ମଲୋରକା(ସ୍ପେନ): ପ୍ରଥମ ମ୍ୟାଚରୁ ଚମକିଲେ ଷ୍ଟାର ଷ୍ଟ୍ରାଇକର ଲିଓନେଲ ମେସି । ପ୍ରାୟ 3 ମାସର ବ୍ୟବଧାନ ପରେ ପ୍ରଥମ ମ୍ୟାଚ ଖେଳିଥିଲେ ମେସି । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା ମ୍ୟାଚ । ମାତ୍ର ମେସିଙ୍କ ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପଡିନଥିଲା । ପ୍ରଥମ ଗୋଲ କରିବା ସହ, ଦୁଇଟି ସଫଳ ଗୋଲର ସୁଯୋଗ ସୃଷ୍ଟି କରିଥିଲେ ।

ଫଳରେ ସ୍ପାନିସ ଫୁଟବଲ ଲିଗ ଲା ଲିଗାର ମଲୋରକା ବିପକ୍ଷ ମ୍ୟାଚରେ ବାର୍ସେଲୋନା 4-0 ଗୋଲରେ ବିଜୟୀ ହୋଇଛି । ଏଥିସହିତ ଗୁରୁତ୍ବପୂର୍ଣ୍ଣ 5 ପଏଣ୍ଟ ମଧ୍ୟ ହାସଲ କରିଛି ।

ତେବେ ସାମାଜିକ ଦୂରତ୍ବକୁ ପାଳନ ନ କରି ମେସି ଓ ଅନ୍ୟ ସମସ୍ତ ଖେଳାଳି ପୂର୍ବପରି ବିଜୟରେ ଖୁସି ମନାଉଥିବାର ଦେଖିବାକୁ ମିଳିଥିଲା ।