ପ୍ରିମିୟର ଲିଗ 2020-21: ଉଦ୍ଘାଟନୀ ମ୍ୟାଚ ଖେଳିବ ଡିଫେଣ୍ଡିଂ ଚମ୍ପିଆନ ଲିଭରପୁଲ - ଡିଫେଣ୍ଡିଂ ଚମ୍ପିଆନ ଲିଭରପୁଲ
ଡିଫେଣ୍ଡିଂ ଚମ୍ପିଆନ ଲିଭରପୁଲ ଓ ଲିଡସ ୟୁନାଇଟେଡ ମଧ୍ୟ ଖେଳାଯିବ ପ୍ରିମିୟର ଲିଗ 2020-21 ସଂସ୍କରଣର ପ୍ରଥମ ମ୍ୟାଚ । ଗୁରୁବାର ଏନେଇ ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପ୍ରିମିୟର ଲିଗ 2020-21: ଉଦ୍ଘାଦନୀ ମ୍ୟାଚ ଖେଳିବ ଡିଫେଣ୍ଡିଂ ଚମ୍ପିଆନ ଲିଭରପୁଲ
ଲଣ୍ଡନ: ଡିଫେଣ୍ଡିଂ ଚମ୍ପିଆନ ଲିଭରପୁଲ ଓ ଲିଡସ ୟୁନାଇଟେଡ ମଧ୍ୟ ଖେଳାଯିବ ପ୍ରିମିୟର ଲିଗ 2020-21 ସଂସ୍କରଣର ପ୍ରଥମ ମ୍ୟାଚ । ଗୁରୁବାର ଏନେଇ ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଲିଭରପୁଲ 2019-20 ସଂସ୍କରଣର ପ୍ରିମିୟିର ଲିଗ ଟାଇଟେଲ ବିଜେତା ହୋଇଥିଲା । ଅନ୍ୟପଟେ ମାଞ୍ଚେଷ୍ଟର ସିଟି ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା ।
ମାଞ୍ଚେଷ୍ଟର ୟୁନାଇଟେଡ ଓ ଚେଲସିୟା ଶ୍ରେଷ୍ଠ 4ଟି ସ୍ଥାନ ମଧ୍ୟରେ ରହିଥିଲେ ।
2020-21 ସଂସ୍କରଣର ଅଭିଯାନ ଆରମ୍ଭ ପାଇଁ, ସେପ୍ଟେମ୍ବର 12ରେ ଆର୍ସେନାଲ, ଫୁଲହମ ଓ ଚେଲସିୟା ବ୍ରିଙ୍ଗଟନ ଯାତ୍ରା କରିବେ । ମାଞ୍ଚେଷ୍ଟର ୟୁନାଇଟେଡ ପ୍ରଥମ ମୁକାବିଲାରେ ବର୍ଣ୍ଣଲେ ଓ ମାଞ୍ଚେଷ୍ଟର ସିଟି ଆଷ୍ଟନ ଭିଲ୍ଲା ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।