ETV Bharat / sports

ISL-7: କେରଳକୁ ହରାଇ ବିଜୟ ଟ୍ରାକକୁ ଫେରିଲା ମୁମ୍ବାଇ ସିଟି

author img

By

Published : Feb 4, 2021, 12:24 PM IST

ମୁମ୍ବାଇ ସିଟି ଏଫ୍‌ସି ପୁଣି ବିଜୟ ଟ୍ରାକକୁ ଫେରିଛି । ବୁଧବାର ଦିନ ଜିଏମସି ଷ୍ଟାଡିୟମରେ କେରଳ ବ୍ଲାଷ୍ଟର୍ସକୁ 2-1ଗୋଲ୍‌ରେ ପରାସ୍ତ କରିଛି ମୁମ୍ବାଇ।

ISL-7 : କେରଳକୁ ହରାଇ ଶୀର୍ଷରେ ମୁମ୍ବାଇ ସିଟି

ପାଣାଜୀ:ମୁମ୍ବାଇ ସିଟି ଏଫ୍‌ସି ପୁଣି ବିଜୟ ଟ୍ରାକକୁ ଫେରିଛି । ବୁଧବାର ଦିନ ଜିଏମସି ଷ୍ଟାଡିୟମରେ କେରଳ ବ୍ଲାଷ୍ଟର୍ସକୁ 2-1ଗୋଲ୍‌ରେ ପରାସ୍ତ କରିଛି ମୁମ୍ବାଇ।

ପ୍ରଥମେ କେରଳ ବ୍ଲାଷ୍ଟର୍ସ ମ୍ୟାଚର 27 ମିନିଟ୍‌ରେ ମୁମ୍ବାଇକୁ ଗୋଲ୍‌ ଦେଇଥିଲା । ଏହାପରେ ମୁମ୍ବାଇ ପକ୍ଷରୁ ବିପିନ ସିଂ 46 ମିନିଟ୍‌ରେ କେରଳକୁ ଗୋଲ୍‌ ଦେଇ ସ୍କୋରକୁ ବରାବରକୁ ଆଣିଥିଲେ । ତେବେ ମୁମ୍ବାଇର ଆଦମ ଲି 67 ମିନିଟ୍‌ରେ କେରଳକୁ ଗୋଲ୍‌ ଦେଇ ସ୍କୋରକୁ 2-1କୁ ଆଣିଥିଲେ । ଏଥିସହ ମ୍ୟାଚ ସମାପ୍ତ ବେଳକୁ ମୁମ୍ବାଇ 2ଗୋଲ୍‌ରେ ଆଗୁଆ ରହି ମ୍ୟାଚକୁ ନିଜ ନାଁରେ କରିଛି ।

ତେବେ ମୁମ୍ବାଇ ଏହି ବିଜୟ ପରେ 33ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ମୁମ୍ବାଇ ସିଟି ଏଯାବତ୍‌ 10ଟି ମ୍ୟାଚ ଜିଣିଥିବାବେଳେ 3ଟିରେ ଡ୍ର ଓ 2ଟିରେ ପରାସ୍ତ ହୋଇଛି । ସେହିପରି କେରଳ ବ୍ଲାଷ୍ଟର୍ସ 16ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଥିବାବେଳେ 6ଟିରେ ଡ୍ର ଓ 7ଟିରେ ପରାସ୍ତ ହୋଇଛି । ବର୍ତ୍ତମାନ 15 ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର 9ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.