ETV Bharat / sports

ସବ୍‌ ଜୁନିୟର ବାଳିକା ଫୁଟବଲ: ବାରବାଟୀରେ ଓଡିଶା-ଉତ୍ତରାଖଣ୍ଡ ମୁକାବିଲା - sub junior girl

ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ସବ୍‌ ଜୁନିୟର ବାଳିକା ଫୁଟବଲ ପ୍ରତିଯୋଗୀତା । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଉତ୍ତରାଖଣ୍ଡକୁ ଭେଟିବାକୁ ଯାଉଛି ଟିମ ଓଡିଶା ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ
author img

By

Published : Jun 8, 2019, 9:29 PM IST

କଟକ: ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ସବ୍‌ ଜୁନିୟର ବାଳିକା ଫୁଟବଲ ପ୍ରତିଯୋଗୀତା । ଯେଉଁଥିରେ ଓଡିଶା ସମେତ ଅନ୍ୟ 24ଟି ରାଜ୍ୟ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଗ୍ରୁପ ସ୍ତରରେ ଓଡିଶା ଇ-ଗ୍ରୁପରେ ରହିଛି । ଯେଉଁଥିରେ ଉତ୍ତରାଖଣ୍ଡ ଓ ଗୋଆ ଭଳି ଶକ୍ତିଶାଳୀ ଟିମ ରହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ
football
ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ

ତେବେ ବାରବାଟୀ ଷ୍ଟାଡିଅମରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଇଥିବାରୁ ଏହା ଓଡିଶା ପାଇଁ ବେଶ ଅନୁକଳ ସାବ୍ୟସ୍ତ ହେବ । କାରଣ ଓଡିଶା ପୂର୍ବରୁ ତା ଘରୋଇ ଟ୍ରାକରେ ବେଶ ଭଲ ପ୍ରଦର୍ଶନ କରିଆସିଛି । ତେବେ ଚଳିତ ମୁକାବିଲା ବେଶ ସଂଘର୍ଷପୂର୍ଣ ହେବା ନେଇ ସୂଚନା ଦେଇଛି ଟିମ ମ୍ୟାନେଜମେଣ୍ଟ ।ତେବେ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଉତ୍ତରାଖଣ୍ଡକୁ ଭେଟିବାକୁ ଯାଉଛି ଟିମ ଓଡିଶା । ଉଭୟ ଟିମ ମଧ୍ୟରେ ଅନେକ ଯୁବ ତାରକା ରହିଛନ୍ତି । କିନ୍ତୁ ଉତ୍ତରାଖଣ୍ଡର ପ୍ରଭାବୀ ପ୍ରଦର୍ଶନ ରେକର୍ଡକୁ ନେଇ ଚିନ୍ତାରେ ରହିଛି ଟିମ ଓଡିଶା । ତେବେ ଆମ ଟିମ ଭଲ ଅଭ୍ୟାସ କରିଛି ଓ ସ୍ଥିର ମନୋଭାବ ନେଇ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ଅଧିନାୟିକା ସି ଦିବ୍ୟାନ୍ସା । ଅନ୍ୟପଟେ ଓଡିଶା ଟିମ ନିଶ୍ଚିତ ରୂପେ ଟ୍ରଫି ହାତେଇବା ନେଇ ସ୍ପଷ୍ଟ କରିଛନ୍ତି କୋଚ ଶେଖ ମଞ୍ଜୁର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.