ETV Bharat / sports

କାନ୍ଦିକାନ୍ଦି ବାର୍ସେଲୋନାରୁ ବିଦାୟ ନେଲେ ମେସି - Lionel Messi

ଆର୍ଜେଣ୍ଟିନା ଷ୍ଟ୍ରାଇକର ଲିଓନେଲ ମେସି ରବିବାର ଏଫସି ବାର୍ସେଲୋନା ପରିବାରରୁ ଅଲଗା ହୋଇଛନ୍ତି । ଅଧିକ ପଢନ୍ତୁ...

Not prepared for this, this is very difficult: Messi in tears as he leaves Barcelona
ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ, ବାର୍ସେଲୋନାକୁ ବିଦାୟ କହିଲେ ମେସି
author img

By

Published : Aug 8, 2021, 5:13 PM IST

ବାର୍ସେଲୋନା: ଆର୍ଜେଣ୍ଟିନା ଷ୍ଟ୍ରାଇକର ଲିଓନେଲ ମେସି ରବିବାର ଏଫସି ବାର୍ସେଲୋନା ପରିବାରରୁ ଅଲଗା ହୋଇଛନ୍ତି । ବାର୍ସେଲୋନାର ଜଣେ ଖେଳାଳି ଭାବେ ଶେଷ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି ମେସି । ସେଠାରେ ନିଜ ଲୁହକୁ ରୋକିପାରିନଥିଲେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ମେସି । ଭାବବିହ୍ବଳ ହେବା ସହ ଏହି କଷ୍ଟଦାୟକ ସମୟ ପାଇଁ ସେ ପ୍ରସ୍ତୁତ ନଥିଲେ ବୋଲି କହିଛନ୍ତି ।

ବାର୍ସେଲୋନା ସହ ୨୧ ବର୍ଷର ସଂପର୍କ ଶେଷ ଆନୁଷ୍ଠାନିକ ଭାବେ ଶେଷ ହୋଇଛି । ବିଦାୟ ଦୁଃଖଦାୟକ, ତେବେ ପତ୍ନୀ ଓ ୩ ସନ୍ତାନଙ୍କୁ ନେଇ ବାର୍ସେଲୋନା ସହରରୁ ବିଦାୟ ନେଉଛି କହିବା ସହ କାନ୍ଦି ପକାଇଥିଲେ ମେସି । ଏକ ଭାବୁକ ପରିବେଶରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କ୍ଳବ କର୍ତ୍ତୃପକ୍ଷ, ଖେଳାଳି ଓ ଗଣମାଧ୍ୟମର ପ୍ରତିନିଧି ନିଜ ସ୍ଥାନରେ ଛିଡାହୋଇ କରତାଳି ମାଧ୍ୟମରେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଗତବର୍ଷ ମୁଁ ବିଦାୟ ନେବାକୁ ପ୍ରୟାସ କରିଥିଲି । ମାତ୍ର ଚଳିତ ବର୍ଷ ଏଠାରେ ରହିବାକୁ ମନସ୍ଥ କରିବା ସହ ଜାରି ରଖିବାକୁ ଚାହୁଁଥିଲି । ମାତ୍ର ଆଜି ଗୁଡବାଏ କହୁଛି, ମାତ୍ର ୧୩ ବର୍ଷ ବୟସରେ ମୁଁ ଏଠାକୁ ଆସିଥିଲି ଓ ୨୧ ବର୍ଷ ପରେ ମୁଁ ପତ୍ନୀ ଓ ୩ ସନ୍ତାନଙ୍କ ସହ ଏହ ସହରରେ ରହୁଥିଲି ।

ଗତ ସପ୍ତାହରେ ବାର୍ସେଲୋନା ସହ ମେସିଙ୍କ ଚୁକ୍ତି ସମୟ ଶେଷ ହୋଇଥବା କ୍ଳବ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ ଫୁଟବଲ ଦୁନିଆରେ ଏହା ସବୁଠୁ ବଡ ଚର୍ଚ୍ଚିତ ଖବର ପାଲଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.