେବି, ସେତେବେଳେ ମୁଁ ପୂରା ଆଶ୍ଚର୍ଯ୍ୟ ହୋଇଗଲି । ଟିମ୍ର ଅଧିନାୟକ ହେବା ଏକ ସମ୍ମାନ ଓ ଦାୟିତ୍ବବାନ କାର୍ଯ୍ୟ । ଏହି ନୂଆ ଚ୍ୟାଲେଞ୍ଜକୁ ନେଇ ବେଶ୍ ଉତ୍ସାହିତ ।
ସୂଚନାଥାଉକି, ଏହି ଇଭେଣ୍ଟରେ ଭାରତ ବ୍ୟତୀତ ନ୍ୟୁଜଲାଣ୍ଡ, ମାଲେସିଆ ଓ ଆୟୋଜକ ଦଳ ଜାପାନ ଅଂଶ ଗ୍ରହଣ କରିବ ।
ହରମନପ୍ରୀତ 2016ରେ ରିଓ ଅଲମ୍ପିକରେ ଭାଗ ନେଇଥିବା ସବୁଠାରୁ କନିଷ୍ଠ ଯୁବ ଖେଳାଳୀ ଥିଲେ । ଏହା ପୂର୍ବରୁ ଏଫଆଇଏଚ ଚ୍ୟାମ୍ପିୟାନ୍ସ ଟ୍ରଫିରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଏହି ଚମ୍ପିଆନସିପରେ ରାଇଜିଙ୍ଗ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ହରମନପ୍ରୀତ ।
ତେବେ ଆହୁରୀ ମଧ୍ୟ ହରମନପ୍ରୀତ କହିଛନ୍ତି ଯେ, ମୁଁ ଅତୀତକୁ ଦେଖିଲେ ନିଜକୁ ବହୁତ ଭାଗ୍ୟଶାଳୀ ମନେକରୁଛି । ମୁଁ ଭାରତୀୟ ଟିମରେ ଏପରି ସମୟରେ ସାମିଲ ହେଲି ଯେତେବେଳେ ଟିମ୍ରେ ଏପରି ଖେଳାଳୀଥିଲେ ସେମାନଙ୍କ ଠାରୁ ବହୁତ କିଛି ଶିଖି ପାରିଛି । ସର୍ଦ୍ଦାର ସିଂ ଓ ଭିଆର ରଘୁନାଥ ପରି ଖେଳାଳୀଙ୍କ ମାଗଦର୍ଶନ ଦ୍ବାରା ଅନ୍ତରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟମାନଙ୍କରେ ଚାପମୁକ୍ତ ହୋଇ ଖେଳିବା ଶିଖିଛୁ ।