ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ପିସ୍ତଲ ସୁଟର ସୌରଭ ଚୌଧୁରୀ ଓ ହକି ଟିମ କ୍ୟାପଟେନ ରାନୀ ରାମ୍ପପାଲ 2019 ବର୍ଷର ଶ୍ରେଷ୍ଠ କ୍ରୀଡାବିତ ହୋଇଛନ୍ତି । ଏଫଆଇସିସିଆଇ ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ 2019 ପକ୍ଷରୁ ଏହି ସମ୍ମାନରେ ଉଭୟ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି ।
ଭାରତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଫଆଇସିସିଆଇ ପକ୍ଷରୁ ଆୟୋଜିତ ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ ଖେଳାଳିଙ୍କୁ ପ୍ରଦାନ କରାଯାଉଛି । ବର୍ଷତମାମ ଦେଶ ପାଇଁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସମ୍ମାନ ମିଳିଥାଏ ।
ଗତ ନଭେମ୍ବରେରେ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ଖେଳାଯାଇଥିଲା 2020 ଅଲମ୍ପିକ କ୍ବାଲିଫାୟର ମ୍ୟାଚ । ଏହି ମ୍ୟାଚରେ ଆମେରିକା ବିପକ୍ଷ ମ୍ୟାଚରେ ଶେଷ ମିନିଟରେ ଗୋଲ ଦେଇ ଭାରତକୁ ଅଲମ୍ପିକ ଟିକେଟ ଦେଇଥିଲେ ରାନୀ । ସୌରଭ 2018 ଏସିଆନ ଗେମସ ଓ ସୁଟିଂ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ । ଟୋକିଓ ଅଲମ୍ପିକ୍ସରେ ସୌରଭଙ୍କ ଉପରେ ପଦକ ବିଜୟ ନେଇ ଭାରତର ବଡ ଆଶା ରହିଛି । ଏହି ଉତ୍ସବରେ ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ ବିଜେତାଙ୍କୁ ଆୱାର୍ଡ ପ୍ରଦାନ କରିଥିଲେ ।